ଭଦ୍ରକ, ୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘ ର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂର୍ବ ବିଜ୍ଞପ୍ତି ଅନୁଯାୟୀ ଉତ୍କଳ ସାମ୍ବାଦିକ ସଂଘର ନିର୍ବାଚନ ପରିପ୍ରେକ୍ଷୀରେ ଗୁରୁବାର ତା ୧/୨/୧୮ରିଖ ରେ ସଭାପତି ପଦବୀ ପାଇଁ ମନୋନୟନ ପତ୍ର ସଂଘ କାର୍ଯ୍ୟାଳୟଠାରେ ବିକ୍ରିୟ କରାଯାଇଥିଲା। ପୂର୍ବାହ୍ନ ୧୦ଟା ଠାରୁ ଅପରାହ୍ନ ୨ଘଣ୍ଟା ମଧ୍ୟରେ ନିର୍ବାଚନ ଅଧିକାରୀ ରବିନାରାୟଣ ଖିଲାର ଉପସ୍ଥିତ ରହି ଏହି ମନୋନୟନ ପତ୍ର ପ୍ରାର୍ଥୀମାନଙ୍କୁ ପ୍ରଦାନ କରିଥିଲେ। ସଂଘର ଭୁବନେଶ୍ୱର ଜିଲ୍ଲାରୁ ବିଭୁତିଭୂଷଣ କର ପୁରୀ ଜିଲ୍ଲାରୁ ଦୁଶାଃାଶନ ନାୟକ, ଝାରସୁଗୁଡା ଜିଲ୍ଲାରୁ ଜଗଦିଶ ପୁରୋହିତ ଓ ଜଗତସିଂହପୁର ଜିଲ୍ଲାରୁ ରାମଚନ୍ଦ୍ର ମହାନ୍ତି ନିର୍ବାଚନ ଅଧିକାରୀ ଶ୍ରୀ ଖିଲାରଙ୍କ ଠାରୁ ମନୋନୟନ ପତ୍ର କ୍ରୟ କରିଥିଲେି। ଶୁକ୍ରବାର ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୨ଟା ମଧ୍ୟରେ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀ ଓ ଉପନିର୍ବାଚନ ଅଧିକାରୀ ଆଦର୍ଶ ପଟ୍ଟନାୟକଙ୍କ ଠାରେ ଦାଖଲ କରିଥିଲେ।୩ ତାରିଖ ଦିନ ୧୦ଟାରୁ ୧୨ ଘଟିକା ମଧ୍ୟରେ ପ୍ରାର୍ଥୀପତ୍ର ଗୁଡିକ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ସମୟରେ ଝାରସୁଗୁଡା ଜିଲ୍ଲାରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ସଭାପତି ପ୍ରାର୍ଥୀ ଜଗଦିଶ୍ ପୁରହିତଙ୍କର ନାମାଙ୍କନ ପତ୍ର ଆବଶ୍ୟକୀୟ ପ୍ରମାଣପତ୍ର ଅଭାବରୁ ନାକଚ ହୋଇଥିଲା। ୪ ତାରିଖ ଦିନ୧୦ ଘଟିକା ରୁ ୧୨ ଘଟିକାମଧ୍ୟରେ ପ୍ରାର୍ଥୀପତ୍ର ର ପ୍ରତ୍ୟାହାର ଦିବସରେ ପୁରୀରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଦୁଶାଃସନ ନାୟକ ତାଙ୍କର ପ୍ରାର୍ଥୀପତ୍ର ଉଠାଇ ନେଇଥିଲେ। ଫଳରେ ଏହି ନିର୍ବାଚନ ଦୈାଡରେ ୨ ଜଣ ପ୍ରାର୍ଥୀ ରହିଛନ୍ତି। ସେମାନେ ହେଲେ ଭୁବନେଶ୍ୱରୁ ବିଭୁତିଭୁଷଣ କର ଓ ଜଗତସିଂହପୁରରୁ ରାମଚନ୍ଦ୍ର ମହାନ୍ତି। ନିର୍ବର୍ାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥମାନଙ୍କ ନାମ ସଂଘ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ବୋଲି ନିର୍ବାଚନ ଅଧିକାରୀ ରବି ନାରାୟଣ ଖିଲାର ପ୍ରକାଶ କରିଛନ୍ତି।
