ଉଜ୍ଜଳା ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

– ବାଛ ବିଚାର ନକରି କନ୍ୟା ସନ୍ତାନକୁ ଉପଯୁକ୍ତ ଲାଳନ ପାଳନ କରିବାକୁ ପରାମର୍ଶ: ଗାଁ ପରିମଳ ରକ୍ଷା ଉପରେ ଦେଲେ ଗୁରୁତ୍ୱ
– ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୧୦୦ରୁ ଅଧିକ ହିତାଧିକାରୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ମତ ବିନିମୟ କରିଛନ୍ତି।

– ବିଭିନ୍ନ ରାଜ୍ୟରୁ ମହିଳା ହିତାଧିକାରୀମାନେ ରାଷ୍ଟ୍ରପତି ଭବନରେ ଆଜି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ଏଲପିଜି ପଂଚାୟତରେ ଭାଗନେବା ପାଇଁ ଦିଲ୍ଲୀ ଆସିଥିଲେ।

ନୂଆଦିଲ୍ଲୀ ୧୩-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ସହ ଅନୌପଚାରିକ କଥାବାର୍ତ୍ତା ବେଳେ ହିତାଧିକାରୀମାନେ ଏଲପିଜି ରନ୍ଧନ ଗ୍ୟାସ ସେମାନଙ୍କ ଜୀବନରେ କିଭଳି ଉନ୍ନତି ଆଣିଛି ତାହା ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ହିତାଧିକାରୀମାନଙ୍କୁ ସେମାନଙ୍କ ଦୈନନ୍ଦିତ କର୍ମମୟ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବାକୁ ଉତ୍ସାହିତ କରିଥିଲେ। ହିତାଧିକାରୀମାନଙ୍କ ଅଭିମତକୁ ଆଧାର କରି ପ୍ରଧାନମନ୍ତ୍ରୀ ସୌଭାଗ୍ୟ ଯୋଜନା ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ। କେନ୍ଦ୍ର ସରକାର ପ୍ରତି ଗରିବ ଘରକୁ ବିଜୁଳୀ ଯୋଗାଇ ଦେବା ଲାଗି ଏହି ଯୋଜନା ଆରମ୍ଭ କରିଛନ୍ତି। ମତ ବିନିମୟ କାଳରେ ପ୍ରଧାନମନ୍ତ୍ରୀ କନ୍ୟା ସନ୍ତାନ ପ୍ରତି ପରିବାର ଓ ସମାଜରେ ହେଉଥିବା ସମସ୍ତ ପ୍ରକାର ବାଛ ବିଚାରକୁ ଦୂର କରିବା ଲାଗି ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ଗାଁକୁ ପରିଷ୍କାର ପରିଚ୍ଛନ ରଖିବା ଏବଂ ସ୍ୱଚ୍ଛତା ଅଭିଯାନ ଜାରି ରଖିବା ଲାଗି ସେ କହିଥିଲେ। ଏହାଦ୍ୱାରା ପ୍ରତ୍ୟେକ ପରିବାର ଓ ଗ୍ରାମରେ ପରିମଳ ସୁରକ୍ଷା ସହ ସ୍ୱାସ୍ଥ୍ୟ ରକ୍ଷା ମଧ୍ୟ ହୋଇପାରିବ। ଉଜ୍ଜଳା ଯୋଜନା ଭଳି ଏହା ପରିବାରର ସାମଗ୍ରିକ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଉଜ୍ଜଳା ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ଓ ସାଧୁବାଦ ଜଣାଇ କେତେକ ହିତାଧିକାରୀ ନିଜ ନିଜ ଅଂଚଳରେ ବିକାଶ କାର୍ଯ୍ୟରେ ଦେଖାଦେଇଥିବା ଆହ୍ୱାନଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ମହିଳା ହିତାଧିକାରୀମାନେ ଅନୁଭୂତି ବାଂଟି ଥିବାରୁ ବେଶ ପ୍ରଶଂସା କରିଥିଲେ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅନୌପଚାରିକ ଆଲୋଚନା କାଳରେ ପ୍ରଧାନମନ୍ତ୍ରୀଙ୍କ ସହ ଉପସ୍ଥିତ ଥିଲେ।

The Prime Minister, Shri Narendra Modi interacting with the beneficiaries of the Pradhan Mantri Ujjwala Yojana, in New Delhi on February 12, 2018.

Leave a Reply

Your email address will not be published. Required fields are marked *