ଗଜପତି

ଉକ୍ରଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ପାରଳାଖେମୁଣ୍ଡି,୨୭ା୩(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ପ୍ୟାଲେସ ରୋଡରେ ଅବସ୍ଥିତ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ସମୁଖରେ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ କରାଯାଇଛି । ସାରା ଭାରତବର୍ଷରେ ଏହିପରି ଧର୍ମଘଟ ଚାଲୁରହିଥିବା ବେଳେ ପାରଳାଖେମୁଣ୍ଡି ସମେତ ଗଜପତି ଜିଲାର ମୋଟ ୧୦ଗୋଟି ଶାଖାରେ ଏହି ଧର୍ମଘଟ ଚାଲୁରହିଛି । ପାରଳାଖେମୁଣ୍ଡି ଶାଖାରେ ୮ଜଣ କର୍ମଚାରୀ ରହିଥିବା ବେଳେ ଜିଲାରେ ମୋଟ ୫୦ଜଣ କର୍ମଚାରୀ ଏହି ଧର୍ମଘଟରେ ଭାଗନେଇଛନ୍ତି । ଏହା ଯୋଗୁଁ ବ୍ୟାଙ୍କର ସମସ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ ବନ୍ଦ ହୋଇପଡିଥିବା ବେଳେ ଗ୍ରାହକମାନେ ଅସୁବିଧାର ସମୁଖିନ ହେଉଛନ୍ତି । ତେବେ ଏହି କର୍ମଚାରୀମାନେ ମୁଖ୍ୟତଃ ସେମାନଙ୍କୁ ପେନସନ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଏହି ଦାବିକୁ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲୁରହିଥିବା ବେଳେ ସରକାର ବାରମ୍ବାର ଏହି ମାମଲାରେ  ସମୟ ଅତିବାହିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସଂଘ ପକ୍ଷରୁ କୁହାଯା ଇଛି । ଏପିରିକି କେରଳ ଓ ରାଜସ୍ଥାନ ରାଜ୍ୟରେ ରହିଥିବା ଗ୍ରାମୀଣ ବ୍ୟାଙ୍କ ସଂଘ ସେମାନଙ୍କ ରାଜ୍ୟ ହାଇକୋର୍ଟରେ ମାମଲା ଜିତିସାରିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହାକୁ ନେଇ କୌଣସି ପ୍ରତିକ୍ରିୟା ଦେଖାଯାଉନାହିଁ । ଏତଦବ୍ୟତୀତ ସରଭିସ ରେଜୁଲେସନ, ସ୍ଥାୟୀ ନିଯୁକ୍ତି ଇତ୍ୟାଦି ଦାବି ମଧ୍ୟ ସଂଘ ପକ୍ଷରୁ ରହିଛି । ଏହି ଆନେ୍ଦାଳନ ୩ଦିନ ଚାଲିବ ବୋଲି ଅଧିକାରୀ ସଂଘର ସଂଗଠନ ସମ୍ପାଦକ ପଦ୍ମଚରଣ ମିଶ୍ର, ଆଞ୍ଚଳିକ ସମ୍ପାଦକ ଏଲ.କଟେଶ୍ୱର ରାଓ, କାର୍ଯ୍ୟକାରୀ ସଭ୍ୟ ବାଙ୍କେଶ୍ୱର କାର୍ଯ୍ୟୀ ପ୍ରମୁଖ ଜଣାଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top