ଓଡ଼ିଶା

ଉତ୍କଳ ଆଳୁମିନା ବେନିୟମ ଖଣି ଖନନ ନେଇ ଜନ ଅସନ୍ତୋଷ: ଦୁର୍ଗମ ୮୦ କି.ମି. ଦୂରରୁ ଆଦିବାସୀ ଆରଡିସିଙ୍କୁ ଭେଟିବାକୁ ଭବାନୀପାଟଣା ଆସିଲେ

କଳାହାଣ୍ଡି-୧୩/୦୧/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ଅନ୍ତର୍ଗତ ବଫଲାମାଳି ପାହାଡରୁ ଉତ୍କଳ ଆଳୁମିନା କମ୍ପାନୀ ସ୍ଥାନୀୟ ଅଧିବାସୀ ମାନଙ୍କୁ ବିସ୍ଥାପନ ନକରି ବେନିୟମ ଭାବେ ଖଣି ଖନନ କରୁଛି ବୋଲି ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବା ଆରପିଡିଏସି ବୈଠକରେ ଦୁର୍ମୁସି, ସୁର୍ଯ୍ୟଗଡ, କାନପରସ, କେନ୍ଦୁମୁଣ୍ଡି ଗ୍ରାମର ପ୍ରତିନିଧିମାନେ ପ୍ରକାଶ କରିଛନ୍ତି। ବ୍ରହ୍ମପୁରସ୍ଥ ଦକ୍ଷିଣାଂଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହେବାକୁ ଥିବା ଏହି ଆରପିଡିଏସି ବୈଠକରେ ଉତ୍କଳଆଳୁମିନ କର୍ତ୍ତୃପକ୍ଷ ଉପସ୍ଥିତ ହୋଇନଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଆରଡିସିଙ୍କୁ ଦେଖାକରି କମ୍ପାନୀର ଦଦାଗିରି ଏବଂ କଳାହାଣ୍ଡି ଜିଲ୍ଲା ପରିସୀମା ଅଂଚଳରେ ଥିବା ସ୍ଥାୟୀ ବାସିନ୍ଦାଙ୍କୁ କୌଣସି ପ୍ରକାର ବିସ୍ଥାପନ ନକରି ସେସବୁ ଅଂଚଲରେ ଖଣି ଖନନ କରୁଥିବା ହେତୁ ଜନସାଧାରଣ ଭୋହୁଥିବା ଅସୁବିଧା ସଂପର୍କରେ ବ୍ରହ୍ମପୁରସ୍ଥିତ କାର୍ଯ୍ୟାଳୟରେ ମଧ୍ୟ ଏହି ସବୁ ଗ୍ରାମର ଲୋକେ ଅଭିଯୋଗ କରିଥିଲେ। ସେହି ଅଭିଯୋଗ କୁ ଗୁରିତ୍ୱର ସହ ଗ୍ରହଣ କରି ଆରଡିସି ଏହି ବୈଠକରେ ସାମିଲ କରିଥରବା ହେତୁ ସେହି ଗ୍ରାମର ଅଧିବାସ ମାନେ ଆରଡିସିଙ୍କୁ ଭେଟି ସେମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ଜଣାଇବାକୁ ଦୀର୍ଘ ୮୦ କି.ମି. ଦୂରୁ ଛୁଆପିଲାଙ୍କୁ ଧରି ଭବାନୀପାଟଣା ଆସିଥିଲେ ବୋଲି ଜଣାପଡିଛି। ମାତ୍ର ଏହି ବୈଠରେ ଉତ୍କଳ ଆଳୁମିନ କର୍ତ୍ତୃପକ୍ଷ ଯୋଗ ଦେଇନଥିବାରୁ କମ୍ପାନୀର ବେଖାତିର ମନୋଭାବ ସ୍ପଷ୍ଟ ମନେ ହେଉଥିବା ପ୍ରକାଶ ପାଇଛି। ଜିଲ୍ଲାପ୍ରଶାସନ ଅଧିବାସୀ ମାନଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁସାରେ ଜମି ପଟ୍ଟା ଦେଇଥିବା ବେଳେ କମ୍ପାନୀ ବେଖାତିର ଭାବେ ସେମାନଙ୍କୁ ବିସ୍ଥାପିତ ନକରି ଦାଦାଗିରି ଷ୍ଟାଇଲରେ ଖଣି ଖନନ କରୁଥିବା ଅଧିବାସୀମାନେ ଅଭିଯୋଗ କରିଛନ୍ତି। ଖଣି ଖନନ ଯୋଗୁଁ ସେମାନେ ଭୋଗୁଥିବା ସମସ୍ୟା ନେଇ ସରକାରଙ୍କ ପାଖରେ ସେମାନେ ବାରମ୍ବାର ଅଭିଯୋଗ କରିଆସୁଥିବା ପ୍ରକାଶ କରିଛନ୍ତି। ବଫଳାମାଳିର ଅଧା ଅଂଶ କଳାହାଣ୍ଡି ଜିଲ୍ଲା ସୀମାରେ ରହିଥିବା ବେଳେ ପ୍ରଥମ ଚୁକ୍ତି କଳାହାଣ୍ଡି ସହ ନକରି ସରଫେସ ରାଇଟ ଆକ୍ଟ ଅନୁସାରେ ଚୁକ୍ତି କରିଥିବା ଜଣାପଡିଛି।

କମ୍ପାନୀର ଦାଦାଗିରିରେ ଗରିବ ନୀରିହ ଆଦିବାସୀ ମାନଙ୍କ ସ୍ୱରକୁ ଚାପି ଦେବାର ଉଦ୍ୟମ କରାଯାଉଥିବା ବେଳେ ସେମାନେ ମରିବେ ପଛେ ଅଧିକାର ପାଇଁ ଲଢେଇ କରିବେ ବୋଲି ପ୍ରକାଶ କରୁଛନ୍ତି। ସରକାର ତାଙ୍କ କଥା ନଶୁଣିଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି କହୁଥରବା ଜଣାପଡିଛି। ଦୀର୍ଘ ସମୟ ଧରି ବିସ୍ଥାପିତ ଲୋକଙ୍କୁ ଚାକିରୀ ଦେବା କୁ କହୁଥିବା ବେଳେ ସୂର୍ଯ୍ୟଗଡର ଜନୈକ ଛାତ୍ର ମେକାନିକାଲ ଇଂଜିନୟରିଂ ସାରିଥିବା ସହିତ ଅନେକ ଶିକ୍ଷିତ ପିଲା ଥିବା ବେଳେ ସେମାନଙ୍କୁ କାହିଁକି ଚାକିରୀ ଦଆଯାଉନାହିଁ ବୋଲି ସେମାନେ ପ୍ରଶ୍ନ ପଚାରିଛନ୍ତି। ଲୋକଙ୍କ ଅଭିଯୋଗ ନେଇ କଳାହାଣ୍ଡି ଜିଲ୍ଲାପାଳ ନିଜେ ତଦନ୍ତ କରି ସାତଦିନମଧ୍ୟରେ ରିପୋର୍ଟ ଦେବାକୁ ଆରଡିସି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top