ଉକôଳଗୋରବ ମଧୁସୂଦନ ଦାସଙ୍କ ଜୟନ୍ତି ପାଳିତ 

କୋରାପୁଟ ; ତା୨୮-୦୪-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ମାରକୀ କମିଟିର ମିଳିତ ଆନୁକୁଲ୍ୟରେ ଉକôଳଗୋରବ ମଧୁସୂଦନ ଦାସଙ୍କ ଜୟନ୍ତି ପାଳିତ ହୋଇଯାଇଛି ।କଳାନିକେତନ ଛକ ସମ୍ମୁଖରେ ଅବସ୍ଥାପିତ ପ୍ରତିମୂର୍ତିରେ କୋରାପୁଟ ମ୍ୟୁନସିପାଲଟି ଅଧ୍ୟକ୍ଷ ଭଗବାନ ବାହିନିପତି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରିଥିଲେ ।ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ମହେଶ୍ୱର ଚନ୍ଦ୍ର ନାୟକ , ସହକାରୀ ଜିଲ୍ଲାପାଳ ଇସାକ ମୋଦିନା , କୋରାପୁଟ ପ୍ରେସ କ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର ,ସ୍ୱାରକୀ କମିଟିର ସଦସ୍ୟ ରାଜକିଶୋର ସାମନ୍ତରାୟ ଓ ରମାନାଥ ଶର୍ମା , ସାମ୍ବାଦିକ ଘନଶ୍ୟାମ ରଥ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ସତ୍ୟ ନାରାୟଣ ପ୍ରଧାନ , ଅଲିଭା ବେହେରା ପ୍ରମୁଖ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ ।

Leave a Reply

Your email address will not be published. Required fields are marked *