ଉତର ପ୍ରଦେଶ ନିର୍ବାଚନ ଫଳାଫଳର ପୁନରାବୃତି ଓଡିଶାର ଘଟିବ : ଅରୁଣ ସିଂହ

– ପୋଲିସ ଆକ୍ରମଣରେ ଶିକାର ହୋଇ ଚିକିତ୍ସିତ କାର୍ଯ୍ୟକର୍ତାଙ୍କୁ ଭେଟି ଆଶ୍ୱାସନା ପ୍ରଦାନ କଲେ ଶ୍ରୀ ସିଂହ
– ରାଜ୍ୟ ସରକାର ଶାସନ କରୁଛି ନା ନାହିଁ ତାହା ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସନ୍ଦେହ ପ୍ରକାଶ ପାଇଛି
– ବିଜେପିର ସମସ୍ତ କାର୍ଯ୍ୟକର୍ତା ଏକାଠି ହୋଇ ରାଜ୍ୟବାସୀଙ୍କ ସହଯୋଗରେ ଏହି କୁଶାସନର ଅନ୍ତ ଘଟାଇବେ

ଭୁବନେଶ୍ୱର, ତା.୨୭/୦୧ (ଓଡ଼ିଆ ପୁଅ) : କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମୃତ୍ୟୁ ଘଟଣା ମୋତେ ବହୁ କଷ୍ଟ ଦେଇଛି। ପୀଡିତା ଜଣକ ନ୍ୟାୟ ପାଇବା ଆଶାରେ ଦୀର୍ଘ ୩ ମାସରୁ ଉର୍ଦ୍ଧ କାଳ ଧରି ପୋଲିସ, ପ୍ରଶାସନଠୁ ଆରମ୍ଭ କରି ସରକାରଙ୍କୁ ଗୁହାରୀ କରିଥିଲେ ସୁଦ୍ଧା ନ୍ୟାୟ ପାଇବାରେ ବିପଳ ହୋଇ ଶେଷରେ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେଇଛନ୍ତି। ନ୍ୟାୟ ଦେବା ପରିବର୍ତେ ପୋଲିସ ଓ ପ୍ରସାସନ ଉଭୟ ଏକାଠି ହୋଇ ଘଟଣାକୁ ଚାପି ଦେବାର ପ୍ରୟାସ କରିଛନ୍ତି। ଅନ୍ୟ ପଟେ ସମ୍ବେଦନହୀନ ରାଜ୍ୟ ମୁଖ୍ୟମନ୍ତ୍ରୀ ପୀଡିତାକୁ ନ୍ୟାୟ ଦେବା ପରିବର୍ତେ ଆତ୍ମପ୍ରଚାରରେ ଲାଗି ପଡିଥିଲେ ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ଓଡିଶା ପ୍ରଭାରୀ ଶ୍ରୀ ଅରୁଣ ସିଂହ ଭୀଷଣ କ୍ଷୋଭ ପ୍ରକାଶ କରି କହିଛନ୍ତି।

ଗଣମାଧ୍ୟମରେ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୃତ ପୀଡିତାକୁ ଗଣଦୁଷ୍କର୍ମ ହୋଇଛି। ମାତ୍ର ଶାସକ ବିଜେଡିର ପ୍ରରୋଚନାରେ ଘଟଣାକୁ ଚାପି ଦେବାର ପ୍ରୟାସ କରାଯିବା ଅତ୍ୟନ୍ତ ଦୁଖଃଦ ଓ ନୀନ୍ଦନିୟ ବୋଲି ଶ୍ରୀ ସିଂହ କହିଛନ୍ତି।

ରାଜ୍ୟରେ ଆଇନ ଶୃଙ୍ଖଳା ସଂପୁର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡିଛି। ରାଜ୍ୟରେ ସରକାର ଶାସନ କରୁଛି ନା ନାହିଁ ତାହା ସାଧାରଣରେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ସନ୍ଦେହ ପ୍ରକାଶ ପାଇଛି। ଅତୀତରେ ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କ ଏହି ଭଳି ନକାରାତ୍ମକ ଆଭିମୁଖ୍ୟ ଓ ଅପାରଗତା କାରଣରୁ ହୋଇଛି ବୋଲି ଶ୍ରୀ ସିଂହ ସିଧାସଲଖ ଅଭିଯୋଗ କରିଛନ୍ତି।

ରାଜ୍ୟରେ ଜଙ୍ଗଲରାଜ ଚାଲିଛି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି।

ଆଗାମୀ ଦିନରେ ରାଜ୍ୟବାସୀ ଏଭଳି ସମ୍ବେଦନହୀନ ଜଙ୍ଗଲରାଜ ଶାସନକୁ ନିଶ୍ଚିତ ମୁଳତ୍ପାଟନ କରିବେ। ଏଥି ସହ ରାଜ୍ୟବାସୀଙ୍କୁ ସୁଶାସନ ଦେବା ପାଇଁ ବିଜେପି ପ୍ରତିଶୃତିବଦ୍ଧ ରହିଛି। ବିଜେପିର ସମସ୍ତ କାର୍ଯ୍ୟକର୍ତା ଏକାଠି ହୋଇ ରାଜ୍ୟବାସୀଙ୍କ ସହେଯାଗରେ ଏହି କୁଶାସନର ଅନ୍ତ ଘଟାଇବେ ବୋଲି ଶ୍ରୀ ସିଂହ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ନିଜର ଲୋକପ୍ରିୟତାର ହ୍ରାସରେ ବିଚଳିତ ହୋଇପଡି ଶାସକ ବିଜେଡି ବର୍ତମାନ ହିଂସାର ପନ୍ଥା ଆପଣାଇଛି। ବିଜେପିର ଲୋକପ୍ରିୟତାରେ ଅସହିଷ୍ନୁ ହୋଇପଡିଥିବା ଶାସକ ବିଜେଡି ପୋଲିସ ଓ ପ୍ରଶାସନର ସହାୟତାରେ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଭୟଭୀତ କରିବାକୁ ପ୍ରଚେଷ୍ଟା କରୁଛି। ବିଜେପି ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି। ଶାସକ ବିଜେଡିର ଗୁଣ୍ଡାଗର୍ଦ୍ଦି କାର୍ଯ୍ୟକଳାପ ସତ୍ୱେ ବିଜେପି କାର୍ଯ୍ୟକର୍ତାଙ୍କ ମନରେ କୈାଣସି ଉତ୍ସାହ କମି ନାହିାଁ ବରଂ ସମସ୍ତଙ୍କ ମନୋବଳ ବୃଦ୍ଧି ପାଇଛି। ବିଜେପି ନିଜର ସମସ୍ତ ବଳ ପ୍ରୟୋଗ କରି ଏହି ଜଙ୍ଗଲରାଜ ଶାସନ ବିରୁଦ୍ଧରେ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିବ ବୋଲି ଶ୍ରୀ ସିଂହ ଚେତାଇ ଦେଇଛନ୍ତି।

ଉତର ପ୍ରଦେଶ କଥା ମନେ ପକାଇ ଦେଇ ଶ୍ରୀ ସିଂହ କହିଛନ୍ତି ଯେ, ଏହି ଭଳି କୁଶାସନ, ଗୁଣ୍ଡାଗର୍ଦ୍ଦି କାରଣରୁ ସମାଜବାଦ ପାର୍ଟି ଭିତରେ ଅନ୍ତଃ କନ୍ଦଳ ବୃଦ୍ଧି ପାଇ ପ୍ରତ୍ୟାଖାତ ହୋଇଛି। ସେହିପରି ଅନୁରୁପ ଭାବେ ଓଡିଶାରେ ମଧ୍ୟ ଶାସକ ବିଜେଡି କ୍ଷେତ୍ରରେ ଘଟିବ ବୋଲି ଶ୍ରୀ ସିଂହ କହିଛନ୍ତି।

କୁନ୍ଦୁଲି ନାବାଳିକା ଦୁଷ୍କର୍ମ ପୀଡିତାର ମୃତ୍ୟୁର ତଦନ୍ତ ଏବଂ ତାର ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ଦାବି କରିବାକୁ ଯାଉଥିବା ଶାନ୍ତିପୂର୍ଣ୍ଣ ବିଜେପି କାର୍ଯ୍ୟକର୍ତାଙ୍କୁ ପୋଲିସର ଅମାନୁଷିକ ମାଡ ମାରିବା ଘଟଣାକୁ ଦୃଢ ନିନ୍ଦା କରିବା ସହ ଆହତ କାର୍ଯ୍ୟକର୍ତାଙ୍କ ଘରକୁ ଯାଇ ଶ୍ରୀ ସିଂହ ଆଶ୍ୱାସନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *