ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ବିକୃତ କଲେ …

ପୁରୀ ୧୨-୩ (ଓଡ଼ିଆ ପୁଅ) ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ିଲେନି…। ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିଥିବା ଘଟଣା ଆଜି ଆମ ନଜରକୁ ଆସିଛି। ପୁରୀ ଜିଲ୍ଲାର ସତ୍ୟବାଦୀ ବକୁଳବନରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା କଥା ଭୂବନ ମୋହନ ମହାନ୍ତି ନାମକ ଜଣେ ବ୍ୟକ୍ତି ଏହି ଘଟଣାକୁ ନିଜ ଫେସ୍ ବୁକ୍ ଆକାଉଣ୍ଟରେ ସେୟାର କରି ନିନ୍ଦା କରିଛନ୍ତି।

ସେ ତାଙ୍କ ଫେସ୍ ବୁକ୍ ପେଜ୍ ରେ ଲେଖିଛନ୍ତି ଯେ… “ସତ୍ୟହେଲେ ସା°ଘାତିକ … ପୁରୀଜିଲ୍ଲାର ସତ୍ୟବାଦୀ ବକୁଳବନ ରେ ଏଭଳି ନିନ୍ଦନୀୟ ଘଟଣା ପ୍ରତିଜଣେ ଓଡିଆ ଭାବେ ଦୃଢ ନିନ୍ଦା କରୁଛି। ଆହ୍ମାନ କରୁଛି ରାଜ୍ୟ ସରକାରଙ୍କୁ ଯିଏକି ଦିର୍ଘ ୧୮ ବର୍ଷ ଧରି ଆମକୁ ଶାସନର ବେଡିରେବାନ୍ଧି ରଖିଛନ୍ତି। ଏହାପୋଷ୍ଟ ହେବାର ୨୪ ଘଣ୍ଟା ମଧ୍ୟରେ ଆସାମୀ ମାନଙ୍କୁ ଗିରଫ କରାଯାଉ।”

“ହାଏରେ ହତଭାଗା ମାନେ ନିଜର ପିତୃପୁରୁଷଙ୍କୁ ରଂ ଗମାରିଲ। ଲଜ୍ୟାଲାଗୁନି। ଯିଏ ନିଜ ପୁଅକୁ ରୋଗ ଶର୍ଯ୍ୟାରେ ପକାଇ ରୋଗୀ ଦରିଦ୍ରଙ୍କ ସେବା କରୁଥିଲା। ତାକୁ ବିଶେଷରେ ଏଇୟାକଲ୍।ଧିକ ତୁମକୁ ଜନମ କରିଥିବା ବାପମା ଆମାନେ ?ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ। ନଚେତ ସାରା ରାଜ୍ୟରେ ଆନ୍ଦୋଳନର ଦାନା ବାନ୍ଧିବ। ଭୁବନ ମୋହନ ମହାନ୍ତି। ସଂପାଦକ :ା ସ୍କୃତିଲିପି ଭ୍ରାମ୍ୟ ଭାଷ:-୯୪୩୭୨୭୬୪୦୦।”

ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି ସୁଜିତ ମହାନ୍ତି ନାମକ ଜଣେ ବ୍ୟକ୍ତି ସେ ଲେଖିଛନ୍ତିଯେ, “ଏହା କେବେ ସୁସ୍ଥ ମାନସିକତାର ବ୍ୟକ୍ତିଙ୍କ କାର୍ଯ୍ୟ ହୋଇନପାରେ। ଏହା କେବଳ ମଦ୍ୟପ ମାନଙ୍କ ଉନ୍ମତ୍ତକାଣ୍ଡ ହୋଇପାରେ। ଏମାନେ ଯିଏ ହୁଅନ୍ତୁ ନା କାହିଁକି ଏମାନଙ୍କର ଏଭଳି ମାନସିକତା ଘୃଣ୍ୟତା, ନିଷ୍ଠୁରତା ଏବଂ ଜଘନ୍ୟତାର ଶେଷ ସୀମା ଏବଂ ଶେଷ ପରିଚୟ ଅଟେ। ଜାତୀୟତାବୋଧ ଓ ଦେଶପ୍ରେମକୁ ସମ୍ମାନ ଜଣାଇ ଏହା ବିରୋଧରେ ବ୍ୟାପକ ପ୍ରତିବାଦର ଆବଶ୍ୟକତା ରହିଛି।”

ଏବେ ଏହି ପୋଷ୍ଟକୁ ଲଲାଟେନ୍ଦୁ ମାନସିଂ ନାମକ ଜଣେ ବ୍ୟକ୍ତି ଟ୍ୱିଟର ମାଧ୍ୟମରେ @DGPOdisha ଏବଂ @Naveen_Odisha ଙ୍କୁ ଟ୍ୱିଟ୍ କରିବା ପରେ ଓଡ଼ିଶା ପୋଲିସ୍ @Odisha_Police ପୁରୀ ଏସ୍.ପି @SPPuri1ଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାପଡ଼ିଛି।

 

 

Leave a Reply

Your email address will not be published. Required fields are marked *