ଉଜ୍ଜଳ ଓ ଉତଥାନ ସଫଳ ରୂପାୟନ ନିମନ୍ତେ ସମୀକ୍ଷା ବୈଠକ

କୋରାପୁଟ ; ତା୧୨-୦୭-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ସ୍ଥାନୀୟ ସରକାରୀ ବିଦ୍ୟାଳୟ ସଭାଗୃହଠାରେ ଉଜ୍ଜଳ ଓ ଉତଥାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଏକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ମର୍କତ କେଶରୀ ରାୟ ଯୋଗଦେଇ ଉପସ୍ଥିତ ସିଆରସିସି, ପ୍ରଧାନଶିକ୍ଷକ ଓ ଶିକ୍ଷକମାନେ କରିଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ଓ ମୋ ସ୍କୁଲ ଅଭିଯାନର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଏହି ସମୀକ୍ଷା ବୈଠକରେ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ, କୋରାପୁଟ ବ୍ଲକ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ, ଲକ୍ଷ୍ମିପୁର ବ୍ଲକ ଶିକ୍ଷା ଅଧିକାରୀ ତଥା କୋରାପୁଟ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକାଶ ଚନ୍ଦ୍ର ସରକାର, କୋରାପୁଟ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଦୟାସିନ୍ଧୁ ବାଘ, ଜିଲ୍ଲା ଶିକ୍ଷକ ସଂଘର ସାଧାରଣ ସଂପାଦକ ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *