ଉକ୍ରଳ ସାହିତ୍ୟ ସମାଜର ବୌଦ୍ଧ ଜିଲ୍ଲା ଶାଖା ଉଦ୍ଘାଟିତ ,ଭାଷା-ସାହିତ୍ୟ ମାଧ୍ୟମରେ ସଂପର୍କର ସେତୁ ଅଧିକ ସୁଦୃଢ଼ ହୋଇଥାଏ

ବୌଦ୍ଧ ,୧୨/୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) -ଓଡିଆ ସାହିତ୍ୟର ପ୍ରଚାର-ପ୍ରସାର ପାଇଁ ସଂଗଠନର ଭୂମିକା ଉଲ୍ଲେଖନୀୟ । ସଂଗଠନ କେବଳ ସାହିତ୍ୟର ବିକାଶ କରେନାହିଁ, ମଣିଷକୁ ମଣିଷ ସହ ଯୋଡିବାର ମହନୀୟ ଦାୟିତ୍ୱ ବହନ କରେ । ଉକôଳ ସାହିତ୍ୟ ସମାଜ ଦୀର୍ଘ ୧୧୫ ବର୍ଷ ଧରି ସାହିତ୍ୟର ବିକାଶରେ କାର୍ଯ୍ୟ କରିଆସିଛି । ଭାଷା-ସାହିତ୍ୟ ମାଧ୍ୟମରେ ଓଡିଶାକୁ ଯୋଡିବା ସହ ଯୁବଶକ୍ତିପାଇଁ ପ୍ରେରଣାଦାୟକ ଭୁମିକା ଗ୍ରହଣ କରିବାରେ ଏ ଅନୁଷ୍ଠାନ ଆଜିର ଅନେକ ଆହ୍ୱାନକୁ ସମାଧାନ କରିବାରେ ସମର୍ଥ ବୋଲି ଉକôଳ ସାହିତ୍ୟ ସମାଜର ବୌଦ୍ଧ ଜିଲ୍ଲା ଶାଖା ଉଦ୍ଘାଟନ ଅବସରରେ ଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି । ବୌଦ୍ଧର କର୍ମକାରୀ ଭବନଠାରେ ଉକôଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉସôବରେ ଯୋଗଦେଇ ବୌଦ୍ଧ ଜିଲ୍ଲା ଶାଖାକୁ ଉଦ୍ଘାଟନ କରିଥିଲେ ବାର୍ଷିୟାନ୍ ସାରସ୍ୱତ ସାଧକ ବନମାଳୀ ପାଣିଗ୍ରାହୀ । ସାହିତ୍ୟ , ସଂଗଠନ ଓ ଜୀବନକୁ ଗୋଟିଏ ସରଳରେଖାରେ ରଖିବା ପ୍ରକୃତରେ ଅଭିନନ୍ଦନୀୟ ବୋଲି କହିଥିଲେ । ସମ୍ମାନନୀୟ ଅତିଥି ତଥା ଉକôଳ ସାହିତ୍ୟ ସମାଜର ଉପସଭାପତି ପଞ୍ଚବଟୀ ପତ୍ରିକାର ସଂପାଦକ ସୁଶାନ୍ତ କୁମାର ନାୟକ ଓ ଯୁବ ପ୍ରାବନ୍ଧିକ ଡକ୍ଟର ଚନ୍ଦ୍ର ଶେଖର ହୋତା ସାହିତ୍ୟରେ ଜୀବନର ଛନ୍ଦକୁ ଦର୍ଶାଇ ସଂଗଠନ ମାଧ୍ୟମରେ ଏହା ଅଧିକ ଗତିଶୀଳ ହେବ ବୋଲି କହିଥିଲେ । ‘ଓଡିଆ ସାହିତ୍ୟକୁ ବୌଦ୍ଧ ଜିଲ୍ଲାର ଅବଦାନ’ ଶୀର୍ଷକ ପ୍ରବନ୍ଧ ଉପସ୍ଥାପନ କରିଥିଲେ ବିଶିଷ୍ଠ ପ୍ରାବନ୍ଧିକ ଡକ୍ଟର ଜ୍ୟୋତିରଂଜନ ବହିଦାର ।
ଉକôଳ ସାହିତ୍ୟ ସମାଜ ପକ୍ଷରୁ ସାହିତି୍ୟକ ପ୍ରମୋଦ କୁମାର ହୋତା ଓ ପଦ୍ମାବତୀ ମିଶ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସାହିତି୍ୟକ ନୀଳଲୋହିତ ମହାପାତ୍ର ମଂଚକୁ ଅତିଥିମାନଙ୍କୁ ଆମନ୍ତ୍ରିତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକôଳ ସାହିତ୍ୟ ସମାଜର ସାଧାରଣ ସଂପାଦକ ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରାରମ୍ଭିକ ସୂଚନା ଓ ସଂଗଠନ ସଂପାଦକ ଜୀବନାନନ୍ଦ ଅଧିକାରୀ ଅନୁଷ୍ଠାନର କାର୍ଯ୍ୟଧାରା ସଂପର୍କରେ ସୂଚନା ଦେଇଥିଲେ । ବୌଦ୍ଧ ଜିଲ୍ଲା ଶାଖାର ଆବାହକ ରୂପେ ନୀଳଲୋହିତ ମହାପାତ୍ର ଓ ସଂଯୋଜକ ସତ୍ୟଜିତ କୁମାର ପଣ୍ଡା ଦାୟିତ୍ୱ ୍ଗ୍୍ରହଣ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଓ ମାନପାତ୍ର ପାଠ କରିଥିଲେ ସ୍ମୃତି ଶେଫାଳି ମେହେର । ଧନ୍ୟବାଦ ଅର୍ପଣ କରିଥିଲେ ସତ୍ୟଜିତ କୁମାର ପଣ୍ଡା । ଏହି ଉତ୍ସବରେ ବହୁ ସାରସ୍ୱତ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାରସ୍ୱତ ସାଧକ ମାନେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *