ଇଲେକ୍ଟୋହୋମିଓପାଥିକୁ ସରକାରୀ ସ୍ୱିକୃତୀ

ପୁରୀ, ୧୬/୨(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଇଲେକ୍ଟୋହୋମିଓ ପାଥି ଚିକିତ୍ସା ବିଜ୍ଞାନ ଦ୍ୱାରା ସାରା ଭାରତ ବର୍ଷରେ ରୋଗୀ ମାନଙ୍କୁ ଚିକିତ୍ସା କରାଯାଉନ ଥିବା ବେଳେ ଉକ୍ତ ଚିକିତ୍ସା ସରକାରୀ ସ୍ୱିକୃତୀ ନମିଳିବା ଓ ଉକ୍ତ ବିଜ୍ଞାନର ଅଗ୍ରଗତି ନିମନ୍ତେ୍ ସରକାରୀ ପ୍ରେତ୍ସାହନର ଅଭାବ ଯୋଗୁଁ ଉକ୍ତ ଚିକିତ୍ସା ବିଜ୍ଞାନ ଆଜି ଅବହେଳିତ ଅଛି। ଏହି ବିଷୟକୁ ଆଧାର କରି ଆଜି ପୁରୀ ଜିଲ୍ଲା ଇଲେକ୍ଟୋହୋମିଓପାଥିକ ଚିକିତ୍ସକ ସଂଘ ପକ୍ଷରୁ ସଂଜୀବନୀ ହସପିଟାଲ ସମ୍ମୀଳନୀ କକ୍ଷରେ ଆୟୋଜିତ ହୋଇଛି ବାର୍ଷିକ ଉତ୍ସବ। ଉତ୍ସବକୁ ମୁଖ୍ୟ ଅତିଥୀ ଭାବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ହରପ୍ରସାଦ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉକ୍ତ ଚିକିତ୍ସାର ଆବଶ୍ୟକତାକୁ ସରକାରଙ୍କ ନିକଟରେ ପହଁଚିବାକୁ ପ୍ରତୃଶ୍ରୁତି ଦେଇଥିଲେ। ସମ୍ମାନୀତ ଅତିଥୀ ଭାବେ ଡଃ ବିଶ୍ୱନାଥ ରଥ, ଡଃ ଦେବେନ୍ଦ୍ରନାଥ ତରେଇ ଉକ୍ତ ବିଜ୍ଞାନର ପ୍ରଶଂସା କରିବା ସହ ସରକାରୀ ସ୍ୱୀକୃତିକୁ ଆଣିବାକୁ ହେଲେ ବହୁ ଗବେଣୋର ଆବଶ୍ୟକତା ଅଛି ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥୀ ତଥା ଓଡିଶା ଇକ୍ଟୋହୋମିଓପାଥିକ ଚିକିତ୍ସକ ସଂଘର ସଭାପତି ଡାଃ ସରୋଜ କୁମାର ସାହୁ ବିଜ୍ଞାନର ଉପକାରିତା ଓ ଏହାକୁ ସରକାରୀ ସ୍ତରରେ ସ୍ୱିକୃତି ପାଇଁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଁଚି ପାରିଛି ବୋଲି ଦୃଢକ୍ତି କରିବା ସହ ଅଳ୍ପ ଦିନରେ ଫଳପ୍ରଦ ହୋଇପାରିବ ବୋଲି ଘୋଷଣା କରିଥଲେ। କସ୍ତୁରବା ଇଲେକ୍ଟୋ୍ରହୋମିଓପାଥିକ ରିସଚ୍ଚ ଫାଉଣ୍ଡେସନ, କଟକ ର ନିର୍ଦ୍ଦେଶକ ଡାଃ ଅଜୟ କୁମାର ପତି, ଭୁବନେଶ୍ୱର ଡଃ ପର୍ଶୁରାମ ଖଟୁଆ, ବାଲେଶ୍ୱର ସ୍ଥିତ ଉତ୍କଳମଣୀ ମେଡିକାଲ କଲେଜର ଅକ୍ଷକ୍ଷ ଡଃ ମଣିଶଙ୍କର ନାୟକ, ବ୍ରହ୍ମପୁର ସ୍ଥିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଅଧ୍ୟକ୍ଷ ଡଃ ସତ୍ୟନାରାୟଣ ପାତ୍ର ଭାରତର ଜର୍ମାନ ମେଡିସନ ଲାବେରାଟୋରୀର ନିର୍ଦ୍ଦେଶକ ଡଃ ସୁଦାନନ୍ଦ ମିଶ୍ର ପ୍ରମୁଖ ଚିକିତ୍ସା ବିଜ୍ଞାନ ଉପରେ ଆଲୋକପାତ କରିଥଇଲେ। ଅନୁଷ୍ଠାନର ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର ଚିକିତ୍ସାର ଗବେଷକ ପ୍ରଣାଳୀକୁ ଉପସ୍ଥାପନ କରିଥିଲେ। ସାଧାରଣ ସଂପାଦକ ଡଃ ରଶ୍ମିରଂଜନ ମହାରଥା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ସମାବେଶରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୦୦ ରୁ ଡାକ୍ତର ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *