ଉଚ୍ଛେଦ ହେଲା ଚୈତନ୍ୟ ଛକ ଶୌଚାଳୟ

ପୁରୀ, ୨/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ସ୍ୱର୍ଗଦ୍ୱାର ନିକଟ ଚୈତନ୍ୟ ଛକରେ ରହିଥିବା ପୌର ପ୍ରଶାସନର ଶୌଚାଳୟକୁ ଉଚ୍ଛେଦ କରାଯାଇଛି। ପୂର୍ତ୍ତ ବିଭାଗ ଅଧିନକୁ ଏହି ରାସ୍ତା ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ଶୌଚାଳୟକୁ ଭାଙ୍ଗି ରାସ୍ତା ସମ୍ପ୍ରସାରଣ ନିମନ୍ତେ ଏହି ପଦକ୍ଷେପ ନିଆଯାଇଥିବା ବିଭାଗୀୟ ସୂତ୍ରରୁ ଜଣାପଡିଛି। ଏହି ଶୌଚାଳୟ ଉଚ୍ଛେଦ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା। ଏହା ସିଆରଜେଡ ନିୟମ ଉଲଂଘନ କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ନିୟମ ମୁତାବକ ରାସ୍ତା ବା ପରିକଳ୍ପିତ ରାସ୍ତା ଅଥବା ସମ୍ପ୍ରତି ରହିଥିବା ଆଇନ ସମ୍ମତ ନିର୍ମାଣ ସ୍ଥଳଭାଗ ଦିଗରେ ଗୃହ ନିର୍ମାଣ କାର୍ଯ୍ୟ ପ୍ରଚଳିତ ସହରାଞ୍ଚଳ ବା ଗ୍ରାମାଞ୍ଚଳ ଯୋଜନାର ନିୟମାନୁଯାୟୀ ଚଟାଣ ଆୟତନ, ମାନ ବା ଚଟାଣ ଆୟତନ ଅନୁପାତରେ କରିବାକୁ ହେବ। ସମ୍ପ୍ରତି ରହିଥିବା ରାସ୍ତାର ସମୁଦ୍ର ପଟକୁ ନୂତନ ଭାବେ କରାଯାଉଥିବା ରାସ୍ତାର ସ୍ଥଳଭାଗକୁ ଦିଗକୁ କୌଣସିଗୃହ ନିର୍ମାଣ ପାଇଁ ଅନୁଭୂତି ପ୍ରଦାନ କରାଯାଇପାରିବ ନାହିଁ। ତେଣୁ ରାସ୍ତା ଓ ସମୁଦ୍ର ମଧ୍ୟରେ ଥିବା ସ୍ୱର୍ଣ୍ଣାଭ ବେଳାଭୂମିରେ ଏହି ଶୌଚାଳୟ ନିର୍ମାଣ ହେବା ନେଇ ଆଲୋଚନା ଲାଗି ରହିଥିଲା। ପୁରୀ ସହର ସ୍ୱର୍ଣ୍ଣାଭ ବେଳାଭୂମି କୂଳରେ ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *