ad
ଜିଲ୍ଲା ପରିକ୍ରମା

ଉତ୍କଳ କେଶରୀ ମହୋତ୍ସବ ଆଗରପଡ଼ା ଉଦ୍ୟାପିତ : ରାଜସ୍ଥାନୀ ଫକ୍ ଡ଼୍ୟାନ୍ସ ଦର୍ଶକଙ୍କ ମନ ମୋହିଲା

ଭଦ୍ରକ, ୨୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ାରେ ·ଲିଥିବା ଉତ୍କଳକେଶରୀ ମହୋତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଉଦ୍ୟାପନୀ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜସ୍ଥାନୀ ଫକ୍ ଡ଼୍ୟାନ୍ସ ଦର୍ଶକଙ୍କ ମନ ମୋହିଥିବା ବେଳେ ଅର୍ନ୍ତଜାତୀୟ ନୃତ୍ୟଶିଳ୍ପୀ ଋଚିସ୍ମିତା ମହାନ୍ତି ଓ ଶୁଭେନ୍ଦୁ ଲେଙ୍କାଙ୍କ ନୃତ୍ୟ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସନ୍ଧ୍ୟାରେ ଆୟୋଜିତ ସଭାକୁ ଦିଲ୍ଲି ରିସର୍ଚ୍ଚ ଆସୋସିଏସନ ଅଫ ଇଣ୍ଡିଆନ ୟୁନିଭରସିଟ ନିର୍ଦ୍ଦେଶକ ଅମରେନ୍ଦ୍ର ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ – ଅନ୍ୟ ରାଜ୍ୟ ତଥା ଦେଶରେ ଡ଼ଃ ମହତାବଙ୍କ ନାମକୁ ନେଇ ଆମେ ପରିଚୟ ଦେଇଥାଉଁ। ସେହି ଯୋଗଜନ୍ମାଙ୍କୁ ଦେଶ ବିଦେଶରେ ସମ୍ମାନ ଦେଇଥାନ୍ତି। ତାଙ୍କର ପବିତ୍ର ଜନ୍ମଭୂମିରେ ଏହିପରି ବର୍ଣ୍ଣାଢ୍ୟ ପରିବେଶରେ ଦୀର୍ଘ ୯ଦିନ ଧରି ମହୋତ୍ସବ ପାଳନ କରାଯିବା ବାସ୍ତବିକ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ତାଙ୍କରି ସ୍ମୃତିକୁ ହୃଦୟ ମଧ୍ୟରେ ବିଶେଷ କରି ଆଗରପଡ଼ା ଅଞ୍ଚଳବାସୀ ସାଇତି ରଖି ପାରିଲେ ତାହାହିଁ ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆର୍ନ୍ତଜାତୀୟ ଓଡ଼ିଶୀ ନୃତ୍ୟଶିଳ୍ପୀ ଋଚିସ୍ମିତା ମହାନ୍ତି ଓ ଶୁଭେନ୍ଦୁ ଲେଙ୍କା ଅନ୍ୟତମ ଅିତିଥି ଭାବେ ଯୋଗଦେଇ କହିଲେ- ବାହାର ରାଜ୍ୟରେ ନୃତ୍ୟ ପରିବେଷଣ କରୁଥିବା ବେଳେ ଦର୍ଶକମାନଙ୍କ କରତାଳି ଆମକୁ ବହୁତ ଉତ୍ସାହିତ କରିଥାଏ। ଓଡ଼ିଶାର ପାରମ୍ପରିକ ନୃତ୍ୟ ଓଡ଼ିଶୀକୁ ଆର୍ନ୍ତଜାତୀୟ ସ୍ତରରେ ପହଞ୍ଚାିଇବା ପାଇଁ ଉଦ୍ୟମ ଜାରୀ ରଖିଛୁ, ଯାହାକି ଆଗାମୀ ପିଢୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ପୃଥୀରାଜ ଦାସ, ଅଧ୍ୟାପିକା ସୁନନ୍ଦାରାଣୀ ସ୍ୱାଇଁ, ସମାଜସେବିକା ବୀଣାପାଣି