ଜିଲ୍ଲା ପରିକ୍ରମା

ଉତଥାନ ଫାଉଣ୍ଡେସନ ପକ୍ଷରୁ ବାଜପେୟୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ଯାଜପୁର-୨୨/୮(ଓଡିଆ ପୁଅ/ଏ.ରାଉତ) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଥିଲେ ଅଜାତ ଶତ୍ରୁ। ଏକାଧାରାରେ ସେ ଥିଲେ ସର୍ବୋପରି ଜଣେ ଭଳମଣିଷ, ସୁବକ୍ତା, ସାମ୍ବାଦିକ, ରାଜନେତା, କବି, ସୁପ୍ରଶାସକ, ଦୂରଦ୍ରଷ୍ଟା। ତାଙ୍କ ଅବର୍ତ୍ତମାନରେ ମଧ୍ୟ ସେ ପ୍ରତିଟି ଭାରତୀୟଙ୍କ ଦୃଦୟରେ ସ୍ୱତନ୍ତ୍ରଭାବେ ସ୍ଥାନ ପାଇବେ। ତାଙ୍କ ଦ୍ୱାରା ପ୍ରସ୍ତାବିତ ଭାରତୀୟ ନଦୀ ସଂଯୋଗୀ କରଣ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ଆଜି କେରଳରେ ଏଭଳି ବନ୍ୟା ପରିସ୍ଥିତ ଉପୁଜି ନଥାନ୍ତାବୋଲି ଓ ଓଡିଶାଭଳି ବନ୍ୟା ପ୍ରବଣ ରାଜ୍ୟମାନେ ସବୁଦିନ ପାଇଁ ଏହି ବିପତ୍ତିରୁ ମୁକ୍ତି ପାଇଥିଆନ୍ତେ ବୋଲି ବକ୍ତାମାନେ କହିବା ସହିତ ସେଭଳି ଯୁଗପୁରୁଷ ଦେଶଭକ୍ତଙ୍କ ପାଇଁ ଆମେ ଯେତେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ମଧ୍ୟ କମ୍ ହେବ କହିଥିଲେ। ଦେଶର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଉତଥାନ ଫାଉଣ୍ଡେସନ ଆନୁକୂଲ୍ୟରେ ଅନୁଷ୍ଠିତ ଶୋକସଭାରେ ବ୍ୟାସନଗର ସହରବାସୀଙ୍କ ତରଫରୁ ସ୍ୱର୍ଗତ ଅଟଳ ବିହାରୀ ବଜପେୟୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଉପସ୍ଥିତ ବକ୍ତାମାନେ ଏଭଳି ମତବ୍ୟକ୍ତ କରିଛନ୍ତି। ବ୍ୟାସଦେବ ଟାଉନହଲ ପରିସରରେ ଓଡିଶା ଶାଖା ରାଜ୍ୟ ସଭାପତି ଇଂ.ଆଲେକଜାଣ୍ଡାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶୋକସଭାକୁ ପୌରାଧ୍ୟକ୍ଷା ସବିତା ରାଉତ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ। ଜିଲା ସଭାପତି ଆଲୋକ ମହାନ୍ତିଙ୍କ ସଭାପରିଚାଳନାରେ ଉକ୍ତ ଶୋକ ସଭାରେ ସହରର ଦଳ ମତ ନିର୍ବିଶେଷରେ ଶହ ଶହ ବ୍ୟକ୍ତି ଯୋଗଦେଇ ବାଜପେୟୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିଜେପି ଯୁବନେତା ବିଶ୍ୱଜିତ୍ ନାୟକ, ବରିଷ୍ଠ ଆଇନଜୀବୀ ଚନ୍ଦ୍ରଶେଖର ପଣ୍ଡା, ବିବେକାନନ୍ଦ ମହାନ୍ତି, ସାହିତ୍ୟ ଏକାଡେମୀ ସଦସ୍ୟା ସଂଯୁକ୍ତା ମହାପାତ୍ର, ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ଯାଜପୁର ଜିଲା ସାମ୍ବାଦିକ ୟୁନିଅନ ସାଧାରଣ ସଂପାଦକ ଚିନ୍ତାମଣି ପାଢ଼ୀ, ଶ୍ରମିକ ନେତା ଚନ୍ଦ୍ରମଣି ପାତ୍ର, ସାହିତ୍ୟିକ ଗୁରନିଧି ଗୁରୁ, ଭୁବନମୋହନ ମହାନ୍ତି, ବ୍ୟଙ୍ଗକବି ବାଇଧର ମାଝୀ, କଂଗ୍ରେସ ନେତା ମଧୁସୂଦନ ସାହୁ, ଏକତା ମଂଚ ସଂପାଦକ ଅକ୍ଷୟ ଜେନା, ଅଚ୍ୟୁତାନନ୍ଦ ଦାସ, ବିଭୁତିଭୂଷଣ ରାଉତ, ରାଜେଶ ରାଉତ, ନିରଞ୍ଜନ ବଳ, ସବିତା ଖୁଂଟିଆ, ପୁଲିନ ବିହାରୀ ଖୁଂଟିଆ, ବିଶ୍ୱରଞ୍ଜନ ରାଉତ, ମନୋରଞ୍ଜନ ଦୀକ୍ଷିତ, ରାଜେନ୍ଦ୍ର ଦାସ, ପ୍ରଦୀପ ଦାସ, ସତ୍ୟନାରାୟଣ ମହାନ୍ତିଙ୍କ ସମେତ ବହୁ ସ୍ୱୟଂ ସହାୟିକା ଗୋଷ୍ଠୀ, ଲେଖିକା ସଂସଦ, ବିଶ୍ୱଶାନ୍ତି ମହିଳା ସୁରକ୍ଷା ସମିତି, ଲାଲ ସଲାମ କ୍ଲବ, ସାଇରାମ ସ୍ୱୟଂ ସହାୟକ ଗୋଷ୍ଠୀ, ଗାୟକ ଅଜିତ ଦାସ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ବାଜପେୟୀଙ୍କ ଭଳି ଭଲମଣିଷ ଆଉ ଭାରତରେ ଜନ୍ମ ହେବେକି ନାହିଁବୋଲି ମତ ରଖିଥିଲେ। ପ୍ରାରମ୍ଭରେ ବାଜପେୟୀଙ୍କ ଫଟୋରେ ପୁଷ୍ପମାଲ୍ୟ, ପ୍ରଦୀପ ପ୍ରଜ୍ଜଳନ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା ନିମେନ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top