ଇସ୍ପାତ ସହରରେ ୬ ଡେଙ୍ଗୁରୋଗୀ ଚିହ୍ନଟ

ରାଉରକେଲା ୧-୯ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲାରେ ୬ ଜଣ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି। ଗତ ଜୁଲାଇ ୧୨ରେ ଚଳିତ ବର୍ଷର ପ୍ରଥମ ଡେଙ୍ଗୁରୋଗୀ ଭାବରେ ରାଉରକେଲାର ବାସନ୍ତୀ କଲୋନୀର ଜଣେ ବ୍ୟକ୍ତିଙ୍କ ପାଖରୁ ଡେଙ୍ଗୁ ରୋଗ ଭୂତାଣୁ ମିଳିଛି। ସେହିପରି ସେକ୍ଟର-୧୩, ସେକ୍ଟର-୧୫ ସେକ୍ଟର-୧ ଓ ସିଆଇଏସଏଫ କଲୋନୀ ନିବାସୀ ୪ ଜଣଙ୍କ ଦେହରେ ଡେଙ୍ଗୁ ଭୂତାଣୁ ମିଳିଛି। ସହରରେ ପରିମଳ ବ୍ୟବସ୍ଥା ଠିକ ନରହିବା କାରଣରମୁ ଡେଙ୍ଗୁ ରୋଗ ବ୍ୟାପିଥିବାର ବିଭିନ୍ନ ଅଂଚଳର ଅଧିବାସୀ ମାନେ ଅଭିଯୋଗ କରିଛନ୍ତି। ଏଣୁ ରାଉରକେଲା ମହାନଗର ନିଗମ ଅନ୍ୟାନ ଅଂଚଳରେ ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ଲାଗି ଦାବି କରାଯାଇଛି। ପ୍ରାୟ ଦେଢ ମାସ ହେଲା ବିଭିନ୍ନ ନାଳନର୍ଦ୍ଦମା ସଫା ନହେବା କାରଣରୁ ମଶାା, ମାଛିଙ୍କ ସଂଖ୍ୟା ବଢିବାରେ ଲାଗିଛି। କେବଳ ସେତିକି ନୁହେଁ, ସରକାର ଓ ଆରଏସପି ପକ୍ଷରୁ ସଚେତନତା ସଂକ୍ରାନ୍ତୀୟ ବ୍ୟାପକ ପ୍ରଚାର ସତ୍ୱେ ଲୋକଙ୍କ ମଧ୍ୟରେ ଉପଯୁକ୍ତ ଜନସଚେତନତା ଅଭାବରୁ ସହରରେ ବଢି ଚାଲିଛି ଡେଙ୍ଗୁ ସଂକ୍ରମଣ। ବତର୍ମାନ ରାଉରକେଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ବିଭିନ୍ନ ରୋଗୀଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ପଠାଯାଇଛି।

Leave a Reply

Your email address will not be published. Required fields are marked *