ବଳ, କମିଟି ଉପସଭାପତି ନୀରଜ ଆଇଚ, ବିଜେପି ନେତା ଗୋପାଳକୃଷ୍ଣ ଦାଶ, ଶ୍ରାବଣୀ କିନ୍ନର ପ୍ରମୁଖ ବକ୍ତବ୍ୟରେ ଉତ୍କଳ କେଶରୀ ମହୋତ୍ସବ ମହା ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ସାଂସ୍କୃତିକ କ୍ଷେତ୍ରରେ ଓଡ଼ିଶାର ଅଗ୍ରଣୀ ଭୂମିକା ଲିଭାଉ ବୋଲି ଆଶା ପ୍ରକଟ୍ଟ କରିଥିଲେ। ମହୋତ୍ସବ କମିଟି ସଭାପତି ହାଇକୋର୍ଟର ଆଇନଜୀବି ମନୋଜ ରାୟଙ୍କ ସଭାପତିତ୍ୱରେ ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ଅଞ୍ଚଳବାସୀଙ୍କ ହୃଦୟ ଖୋଲା ସହଯୋଗକୁ ପ୍ରଶଂସା କରିବା ସହିତ ଆଗାମୀଦିନରେ ଉତ୍ସବର ଉତ୍ତରତ୍ତୋର ଉନ୍ନତିରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଆଇନଜୀବି ଚିନ୍ମୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଉପସ୍ଥାପକ ଜ୍ୟୋତିଷୀଙ୍କ ମଞ୍ଚ ପରି·ଳନାରେ ସଞ୍ଚାର ଡ଼୍ୟାନ୍ସ ଗ୍ରୁପ ର ଶୁଭେନ୍ଦୁ, ଭଦ୍ରକ ଉତ୍ସବ ଡ଼୍ୟାନ୍ସ ଗ୍ରୁପର କଳାକାର ରିଚିସ୍ମିତା, ସ୍ୱାତୀ, ସ୍ମୃତି, ପ୍ରମୋଦ ପ୍ରମୁଖ ରାଜସ୍ଥାନ ଫକ୍, ମୋରୀନା ବାଗ ମାଏଁ ଆଧିରାତକେ, ନାଗରା ଢୋଲ ବାଜେ ସଙ୍ଗୀତର ତାଳେତାଳେ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା। ଭଏସ ଅଫ ଓଡ଼ିଶାର ଶୁଭ୍ରସ୍ମିତା ରାଉତ, ପ୍ରବୀଣ ବଳ, ସର୍ବେଶ୍ୱର ପଣ୍ଡାଙ୍କ ସଙ୍ଗୀତ ଉପସ୍ଥିତ କଳାପ୍ରେମୀଙ୍କୁ ମୁଗ୍ଧ କରିଥିଲା।ପ୍ରାରମ୍ଭରେ ସ୍ଥାନୀୟ ନୃତ୍ୟଶିଳ୍ପୀ ସାଇକ୍ରିଷ୍ଣା ସିଂହ, ରାଜେଶ୍ୱରୀ ପତି, ବର୍ଷା ପ୍ରିୟଦର୍ଶନୀ ମଲ୍ଲିକ, ମନ୍ଦାକିନୀ ସିଂହ, ମୋନାଲିସା ଦାସ, ଚିରସ୍ମିତା ସିଂହ ପ୍ରମୁଖ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ପରି·ଳନାରେ ଚିତ୍ତରଞ୍ଜନ ଦାସ, ବସନ୍ତ ସିଂହ, ଚିତ୍ତରଞ୍ଜନ ରାମ, ମିଟ ସିଂହ, ମାମୁନି ସିଂହ, ତାପସ ରାୟ, ବାବୁଲି ସିଂହ, ହରିହର ନାୟକ, ଉତ୍ତମ ପଣ୍ଡା, ପଦ୍ମଲୋଚନ ସାହୁ, ଅକ୍ଷୟ ସିଂହ, ପ୍ରଦ୍ୟୁମ୍ନ ପୁହାଣ, ଜୀତେନ୍ଦ୍ର ଶତପଥୀ, ପୁପୁନା ଖୁଣ୍ଟିଆ, ଉଦିପ୍ତ ରାୟ ପ୍ରମୁଖ ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top