ଉଗ୍ରତାରା ବ୍ୟବସାୟୀ ସଂଘର ବାର୍ଷିକ ଉତ୍ସବ

ପୁରୀ, ୨୩/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗୌଡବାଡ ସାହି ଉଗ୍ରତାରା ବ୍ୟବସାୟୀ ସଂଘର ଚର୍ତୁଦ୍ଦଶତମ ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ଅନୁଷ୍ିଂତ ହୋଇଯାଇଛି। ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ୩୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମନ୍ତ୍ରୀ ଶ୍ରୀମହାନ୍ତି ଶାଢ଼ି ବଣ୍ଟନ କରିବା ସହ ମୁମ୍ବାଇର ବିଶିଷ୍ଟ ଗାୟିକା ତାରିକା ସିଂଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପୌର ସଦସ୍ୟ ସବ୍ୟସାଚୀ ମହାପାତ୍ର, ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ ରବିଶଙ୍କର ପ୍ରତିହାରୀ, ଦାସରଥୀ ଖୁଣ୍ଟିଆ, ଉମାଶଙ୍କର ପ୍ରତିହାରୀ ପ୍ରମୁଖ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭଜନ ସମାରୋହରେ ତାରିକା ସିଂଙ୍କ ସମେତ ନରେନ୍ଦ୍ର ଜେନା, ସୁଜାତା ରଥ, ସୁଭଦ୍ରା ସାହୁ, ମାନସ କୁମାର, ପ୍ରବୀଣ ବରାଳ ପ୍ରମୁଖ ଭଜନ ଓ ଜଣାଣ ପରିବେଷଣ କରିଥିଲେ। ଆଲୋକ ମହାପାତ୍ର, ବିନାୟକ ମିଶ୍ର, ବିକ୍ରମ ଦାସ, ତୁଷାରକାନ୍ତ ଜେନା ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗୀତ କରିଥିବା ବେଳେ ଶେଷଦବ ସାହୁ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ଉଗ୍ରତାରା ବ୍ୟବସାୟୀ ସଂଘର ସମ୍ପାଦକ ତଥା ପୌର ସଦସ୍ୟ ଜମ୍ବେଶ୍ୱର ମହାନ୍ତିଙ୍କ ତତ୍ତ୍ୱାମଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ କରିଥିଲେ।

Leave a Reply

Your email address will not be published. Required fields are marked *