ଜିଲ୍ଲା ପରିକ୍ରମା

ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ଆଶ୍ୱାସନା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାୟଗଡା ୧୪.୦୧ (ଓଡ଼ିଆ ପୁଅ) – ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଆଚଂଳିକ ଶିକ୍ଷା ନିର୍ଦେଶାଳୟ ଆନୁକୁଲ୍ୟରେ ନାକ୍ ପ୍ରାୟୋଜିତ ଏକ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ର ଦୁଇ ଦିନ ଧରି ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବୈଠକ ଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ଯୋଗ ଦେଇ ଆଲୋଚନା ଚକ୍ରର ଶୁଭଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଚଂଳିକ ଶିକ୍ଷା ନିର୍ଦେଶାଳୟ ବ୍ରହ୍ମପୁର ର ନିର୍ଦେଶକ ଡଃ ଲକ୍ଷିମକାନ୍ତ ତ୍ରିପାଠୀ, ଅବସର ପ୍ରାପ୍ତ ପ୍ରଫେସର ଡଃ ସାମସନ ମହାରଣା, ଡଃ ଅପରାଜିତା ଚୌଧୁରୀ ନିର୍ଦେଶକ ସି.ଡି.ସି ଏବଂ ପ୍ରଫେସର ପି.କେ.ମହାନ୍ତି ନିର୍ଦେଶକ ଆଇ.ଆର.ଏ.ସି ପ୍ରମୁଖ ଉକ୍ତ ଆଲୋଚନା ଚକ୍ରରେ ଯୋଗ ଦେଇ ନିଜ ନିଜ ମତବ୍ୟକ୍ତ କରିଥିଲେ। ଡଃ ରାଜେନ୍ଦ୍ର ପ୍ରସାଦ ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କଲେଜ ଗୁଡିକରୁ ଆସିଥିବା ଅଧ୍ୟକ୍ଷ ମାନଙ୍କୁ ସୁଶାସନ ଏବଂ ଉଚ୍ଚସ୍ତରୀୟ ନେତୃତ୍ୱ ଉପରେ ଗୁରୁତ୍ୱ ଦେବାକୁ ବୁଝାଇଥିଲେ। ଡଃ ଚୌଧୁରୀ କଲେଜ ସ୍ତରୀୟ ଏଲ.କ୍ୟୁ.ଏସି ସେଲର ଉଦେ୍ଦ୍ୟଶ ଏବଂ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଗୁଣାତ୍ମକ ମୂଲ୍ୟଭିତିକ ଶିକ୍ଷାର ବିକାଶ ନିମନ୍ତେ ଉପସ୍ଥିତ ଥିବା ୧୧୨ ଜଣ ଅଧ୍ୟକ୍ଷକୁ ପ୍ରଶିକ୍ଷିଣ ପ୍ରଦାନ କରାଯାଇଥିଲା। ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ କେ.ସାଲବା ରାଜୁ ଏହି ଆଲୋଚନା ଚକ୍ରର ସୁଚାରୁରୂପେ ପରିଚାଳନା କରିଥିଲେ। ପ୍ରାଧ୍ୟପକ ପ୍ରଫୁଲ ଚନ୍ଦ୍ର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ଡଃ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଗିରିଜା ରଥ, ପ୍ରସନ୍ନ କୁମାର ଗନ୍ତାୟତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ପରେ ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top