ଓଡ଼ିଶା

ଉଠିଲା ଛନ୍ଦା ଗୟଳ

ପୁରୀ:୧୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ପାଖେଇ ଆସୁଛି ରଥଯାତ୍ରା। ଚଳଚଞ୍ଚଳ ଏବେ ରଥଖଳା। ଶ୍ରୀ ବିଗ୍ରହଙ୍କ ରଥ ନିର୍ମାଣରେ ବ୍ୟସ୍ତ, କମାର, ରୂପକାର ଓ ମହାରଣା ସେବକ ସମସ୍ତଙ୍କ ଗୋଟିଏ ଲକ୍ଷ୍ୟ ଠାକୁରଙ୍କ ରଥ ନିର୍ମାଣ ଚାରିନାହାକା ଉଠିଲା ପରେ ତିନି ଠାକୁରଙ୍କ ଅର୍ଦ୍ଧନିର୍ମିତ ରଥ ଏବେ ବଡ଼ଦାଣ୍ଡର ଶୋଭାବର୍ଦ୍ଧନ କଲେଣି। ନନ୍ଦିଘୋଷ, ତାଳଧ୍ୱଜ ରଥ ମଝିରେ ରହିଛି ଦର୍ପଦଳନ ରଥ। ମଙ୍ଗଳବାର ଛନ୍ଦା ଗୟଳ ତିନିରଥ ଉପରକୁ ଉଠିଛି। ନନ୍ଦିଘୋଷ ଓ ତାଳଧ୍ୱଜ ରଥର ୬ଟି ଲେଖାଏଁ ଛନ୍ଦା ଗୟଳ ଉଠିଥିବା ବେଳେ ଦର୍ପଦଳନ ରଥରେ ୪ଟି ଛନ୍ଦା ଗୟଳ ଉଠିଛି। ପୋଲ ଗୟଳ ଉପରେ ଛନ୍ଦା ଗୟଳ କଣ୍ଟା ପଡ଼ିଛି। ମହାରଣା ସେବକଙ୍କ ନେତୃତ୍ୱରେ ଭୋଇ ସେବକ ମାନେ ଏହି କାମ କରୁଛନ୍ତି। ସେହିପରି ରୂପକାର ସେବକ ମବାନେ ନାଟଗୋଡ଼ ଖୋଦେଇ କରୁଥିବା ବେଳେ ମହାରଣା ସେବକ ମାନେ ଗୟଳ କଂଟା ତିଆରି କରୁଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top