ଇସ୍କନ ମନ୍ଦିର ନିକଟ ଜଳାର୍ଣ୍ଣବ : କେନ୍ଦ୍ରର ଦୋଷ !

– କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନିକଟକୁ ଏକ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– NHAI ର ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇନଥିବାରୁ ଇସ୍କନ ମନ୍ଦିର ନିକଟରେ ବର୍ଷା ଜଳ ଜମୁଛି
ଭୁବନେଶ୍ୱର ୧୮-୭ (ଓଡ଼ିଆ ପୁଅ) ଇସ୍କନ ମନ୍ଦିର ନିକଟ ଜଳାର୍ଣ୍ଣବକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଲେଖିଛନ୍ତିଯେ, ଭୁବନେଶ୍ଵରର ସିଆରପି ସ୍କ୍ଵାୟାର ଏବଂ ନୟାପଲ୍ଲୀର ମଧ୍ୟରେ ଇସ୍କନ ମନ୍ଦିର ନିକଟରେ ଥିବା ଏନଏଚ -୧୬ ର ସର୍ଭ୍ସିସ ଲେନର ବାଡ଼ କାରଣରୁ ଏହି ସ୍ଥାନରେ ବେଳେ ବେଳେ ଭାରୀ ବର୍ଷା ସମୟରେ ୩ ଫୁଟ ପର୍ଯ୍ୟନ୍ତ ବର୍ଷାଜଳ ଜମି ରହୁଛି ଏହାର ପରିଣାମ ସ୍ଵରୂପ ସଡ଼କ ଯାତାୟାତରେ ଅସୁବିଧା ହେବା ସହ ପାର୍କିଂରେ ରଖାଯାଇଥିବା ବାହନ କ୍ଷତିଗ୍ରସ୍ତ ହେଉଛି।

ଜାତୀୟ ରାଜପଥର ଉଚ୍ଚ ତଟବନ୍ଧର ନିର୍ମାଣ ହେବା ଦିନରୁ ପର୍ଯ୍ୟାପ୍ତ ଜଳ ନିଷ୍କାସନ ପଏଣ୍ଟ ଏବଂ ବ୍ୟବସ୍ଥା ପ୍ରଦାନ କରାନଯାଇ ଏହା କରାଯାଇଛି। ଏନଏଚଏଆଇ ଅଧିକାରୀମାନଙ୍କୁ ଏହି ବିଷୟରେ ଚିନ୍ତା କରିବା ପାଇଁ ବାରମ୍ବାର ସୂଚିତ କରାଯାଇଛି। ଏହା ଫଳରେ ସେହି ସ୍ଥାନରେ ବର୍ଷା ଜଳ ଏକ ପୁଷ୍କରିଣୀ ପରି ବହୁ ସମୟ ପର୍ଯ୍ୟନ୍ତ ଜମି ରହୁଛି।

ସେହିପରି ସମ ଦଶା ଜୟଦେବ ବିହାର, ରସୁଲଗଡ଼/ପଳାଷୁଣି ନିକଟରେ ଥିବା ଏନଏଚ -୧୬ ରେ ଦେଖିବାକୁ ମିଳୁଛି।

ଏନଏଚଏଆଇ ଅଧିକାରୀମାନଙ୍କୁ ଅନୁରୋଧ କରାଯାଇଛି କି ଇସ୍କନ ଅଞ୍ଚଳରେ ସର୍ବିସ୍ ଲେନ ସହିତ ବର୍ଷା ଜଳର ସୂଚାରୁ ନିଷ୍କାସନ ପାଇଁ ବାଣୀ ବିହାର କ୍ଷେତ୍ରରେ ଏକ ନଳାର ନିର୍ମାଣ କରାଯାଉ ଏବଂ ଏନଏଚ -୧୬ ରେ ରସୁଲଗଡ଼ ପଳାଷୁଣୀ ନିକଟରେ ଥିବା ସମାନ ପ୍ରାବଧାନ ପ୍ରଦାନ କରାଯାଉ।

ଉପରୋକ୍ତ ବିଷୟରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କର ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *