ଓଡ଼ିଶା

ଇସ୍ପାତ କମ୍ପାନୀର ବନ୍ଧ ନିର୍ମାଣ ; ଶୁଷ୍କ ସୁନା ନଦୀର ନୀରବ ଆର୍ତ୍ତନାଦ

ଯୋଡା- ତା ୯/୦୫ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ସୁନ୍ଦରଗଡ ଜିଲ୍ଲାର ବଣେଇଁ ଅଞ୍ଚଳରୁ ଚିରଶ୍ରୋତା ସୁନା ନଦୀଟି ବାହାରି ରଇଡା, ବିଚାକୁଣ୍ଡି ଏବଂ ଖଣି ଏ ଶିଳ୍ପ ସମୃଦ୍ଧ ସହର ଯୋଡା ଦେଇ କଣ୍ଡରା ନିକଟସ୍ଥ ବୈତରଣୀ ନଦୀରେ ମିସିଛି, ଯେଉଁଠି କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଦୃତ ଗତୀରେ ଆଗେଇ ଚାଲିଛି । ଏହି ନଦୀକୁ ନିର୍ଭର କରି ହଜାର ହଜାର ଲୋକ ଏହାର କୂଳରେ ବସବାସ କରିବା ସହିତ ବିଭିନ୍ନ କଳକାରଖାନା ମାନ ଗଢି ଉଠିଛି । ତେଣୁ ଏହି ନଦୀଟିକୁ ଯୋଡାର ଜୀବନରେଖା କୁହାଯାଇଥାଏ । ଯୋଡା ଇଷ୍ଟ ଲୌହ ଖଣି ଏବଂ ଫେରୋ ଆଲଏଜ ପ୍ଲାଣ୍ଟ ଏହାରି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ସମଗ୍ର ଯୋଡା ସହରକୁ ଏହି ନଦୀ ପାନୀୟ ଜଳ ଯୋଗାଇବା ସହିତ ନିତ୍ୟ ବ୍ୟବହାର ନିମନ୍ତେ ଉପଯୋଗ କରିଥାନ୍ତି । ଏହା ସହିତ ଟାଟା କମ୍ପାନୀଙ୍କ ଯୋଡା ଇଷ୍ଟ ଲୌହ ଖଣି ଏହି ନଦୀରୁ ଜଳ ନେଇ ୬୦ଲକ୍ଷ ଟନ୍ ଲୁହାପଥରକୁ ଧୋଇବାରେ ମଧ୍ୟ ବିନିଯୋଗ କରିଥାଏ ଏବଂ କମ୍ପାନୀର ଫେରୋ ଆଲଏଜ ପ୍ଲାଣ୍ଟ ମଧ୍ୟ ଏହାର ଜଳ ଉପରେ ନିର୍ଭର କରି ୫୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଚାଲିଆସିଛି ।
ତେବେ ଟାଟା କମ୍ପାନୀ ଇତି ମଧ୍ୟରେ କଳିଙ୍ଗ ନଗରସ୍ଥିତ ଇସ୍ପାତ କାରଖାନାକୁ ଆବଶ୍ୟକ ମୁତାବକ ସମସ୍ତ କଞ୍ଚାମାଲ ଖଣ୍ଡବନ୍ଧର ଲୌହ ଖଣିରୁ ଯୋଗାଇବା ନିମନ୍ତେ ସ୍ଥିର କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ଯୋଜନା ମୁତାବକ ଖଣ୍ଡବନ୍ଧ ଲୌହ ଖଣିର ଉତ୍ପାଦନ କ୍ଷମତା ୨୫ଲକ୍ଷ ଟନ୍ରୁ ବାର୍ଷିକ ୮୦ଲକ୍ଷ ଟନ୍କୁ ବୁଦ୍ଧି ନିମନ୍ତେ ସରକାରୀ ମଞ୍ଜୁରୀ ପାଇ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରସ୍ଥାବିତ ୮୦ଲକ୍ଷ ଟନ୍ ଲୁହାପଥର ଧୋଇବା ନିମନ୍ତେ କମ୍ପାନୀ ସୁନା ନଦୀର ଜଳକୁ ଉପଯୋଗ କରିବା ନିମନ୍ତେ ସ୍ଥିର କରି ନଦୀର ଉପରମୁଣ୍ଡ ଚୋରମାଲଦା ଠାରେ ଆଉ ଏକ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଯୁଦ୍ଧ କାଳୀନ ଭିତରେ ଆରମ୍ଭ କରିଛନ୍ତି । ଫଳରେ ନଦୀର ଜଳ ପ୍ରବାହ ଆଶାତିତ ଭାବେ କମିବାରେ ଲାଗିଛି । ଖଣିଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇ ୮୦ଲକ୍ଷ ଟନ୍ ଲୁହାପଥର ଧୋଇବା ନିମନ୍ତେ ସୁନା ନଦୀର ଜଳକୁ ଉପଯୋଗ କଲେ ନଦୀଟି ସମ୍ପୂର୍ଣ୍ଣ ଭାବେ ଶୁଷ୍କ ହେବା ସଙ୍ଗେ ସଙ୍ଗେ ସୁନା ନଦୀର କଳକଳ ରାବ ଯୋଡାବାସୀଙ୍କ ପାଇଁ ଇତିହାସ ପାଲଟିବ ବୋଲି ଆଶଙ୍କା ଦେଖାଦେଇଛି । ସୁନା ନଦୀର ହାରାହାରି ଜଳ ପ୍ରବାହ ପରିମାଣ ଏବଂ ତନମଧ୍ୟରୁ ଖଣି ଏବଂ ଶିଳ୍ପ ବ୍ୟବହାର ନିମନ୍ତେ କେତେ ଜଳ ଦିଆଯାଇପାରିବ ତାହା ଆକଳନ ନକରି ବନ୍ଧ ନିର୍ମାଣ ପ୍ରତି ସରକାର ମୁକ ଏବଂ ବଧିର ସାଜିବା ଯୋଡା ଜନସାଧାରଣଙ୍କୁ ବିବ୍ରତ କରିଛି । ତେବେ କମ୍ପାନୀ ଅତି ଚତୁରତାର ସହିତ ଜନସାଧାରଣଙ୍କ ଦୃଷ୍ଟି ଅପସାରଣ କରିବା ଉଦେ୍ଦଶ୍ୟରେ ଦୃଶ୍ୟମାନ ହେଉଥିବା ସ୍ଥାନମାନଙ୍କରେ ଏହି ନଦୀ କଡରେ ବନ୍ୟା ନିୟନ୍ତ୍ରଣ ଆଳରେ ଆଡିବନ୍ଧ ନିର୍ମାଣ କରୁଥିବା ଦେଖାଦେଇଛି । ଭୂୟାଁ ରଇଡାର ସମିତି ସଭ୍ୟ ତୁଳସୀ ବୋବାଙ୍ଗା, ଯୋଡା ବ୍ଲକ ମଙ୍ଗଳ ଅଧିକାରୀ ତ୍ରିଲୋଚନ ଦାସ, ସମାଜସେବୀ ଗୁରୁବକ୍ସ ସିଂ ଆଲୁୱାଲିଆ, ବାସିନ୍ଦା ସରୋଜ ଓରାମ ଓ ସୁବ୍ରତ ଓରାମ ଙ୍କ ଅଭିଯୋଗ ମୁତାବକ କମ୍ପାନୀ ସେଠାରେ ଚଞ୍ଚକତା ପୂର୍ବକ ପଲ୍ଲୀସଭା ନକରି ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଯାହା ସମ୍ପୂର୍ଣ୍ଣ ଅନୈତିକ ।
ଟାଟା କମ୍ପାନୀ ଖଣ୍ଡବନ୍ଧ ପ୍ରକଳ୍ପ ମୁଖ୍ୟ ମୁକେଶ ରଞ୍ଜନ ସୁନା ନଦୀର ଜଳ ନେବା ନିମନ୍ତେ ସମସ୍ତ ବୈଧାନିକ ଆବଶ୍ୟକତା ପୁରଣ କରିବାର ଦାବି କରୁଥିଲେ ମଧ୍ୟ ଭୂୟାଁରୋଇଡା, କୁନ୍ଦୁରୁପାଣୀ, ମାଙ୍କଡ ହଟିଂ, ବିଚାକୁଣ୍ଡୁ ପ୍ରଭୁତି ଅଞ୍ଚଳର ହଜାର ହଜାର ଲୋକ ସୁନା ନଦୀ ଉପରେ ବନ୍ଧ ନିର୍ମାଣକୁ ତୀବ୍ର ବିରୋଧ କରିବା ସହିତ କାର୍ଯ୍ୟ ତୁରନ୍ତ ବନ୍ଦ କରିବା ନିମନ୍ତେ ଦାବି କରିଛନ୍ତି । ଯୋଡା ସହରରେ ମଧ୍ୟ ଆସନ୍ନ ଜଳ କଷ୍ଟକୁ ଦୃଷ୍ଟିରେ ରଖି ଏକ ବଡ ଧରଣର ଆନେ୍ଦାଳନ ଦାନା ବାନ୍ଧୁଥିବା ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top