ଜିଲ୍ଲା ପରିକ୍ରମା

ଇସ୍ପାତ ବିଦ୍ୟାମନ୍ଦିରରେ ବନମହୋତ୍ସବ

ରାଉରକେଲା ୨-୮ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ସେକ୍ଟର-୧୯ ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିର ପରିସରରେ ୟୁଥ ରେଡ଼କ୍ରସ ସୋସାଇଟି ଓ ଶିକ୍ଷାନୁଷ୍ଠାନର ସହଭାଗିତାରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ବନମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସହର ପ୍ରଶାସନ ବିଭାଗର ଜିଏମ ଏନକେ ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚାରାରୋପଣପୂର୍ବକ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଏହି ଅବସରରେ ସହରସେବା ବିଭାଗର ଡିଜିଏମ ଓ ବିଭାଗମୁଖ୍ୟ ପିସି ଦାସ, ସହରସେବା ବିଭାଗର ଡିଜିଏମ ସିଜି ରାମା ଲିଙ୍ଗମ, ବି. ଆର ଦାସ, ବିକେ ରାଉତ, ଉଦ୍ୟାନ କୃଷି ବିଭାଗର ସିନିୟର ମ୍ୟାନେଜର ଡକ୍ଟର ଏକେ ବିଶ୍ୱାସ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଓ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୧୦୦ ଜଣ ସ୍ୱେଚ୍ଛାସେବୀ ଭାଗ ନେଇଥିଲେ। ନିଜର ଉଦବୋଧନରେ ଶ୍ରୀ ସାମନ୍ତରାୟ ଇସ୍ପାତ ବିଦ୍ୟାମନ୍ଦିର ଦ୍ୱାରା ଇସ୍ପାତ ସହରକୁ ସବୁଜ ସୁନ୍ଦର ରଖିବା ନିମନ୍ତେ ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଲିଚୁ, ପିଜୁଳି, ଜାମୁ, ପଣସ, ଆମ୍ବ, ରାମଫଳ, ଆଦି ୮୦ଟି ଚାରା ରୋପଣ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top