ad
ଜିଲ୍ଲା ପରିକ୍ରମା

ଉତ୍କଳ କେଶରୀ ଆଗରପଡ଼ା ମହୋତ୍ସବର ୩ୟ ସନ୍ଧ୍ୟା : ନାରୀ ଜାତି ଆଉ ଦୁର୍ବଳା ନୁହେଁ -ମିଲି ପଣ୍ଡା

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବ୍ଳକ ଉତ୍କଳକେଶରୀ ଆଗରପଡ଼ା ମହୋତ୍ସବ ୩ୟ ସନ୍ଧ୍ୟାରେ ଚର୍ଚ୍ଚିତ ଚେହେରା ତଥା ସମାଜସେବୀକା ମିଲି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ବର୍ତମାନ ସମାଜରେ ନାରୀ ଆଉ ଦୁର୍ବଳା ହୋଇରହିନାହିଁ। ପୁରୁଷଙ୍କ ସହ ପାଦ ମିଳାଇ ଆଗକୁ ଯିବାର ପ୍ରୟାସ ଜାରି ରଖିଛି। ମହିଳାଙ୍କ ପାଇଁ ଶତକଡା ୩୩ ଭାଗ ସଂରକ୍ଷଣ ସବୁକ୍ଷେତ୍ରରେ ରହିବା ଉଚିତ ଯଦ୍ୱାରା ନାରୀମାନେ ଆଗକୁ ବଢିପାରିବେ। ସେ ପୁଣିକହିଲେ ଡ. ମହତାବ ହେଉଛନ୍ତି ଜାତୀୟ ସମ୍ପତି ତାଙ୍କୁ ଅବମାନନା କରିବା ଦେଶ ମାତୃକାକୁ ଅପମାନ କରିବା ସଦୃଶ ଅଟେ। ସଭାରେ ମୁଖ୍ୟ ଆକର୍ଷଣ ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିବ୍ୟାଙ୍ଗ ହରିହର ଦେଓ ନିଜର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିବାସହ ପ୍ରଗାଢ ଇଛାଶକ୍ତି ବଳରେ ଦିବ୍ୟାଙ୍ଗମାନେ ସମାଜର ପ୍ରତିଟି କାର୍ଯ୍ୟ ସମ୍ଭବ କରିପାରିବେ ବୋଲି କହିଥିଲେ। ଆହୁରି ମଧ୍ୟ ସେ କହିଥିଲେ ଦିବ୍ୟାଙ୍ଗ ଶଦ୍ଦ ବ୍ୟବହାରକୁ ପସନ୍ଦ କରନ୍ତି ନାହିଁ। ମହୋତ୍ସବ କମିଟିର ସଭାପତି ଆଇନଜୀବି ମନୋଜ ରାୟ ଙ୍କ ସଭାପତିତ୍ୱରେ ଉପ ସଭାନେତ୍ରୀ ସମାଜସେବୀକା ମମତା ମହାନ୍ତି, ଛାତ୍ର ନେତା ବଳରାମ ରାଉତ, ପୁର୍ବତ୍ତନ ସରପଂଚ ଗଙ୍ଗାଧର ପତି, ଉପଦେଷ୍ଟା ରଥ ବେହେରା ପ୍ରମୁ୍ଖ ଅତିଥିଭାବେ ଯୋଗଦେଇ ସମ୍ପର୍କ ଯୋଡିବାର ମହୋତ୍ସବ ଏକ ପ୍ରମୁ୍ଖ ମାଧ୍ୟମ ଅଟେ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ କମିଟି ପକ୍ଷରୁ ନାରୀନେତୀ୍ର ମିଲି ପଣ୍ଡା ଓ ହରିହରଙ୍କୁ ଉତତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ନ୍ଧିତ କରାଯାଇଥିଲା। ଏଥି ସହ ଦିବ୍ୟାଙ୍ଗ ସଙ୍ଗୀତଜ୍ଞ ସୁକାନ୍ତ ବେହେରା, ନୃତ୍ୟ ଶିଳ୍ପୀ ଶ୍ରୀନିବାସ ରାଓ ଙ୍କୁ ସମ୍ବର୍ନ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଆଇନଜୀବି ଚିନ୍ମୟ ମହାପାତ୍ର ଅତିଥି ମାନଙ୍କୁ ମଂଚ କୁ ଆହ୍ୱାନ କରିଥିବାବେଳେ ମହୋତ୍ସବ କମିଟି ସମ୍ପାଦକ ସାମ୍ବାଦିକ ହେମନ୍ତ ସିଂହ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସହ ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମରେ ହରିହର, ସୁକାନ୍ତ, ଶ୍ରୀନିବାସଙ୍କ ସମେତ ରାଜେଶ୍ୱରୀ ପତି, ରଶ୍ମିତା ସାହୁ, ସାଇକ୍ରିଷ୍ଣା ସିଂହ, ମୋନାଲିସା ସାହୁ, ବିଜୟ ଲକ୍ଷ୍ମୀ ଦାସ, ମାନସୀ ପୁହାଣ ପ୍ରମୁଖ ଭାଗ ନେଇଥିଲେ। ମହୋତ୍ସବ କମିଟିର ସହ ସମ୍ପପାଦକ ଗୋପାଳ କୃଷ୍ଣ ଦାସଙ୍କ ମଂଚ ପରିଚାଳନାରେ ଉପଦେଷ୍ଟା ମନ୍ନଥ ଦାସ, ଅମୂଲ୍ୟରତ୍ନ ନନ୍ଦ, ମାମୁନି ସିଂହ, ସାମ୍ବାଦିକ ପ୍ରଦ୍ୟୁମ୍ନ ପୁହାଣ, ଅକ୍ଷୟ ସିଂହ, ବାବୁଲି ପତି, ନିତ୍ୟାନନ୍ଦ ସିଂହ, ହରିହର ନାୟକ, ଇଂ ନାରାୟଣ ଚନ୍ଦ୍ର ଓଝା, ପଦ୍ମଲୋଚନ ସାହୁ, ଜ୍ୟୋତିର୍ମୟୀ ପତିପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ। ଏହି ମହୋତ୍ସବ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିଲାବେଳେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ଶ୍ରମିକ ନେତା ମାୟାଧର ନାୟକ, କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ, ତୃତୀୟ ଲିଙ୍ଗ କୁଇନ ଆଇସା, ଅଭିନେତ୍ରୀ ଏଲିନା ସାମନ୍ତରାୟ, ବନିଜା ପଣ୍ଡା, ଅଭିନେତା ସବ୍ୟସାଚି ପ୍ରମୁଖ ଯୋଗଦେବେ ବୋଲି ସମ୍ପାଦକ ଜଣାଇଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top