ଉତ୍କଳ କେଶରୀ ମହତାବ ପାଲାପରିଷଦର ରୌପ୍ୟଜୟନ୍ତୀ ଉତ୍ସବ

ଭଦ୍ରକ, ୧୨ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) ; ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତରେ ଉକ୍ôଳ କେଶରୀ ମହତାବ ପାଲାପରିଷଦ ଓ ଓଡ଼ିଶା ରାଜ୍ୟ ସଂସ୍କୃତି ସୁରକ୍ଷା ମଞ୍ଚର ମିଳିତ ଆନୁକୂଲ୍ୟରେ ରୌପ୍ୟଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ନାମିଦାମି ପାଲା ଗାୟକ ମାନେ ଉପସ୍ଥିତ ପାଲା ପରିବେଷଣ ପୁର୍ବକ ଜନ ସଚେତନତା ସୃଷ୍ୟି କରିଥିଲେ। ଆୟୋଜିତ ଉତ୍ସବରେ ସଂସ୍କୃତି ସୁରକ୍ଷା ମଂଚର ସମ୍ପାଦକ ଇଂ ଚୌଧୁରୀ ଚମ୍ପତି ଚରଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଜେପିର କାର୍ଯ୍ୟକାରିଣୀ ସଭ୍ୟ ପଞ୍ଚାନନ ରାଉତ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ବସନ୍ତ ଖିଲାର, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ପୁର୍ବତନ ସଭାପତି ଅକ୍ଷୟ ସାହୁ, ରାଷ୍ଟ୍ରିୟ କୃଷକମୋର୍ଚ୍ଚା ସଭ୍ୟ ଶଙ୍କର୍ଶଣ ଜେନା, ସମାଜସେବୀ ଅଲେଖ ନାୟକ, ମହତାବ ପାଲା ପରିଷଦର ସଭାପତି ପିତାମ୍ବର ପଣ୍ଡା, ସମ୍ପାଦକ ରଘୁନାଥ ଦାସ, ପ୍ରତିଷ୍ଠାତା ଶ୍ୟାମସୁନ୍ଦର ମୁଦୁଲି ଯୋଗଦେଇ ସଂସ୍କୃତିର ଆଧାର ପାଲା ସମ୍ପର୍କିତ ଇତିହାସ ସମ୍ବଳିତ ତଥ୍ୟାବଳୀ ଉପସ୍ଥାପନ କରିଥିଲେ। ସମସ୍ତ ପାଲା ଗାୟକଙ୍କୁ ସମ୍ବର୍ଦ୍ଧନା ଓ କୃତୀଛାତ୍ରଛତ୍ରୀଙ୍କୁ ମେଧାବୃତୀ ପ୍ରଦାନ କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଶେଷରେ ସଂସ୍କୃତି ମଂଚର କୁନିକୁନି ରଜପରୀଙ୍କ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନକୁ ଛୁଇଁଥିଲା।

Leave a Reply

Your email address will not be published. Required fields are marked *