କେନ୍ଦ୍ରାପଡ଼ା

ଉତ୍କଳ ଦିବସ ଉପଲକ୍ଷେ କେନ୍ଦ୍ରାପଡା ସହରରେ ୨୪ରୁ ସ୍ୱଛ ସପ୍ତାହ ପାଳନ

କେନ୍ଦ୍ରାପଡା୨୫/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଉତ୍କଳ ଦିବସ ପାଳନ ଉପଲକ୍ଷେ ସ୍ୱଛ ସପ୍ତାହ ବା ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ରଘୁଜୀଙ୍କ ନେରୃତ୍ୱରେ ସହରର କାକଟ ଲକ ଠାରୁ ଐତିହାସିକ କେନ୍ଦ୍ରାପଡା କେନାଲର ଦୁଇ ପାଶ୍ୱର୍କୁ ପଲିଥିନ ଓ ବର୍ଯ୍ୟବସ୍ତୁ ମୁକ୍ତ କରିବାକୁ ଅଭିଯାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ କେନ୍ଦ୍ରାପଡା ପୈାରପାଳିକାର ଶତାଧିକ ସଫେଇ କର୍ମଚାରୀଙ୍କ ସମେତ ମୀରପାଟଣାସ୍ଥିତ ଥାନପତି ମହିଳା ଭଲିବଲ ଟିମର ୨୦ଜଣ ମହିଳା କ୍ରୀଡାବିତ ଅଂଶଗ୍ରହଣ କରିଥିଲେ। ଆସନ୍ତାକାଲି ସକାଳେ ମଧ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ମୀରପାଟଣା ଠାରୁ ସାନ୍ତସାହି ପୋଲ ପର୍ଯ୍ୟନ୍ତ କେନାଲ ଦୁଇ ପାଶ୍ୱର୍ରେ ଥିବା ବର୍ଯ୍ୟବସ୍ତୁ କୁ ସଫେଇ କରାଯିବ। ସହରର ଜନସାଧାରଣ, ବୁଦ୍ଧିଯିବୀ, ଯୁବକସଙ୍ଘ ଓ ସ୍ୱେଛାସେବୀମାନେ ବହୁ ସଂଖ୍ୟାରେ ସ୍ୱଛତା ସପ୍ତାହ ପାଳନ ଅବସରରେ ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କେନ୍ଦ୍ରାପଡା ସହରକୁ ବର୍ଯ୍ୟବସ୍ତୁ, ଆବର୍ଜନା ଓ ପଲିଥିନ ମୁକ୍ତ ସହରରେ ପରିଣତ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଏହି ସଫେଇ କାର୍ଯ୍ୟକ୍ରମରେ ପୈାରନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜନସ୍ୱାସ୍ଥ୍ୟ ଉପଖଣ୍ଡ ଅଧିକାରୀ ଜନ୍ମେଜୟ ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top