ଉତ୍କଳ ଆଲୁମିନା ପୁନର୍ବାସ ଥଇଥାନ ପାରିପାର୍ଶ୍ୱିକ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ମେଧାବୀ ଛାତ୍ରଛାତ୍ରୀ ଙ୍କ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଟଙ୍କାର କର୍ପସ ଫଣ୍ଡ ଗଠନ

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୧୦.୧୨ – ଦୀର୍ଘ ବର୍ଷ ପରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ଉତ୍କଳ ଆଲୁମିନା ପୁନର୍ବାସ ଥଇଥାନ ପାରିିପାର୍ଶ୍ୱିକ ଉନ୍ନୟନ କମିଟିର ୫ମ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଦକ୍ଷିଣାଚଂଳ ରାଜସ୍ୱ କମିଶନର ତଥା କମିଟିର ଅଧ୍ୟକ୍ଷ ଟି.ଆପାଙ୍ଗ ଆଓ ଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଦୀର୍ଘ ବର୍ଷ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିବାରୁ ଶ୍ରୀ ଆଓ ଉଦବେଗ ପ୍ରକାଶ କରିଥିଲେ। ଉକ୍ତ ବୈଠକରେ ଉତ୍କଳ ଆଲୁମିନା ଦ୍ୱାରା ବିସ୍ଥାପିତ ଅଂଚଳର ସମସ୍ୟା ଓ ପାରିପାର୍ଶ୍ୱିକ କାଯ୍ୟ ର୍କ୍ରମ ଉପରେ ଆଲୋଚନା ହୋଇଥିଲା। କାଶିପୁର ବ୍ଲକ ଅନ୍ତର୍ଗତ ଦ୍ୱିମୁଣ୍ଡି, ନୂଆପଡା, ଭିତରମୁସ୍କି, ଲାଛଗୁଡା, ଡି କରଳ ଏବଂ ଟିକରପଡା ଗ୍ରାମକୁ ବିସ୍ଥାପିତ ଗ୍ରାମ ଭାବେ ସାମିଲ କରିବାକୁ ଆଲୋଚନା କରାଯାଇଥିଲା। ଏଥି ସହ ଉକ୍ତ ଅଂଚଳ ଗୁଡିକରେ ସ୍ୱାସ୍ଥ୍ୟ, ଶିକ୍ଷା, ନିଯୁକ୍ତି ଉପରେ ଗୁରୁତର ପଦକ୍ଷେପ ସହ କଂପାନୀ ନେବା ପାଇଁ ଶ୍ରୀ ଆଓ କହିଥିଲେ।

ବିସ୍ଥାପିତ ଅଂଚଳର ଛାତ୍ର ଛାତ୍ରୀ ଓ ଯୁବକ ଯୁବତୀ ମାନଙ୍କ ଶି କ୍ଷାର ବିକାଶ ନିମନ୍ତେ ସ୍ୱତନ୍ତ୍ର ୫୦ ଲ କ୍ଷ ଟଙ୍କାର କର୍ପସ ଫଣ୍ଡ ଗଠନ ପାଇଁ ସାଂସଦ ଝିନ ହିକକା ଦେଇଥିବା ପ୍ରସ୍ତାବ କୁ ଅନୁମୋଦନ କରାଯାଇଥିଲା। ଏହି କର୍ପସ ଫଣ୍ଡ ଜିଲ୍ଲାପାଳ ଙ୍କ ତତ୍ୱବଧାନରେ ପରିଚାଳିତ ହୋଇ ଗରୀବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଖର୍ଚ୍ଚ କରାଯିବା ପାଇଁ ନିଷ୍ପତି ହୋଇଥିଲା। ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ସହ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ। ବୈଠକ ଶେଷରେ ବିସ୍ଥାପିତ ଅଂଚଳରୁ ଆସିଥିବା ଗ୍ରାମବାସୀ ଅଧ୍ୟକ୍ଷ ଶ୍ରୀ ଆଓ ଙ୍କୁ ଭେଟି ନିଜ ଅଂଚଳର ସମସ୍ୟା ଉପସ୍ଥାପନ କରିଥିଲେ।

ଏବି ବୈଠକରେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, କୋରାପୁଟ ଲୋକ ସଭା ସାଂସଦ ଝିନ ହିକକା, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଲାଲବିହାରୀ ହିମିରିକା, ଏସ.ପି ରାହୁଲ ପି.ଆର, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁରୁଷୋତମ ଗମାଙ୍ଗ, ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ମୁରଲିଧର ସ୍ୱାଇଁ ଙ୍କ ସହ ଉତ୍କଳ ଆଲୁମିନାର ଶାଖା ମୁଖ୍ୟ ସଭାପତି ଏନ.ନାଗେଶ, ମହାପ୍ରବନ୍ଧକ ରାକେଶ ମିଶ୍ର, ଶିବ ମହାପାତ୍ର, ସବ୍ୟସାଚୀ କର, ରବି ନାରାୟଣ ମିଶ୍ର, ସୁକାନ୍ତ ମହାପାତ୍ର ଏବଂ ଗିରିଶ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *