ଉଜ୍ବଳ ଉତ୍ଥାନ ପ୍ରଶିକ୍ଷଣ ସମୟରେ – ଶିକ୍ଷୟିତ୍ରୀ ଙ୍କୁ ଅଂଶୁଘାତ , ମେଡ଼ିକାଲ ରେ ଭର୍ତ୍ତି

ପାଟଣା,ତା୨୧/୦୪(ଓଡିଆ ପୁଅ/ଅଭିମନ୍ୟୁ) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଉଜ୍ଜ୍ୱଳ ଉତ୍ଥାନ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ବେଳେ ଅପରାହ୍ନ ୩ଟା ସମୟରେ ଜଣେ ଶିକ୍ଷୟତ୍ରୀ ଙ୍କୁ ଅଂଶୁଘାତ ହୋଇ ମୁର୍ଛା ହୋଇଯାଇଥିଲେ । ତୁରନ୍ତ ଶିକ୍ଷୟତ୍ରୀ ଜଣଙ୍କୁ ପାଟଣା ମେଡ଼ିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ବେଳେ ଶିକ୍ଷୟିତ୍ରୀ ଜଣଙ୍କ ଧୀରେ ଧୀରେ ସୁସ୍ଥ ହୋଇଥିବା ଜଣାପଡିଛି । ଅଂଶୁଘାତ ରେ ଆକ୍ରାନ୍ତ ଶିକ୍ଷୟତ୍ରୀ ଜଣଙ୍କ ଗୋଧିରାମ ପଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ରୀନାରାଣୀ ସୋରେନ ବୋଲି ଜଣାପଡିଛି । ସରକାର ସମ୍ଭାବ୍ୟ ଅଂଶୁଘାତ କୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୋଡିକୁ ସକାଳୁଆ କରିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୂର୍ବାହ୍ନ ୯ ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଉଜ୍ଜ୍ୱଳ ଉତ୍ଥାନ ପ୍ରଶିକ୍ଷଣ ଦିଆଯିବା ଘଟଣାକୁ ଶିକ୍ଷକ ମହଲକୁ ଅସନ୍ତୋଷ କରିଛି ।

Leave a Reply

Your email address will not be published. Required fields are marked *