ଜିଲ୍ଲା ପରିକ୍ରମା

ଉଜ୍ଜ୍ୱଳ, ଉତ୍ଥାନ କାର୍ଯ୍ୟକ୍ରମ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ବହି ମିଳୁନି

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଶ୍ରେଣୀର ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଜ୍ଜ୍ୱଳ ଓ ଉତ୍ଥାନ କାର୍ଯ୍ୟକ୍ରମ। ଏହାଦ୍ୱାରା ଦୁର୍ବଳ ଛାତ୍ରାଛତ୍ରୀ ଲିଖନ, ପଠନ ଓ ଗଣନାରେ ଅନ୍ୟ ପିଲାଙ୍କ ସହିତ ସମକ୍ଷକ ହୋଇପାରିବେ। ସବୁପିଲା ସର୍ବନିମ୍ନ ଦକ୍ଷତା ହାସଲ କରିପାରିବେ। ହେଲେ ସରକାରଙ୍କ ଏହି ଯୋଜନାରେ ଏହି ଜିଲାର ବାସୁଦେବପୁର ବ୍ଲକ ଶିକ୍ଷା ବିଭାଗକୁ ଆବଶ୍ୟକ ବହି(କାର୍ଯ୍ୟ ପୁସ୍ତିକା) ମିଳିନି। ଯାହା ବି ପୁସ୍ତିକା ଆସିଛି, ଉଜ୍ଜ୍ୱଳର ଗଣିତ(୧) ବହି ଜମା ମିଳି ନଥିବାବେଳେ ଉତ୍ଥାନର ୧୨ ହଜାର ୨ ଶହ ଭାଷା ପୁସ୍ତିକା ବଦଳରେ ମିଳିଛି ୨ ହଜାର ୨ ଶହ। ସରକାରଙ୍କ ନୂଆ ଯୋଜନାରେ କାର୍ଯ୍ୟକ୍ରମ ଆରମ୍ଭରୁ ବହିର ଅଭାବ ପିଲାମାନଙ୍କ ଭବିଷ୍ୟତ କେତେଦୂର ଉଜ୍ଜ୍ୱଳ କରିବ ତାହା ଚର୍ଚ୍ଚା ହେଉଛି। ଦ୍ୱିତୀୟରୁ ପଞ୍ଚମ ଶ୍ରେଣୀର ପିଲାଙ୍କୁ ଉଜ୍ଜ୍ୱଳ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଗଣିତ, ଭାଷା ଓ ଇଂରାଜୀ ବିଷୟରେ ପିଲାମାନେ ପାଠ ପଢିବେ। ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲା ଉତ୍ଥାନରେ ସାମିଲ ହୋଇଛନ୍ତି। ଏହି ପିଲାମାନେ ଗଣିତ, ଭାଷା, ଇଂରାଜୀ ଓ ବିଜ୍ଞାନ ପଢିବେ। ଚଳିତ ଶିକ୍ଷା ବର୍ଷରେ ପାଠପଢାକୁ ବନ୍ଦ ରଖି ୪୦ ଦିନ ଏହି କାର୍ଯ୍ୟକ୍ରମ ଚାଲିବ। ଉତଥାନ ଓ ଉଜ୍ଜ୍ୱଳ ଯୋଜନାରେ ଯୋଗାଇ ଦିଆଯାଇଥିବା ପୁସ୍ତକ ପଢାଇ ପିଲାମାନଙ୍କ ଦକ୍ଷତା ମାପିବା ନିର୍ଦ୍ଦେଶ ରହିଛି। ହେଲେ ଆଜିଯାଏ ବ୍ଲକ ଶିକ୍ଷା ବିଭାଗକୁ ଆବଶ୍ୟକ ବହି ମିଳି ପାରିନି। ଯାହା ବି ବହି ଆସିଛି ଭାଗ ଭାଗ କରି ବିଦ୍ୟାଳୟକୁ ବହି ଦିଆଯାଉଛି। ସବୁ ବିଭାଗରେ ଆବଶ୍ୟକ ବହି ମିଳୁ ନଥିବାରୁ ଶିକ୍ଷକମାନେ ପିଲାଙ୍କୁ ପଢାଇବାରେ ଅଡୁଆରେ ପଡୁଛନ୍ତି। ଏପଟେ ଉପରୁ ନିର୍ଦ୍ଦେଶ ରହିଛି ପାଠ ପଢାଇ ଦୁଇ ସପ୍ତାହରେ ପିଲାଙ୍କ ଦକ୍ଷତା ମପାଯାଇ ତାଲିକା ପ୍ରସ୍ତୁତ ହେବ। ବିଦ୍ୟାଳୟର ପିଲାମାନଙ୍କ ପାଇଁ ଆବଶ୍ୟକ ବହି ମିଳୁନଥିବା ବେଳେ କାହାର ଦକ୍ଷତା ମପାଜିବ ବୋଲି ପ୍ରଶ୍ନ ଉଠିଛି। ଏପଟେ ଶ୍ରେଣୀରେ ଥିବା କେତେକ ଭଲ ପିଲାଙ୍କ ପାଠ ପଢାରେ ବ୍ୟାଘାତ ହେଉଥିବା ଅବିଭାବକ କହୁଛନ୍ତି। ବ୍ଲକ ଶିକ୍ଷା ବିଭାଗର ସୂଚନା ଅନୁସାରେ, ଉଜ୍ଜ୍ୱଳ କାର୍ଯ୍ୟକ୍ରମରେ ୧୫ ହଜାର ୩୫୪ ପିଲା ରହିଛନ୍ତି। ଏହି ପିଲାଙ୍କ ପାଇଁ ଓଡିଆରେ ପ୍ରଥମ ଓ ଦ୍ୱିତୀୟ ବିଭାଗ ମିଶି ୧୪ ହଜାର ୨୫୬ ଖଣ୍ଡ ବହି ଆସିଛି। ଗଣିତ(୧)ରେ ୧୧ ହଜାର ବହିର ଆବଶ୍ୟକ ଥିବାବେଳେ ଖଣ୍ଡେ ବହି ଆସିନି। ଗଣିତ(୨) ୪ ହଜାର ୫ ଶହ ବହି ଆସିଛି। ଇଂରାଜୀ ୧୩ ହଜାର ୮୫୩ ଖଣ୍ଡ ବହି ଆସିଛି। ସେହିରି ଉତ୍ଥାନ ବିଭାଗରେ ୧୨ ହଜାର ୮୫୧ ଖଣ୍ଡ ବହି ଆବଶ୍ୟକ ରହିଛି। ଏହି ବିଭାଗରେ ଗଣିତରେ ୧୨ ହଜାର ୧୧୬, ବିଜ୍ଞାନରେ ୧୨ ହଜାର ୧୧୬, ଇଂରାଜୀରେ ୧୦ ହଜାର ୯୦୫ ଖଣ୍ଡ ବହି ଆସିଛି। ଭାଷା ପୁସ୍ତିକାରେ ୧୨ ହଜାର ୨୦୦ ବହିର ଆବଶ୍ୟକତା ଥିବାବେଳେ ମିଳିଛି ମାତ୍ର ୨ ହଜାର ୨ ଶହ। ପ୍ରତି ବିଦ୍ୟାଳୟକୁ ଭାଗ କରି ବହି ଦିଆଯାଇଛି। ବିଦ୍ୟାଳୟକୁ ଆବଶ୍ୟକ ବହି ମିଳିନି। ତଥାପି ଶିକ୍ଷକମାନେ ଯାହା ପାଇଛନ୍ତି ପିଲାମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରିବାକୁ ଲାଗି ପଡିଛନ୍ତି। ବ୍ଲକ ଶିକ୍ଷା ବିଭାଗର ଅଧିକାରୀ ତଦାରଖ କରୁଥିବା କହୁଛନ୍ତି। ତେବେ ସରକାରଙ୍କ ଏହି ଯୋଜନାରେ ପିଲାମାନଙ୍କ ଭବିଷ୍ୟତ କେତେ ଉଜ୍ଜ୍ୱଳ ହେଉଛି ତାହା ଆଗାମୀ ସମୟ କହିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top