ଓଡ଼ିଶା

ଉଚ୍ଛୁଳା ନଦୀରେ ବାଜିରେ ଲାଗିଛି ଛାତ୍ରଙ୍କ ଜୀବନ: ନାଉରୀଆ ଭୁମିକାରେ ଛାତ୍ର

କେନ୍ଦୁଝର ତା୧୯.୮.୧୮ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ଏହି ସ୍ୱାଧୀନ ଭାରତରେ ଆଜି ବି ପାଠପଢିବା ଲାଗି ବାଜିରେ ଲାଗିଛି ଜୀବନ। ସରକାରଙ୍କ ପକ୍ଷରୁ ‘ସମସ୍ତେ ପଢିବେ ସମସ୍ତେ ବଢିବେ’ ସ୍ଳୋଗାନ ସହ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇିଁ ମୋ ସ୍କୁଲ ଯୋଜନା, ସବୁଦିନ ଯିବା ସ୍କୁଲ ଭଳି ଯୋଜନା ଉପରେ ଯୋଜନା କରାଯାଉଥିବା ବେଳେ ଗାଁ ବିକାଶର ଭଳି ବହୁତ ବଡବଡ କଥା କୁହାଯାଉଛି। କିନ୍ତୁ ଏ ସମସ୍ତ ଯୋଜନା ଓ ବିକାଶ ଆଦି ଯେ ବାସ୍ତବତା ଠାରୁ ବହୁ ଦୂରରେ ତାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଯେତେବେଳେ କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଳକ ଅଞ୍ଚଳରେ ପାଠ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡୁଛି। ସ୍କୁଲରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ବିପଦପୁର୍ଣ୍ଣ ଅବସ୍ଥାରେ ନିଜେ ନାଉରୀ ସାଜି ହୁଲି ଡଙ୍ଗାରେ ଉଚ୍ଛୁଳା ନଦୀ ପାର ହେବାକୁ ପଡୁଛି। ତେବେ ଏହା କଣ ଆମ ରାଜ୍ୟର ବିକାଶର ଚିତ୍ର। ସ୍ୱାଧୀନତାର ୭୨ବର୍ଷ ପରେ ମଧ୍ୟ ତେଲକାଇ ବ୍ଳକର କରଦାଙ୍ଗି ପଚାଂୟତ ଅନ୍ତର୍ଗତ ସାପଲାଞ୍ଜି ଗ୍ରାମର ପ୍ରାୟ ୧୫ ଜଣ ଛାତ୍ର ଛାତ୍ରୀଙ୍କୁ ପାଠ ପଢିବାକୁ ନିତିଦିନ ହୁଲି ଡଙ୍ଗାରେ ସମାକୋଇ ନଦୀ ପାରହୋଇ କରଦାଙ୍ଗି ଗାଁ ରେ ରହିଥିବା ସ୍କୁଲକୁ ଯିବାକୁ ପଡିଥାଏ। ତା ପୁଣି ସଂପୂର୍ଣ୍ଣ ବିପଦସଂକୁଳ ଅବସ୍ଥାରେ। ଯେଭଳି ପିଲାମାନଙ୍କର ପାଠପଢାର ଆଗ୍ରହ ସମ୍ମୁଖରେ ଉଚ୍ଛୁଳା ନଦୀ କିମ୍ବା ହୁଲିଡଙ୍ଗା ଭଳି ସମସ୍ତ ବିପଦ ହାରମାନିଛି। ଭୌଳିକ ସ୍ଥିତି ଦୃଷ୍ଟିରୁ ସାପଲାଞ୍ଜି ଗ୍ରାମଟିକୁ ତିନି ପଟରୁ ସମାକୋଇ ନଦୀ ଘେରି ରଖିଥିବା ବେଳେ ଗୋଟେ ପଟେ ପାହାଡ ଘେରି ରହିଛି। ଫଳରେ ପିଲାମାନଙ୍କୁ ପାଠ ପଢି ଯିବାକୁ ନଦୀରେ ନିଜେ ନାଉରୀଆ ସାଜି ଯିବାକୁ ପଡୁଅଛି। ଏହି ଅଞ୍ଚଳ ବାସୀଙ୍କ ପାଇଁ ଆଜି ବି ବିକାଶ ଯେଭଳି ସ୍ୱପ୍ନ ହୋଇରହିଛି। ଅନ୍ଧାରୀ ମୁଲକ ସାଜିଥିବା ସାପଲାଞ୍ଜି ଅଞ୍ଚଳକୁ ବିକାଶ ରାସ୍ତା ହୁଡିଥିଲେ ମଧ୍ୟ ଶିକ୍ଷାର ଗୁରୁତ୍ୱକୁ ସବୁଠାରୁ ଅଧିକ ବୁଝିପାରିଛନ୍ତି ଏଠାର ଅଭିଭାବକ ଓ ଛାତ୍ରଛାତ୍ରୀମାନେ। କିନ୍ତୁ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ବରଂ ବୃଦ୍ଧବୃଦ୍ଧା, ରୋଗୀ ଓ ଗ୍ରାମବାସୀ ସମସ୍ତେ ଯାତାୟତ ଯେଭଳି ଜୀବନମରଣ ସମସ୍ୟା ପାଲଟିଛି। ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଥିବା ଏହି ଅଞ୍ଚଳ ପ୍ରତି ପ୍ରଶାସନ ଦୁଷ୍ଟି ଦେବାରେ ଅନାଗ୍ରହ ମନୋଭାବ କେବଳ ଦୁର୍ଭଗ୍ୟପୁର୍ଣ୍ଣ ନୁହେଁ ବରଂ ସରକାରଙ୍କର ବିକାଶମୁଖୀ କାର୍ଯ୍ୟକ୍ରମ ପ୍ରତି ଏକ ଶକ୍ତ ଧକ୍କା। ଦୀର୍ଘ ୭୨ ବର୍ଷ ପରେ ମଧ୍ୟ ଆମେ ଅବଗତ ଅଛୁ ପଦେକ୍ଷପ ନିଆଯିବ ବୋଲି ଚିରାଚରିତ ପ୍ରଥାରେ କହି ନିଜ ଦାୟିତ୍ୱ ଶେଷ କରିଛନ୍ତି ତେଲକୋଇ ବିଡିଓ ଦିଲୀପ ବାଡା। ତେବେ ଉତରଦାୟିତ୍ୱ କାହାର ତାହା ମଧ୍ୟ ଏକ ପ୍ରଶ୍ନ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top