ଉତ୍କଳ ସାମ୍ବାଦିକ ସଂଘର ଜିଲା କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ, ୨୪ା୪(ଓଡ଼ିଆ ପୁଅ / ପ୍ରମୋଦ ରାୟ) : ସ୍ଥାନୀୟ ଜଳ ସେଚନ ଡାକବଙ୍ଗଳା ଠାରେ ଉତ୍କଳ ସାମ୍ବାଦିକ ସଂଘର ଜିଲା କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଜିଲା ସଭାପତି ରିନାରାୟଣ ଖିଲାରଙ୍କ ଅଧ୍ୟକ୍ଷତାରେ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବିଭିନ୍ନ ସମୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବା ପାଇଁ ଓ ସେମାନଙ୍କୁ ସୁରକ୍ଷା ଓ ସେମାନଙ୍କର ବିଭିନ୍ନ ଦାବି ଖୁବ ଶିଘ୍ର ପୁରଣ କରାଯିବ ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବେ ବୋଲି ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ। ପରେ କାର୍ଯ୍ୟକାରିଣୀ ବୈଠକରେ ଜିଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ମାନେ ଯୋଗଦେଇ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଆସନ୍ତା ଜୁନ ମାସରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଜିଲାର ବାର୍ଷିକ ଉତ୍ସବ ଧାମନଗର ଠାରେ ଅନୁଷ୍ଠିତ ହେବାର ନିଷ୍ପତ୍ତି ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସାମ୍ବାଦିକ ପ୍ରମୋଦ କୁମାର ରାୟ, ପ୍ରଦୀପ କୁମାର ମହାପାତ୍ର, ଅପୁର୍ବରଂଜନ ବେହେରା, ଅନିଲ କୁମାର ବାରିକ, ରାଜେନ୍ଦ୍ର ଶତପଥୀ, କୈଳାସ ଚନ୍ଦ୍ର ଗୁପ୍ତା, ପ୍ରଶାନ୍ତ କୁମାର ସାହୁ, ସାଧନ କୁମାର ଧର, ସରୋଜ କୁମାର ସେଠୀ, ରତିକାନ୍ତ ରାଉତ, ଦେବାଶିଷ ରଥ, ବଂଶୀଧର ଦାସ, ଅମୂଲ୍ୟ ରାଉତ, ସେକ ଜାଫର ଅଲ୍ଲୀ, ଦୁର୍ଯେ୍ୟାଧନ ଲେଙ୍କା, କୃଷ୍ଣଚନ୍ଦ୍ର ଜେନା, ସନ୍ତୋଷ କୁମାର ଦାସ, ସୁବାସ ଚନ୍ଦ୍ର ସାହୁ, ଜଗନ୍ନାଥ ବେହେରା, ପ୍ରଶାନ୍ତ ସାହୁ, ବିବେକାନନ୍ଦ ସାମଲ, ଅନନ୍ତ ଜେନା, ମାନଗୋବିନ୍ଦ ଜେନା, ଦିପକରଂଜନ ବିଶ୍ୱାଳ, ସଂଗ୍ରାମ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ସଂଘକୁ ସୁଦୃଢ କରିବା ସହିତ ବିଭିନ୍ନ ସମୟରେ ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ କିପରି ରୋକାଯାଇ ପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା।

Leave a Reply

Your email address will not be published. Required fields are marked *