ଆନ୍ତର୍ଜାତୀୟ

ଇରାନର ଚାବାହର ବନ୍ଦରକୁ ୨୦୧୯ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ଭାରତ ଉଦ୍ୟମ କରୁଛି: ନୀତୀନ ଗଡକରୀ

– ଦୁଶାନବେରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ୨୦୧୯ ମସିହା ସୁଦ୍ଧା ଇରାନର ଚାବାହର ବନ୍ଦରକୁ କାର୍ଯ୍ୟକ୍ରମ କରିବାକୁ ଭାରତ ଉଦ୍ୟମ କରୁଛି। କେନ୍ଦ୍ର ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ, ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ ଦୁଶାନବେର ଭାରତୀୟ ଦୂତାବାସରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରର ଉଦଘାଟନ ଅବସରରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି।

ବିଗତ ଚାରି ବର୍ଷ ମଧ୍ୟରେ ଦେଶରେ ଏନଡିଏ ସରକାର ଲୋକଙ୍କ ବିକାଶ ତଥା ଚଳଣିରେ ଉଲ୍ଲେଖନୀୟ ପରିବର୍ତ୍ତନ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଶ୍ରୀ ଗଡକରୀ ଏହି ଅବସରରେ ସୂଚନା ଦେଇଥିଲେ। ମୌଳିକ ଭିତିଭୂମିର ବିକାଶ ସହ ଦିନକୁ ୨୮ କିଲୋମିଟରର ଜାତୀୟ ରାଜପଥ ନିର୍ମାଣ ହେଉଥିବା ସେ କହିଥିଲେ। ସେ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଏବଂ ପ୍ରତିବଦ୍ଧତାର ସହ ଦ୍ରୁତ ଗତିରେ ବିକାଶ ପଥରେ ଚାଲିଛି। ବିଗତ ଚାରି ବର୍ଷ ମଧ୍ୟରେ ବିଶ୍ୱସ୍ତରରେ ଭାରତର ଛବିରେ ଉନ୍ନତି ଘଟିଛି ଏବଂ ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍, ସ୍ୱଚ୍ଛତା ଇତ୍ୟାଦି ବିଭିନ୍ନ ବିଶ୍ୱସ୍ତରୀୟ ର୍ୟାଙ୍କିଙ୍ଗ୍ରେ ଭାରତର ଉନ୍ନତି ହୋଇଛି।

ତାଜିକିସ୍ତାନରେ ଅନୁଷ୍ଠିତ ହେଉଥିବା ‘ଇଂଟରନ୍ୟାସନାଲ ଡିକେଡ୍ ଫର ଆକ୍ସନ; ୱାଟର ଫର ସଷ୍ଟେନବୁଲ ଡେଭଲପମେଂଟ’ ଶୀର୍ଷକ ଉଚ୍ଚସ୍ତରୀୟ ଅଧିବେଶନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ଶ୍ରୀ ଗଡକରୀ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ସେ ତାଜିକିସ୍ତାନର ବିଦେଶ ମନ୍ତ୍ରୀ ସିରୋଦଜିଦିନ୍ ମୁହରିଦିନ୍ଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାକୁ ପାରସ୍ପରିକ ସହଯୋଗ ସକାଶେ ଉଭୟ ସହମତ ହୋଇଥିଲେ। ନୁଆଦିଲ୍ଲୀ ସହ ତାଜିକିସ୍ତାନର ଆର୍ଥିକ ସମ୍ପର୍କ ବୃଦ୍ଧି ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ଗଡକରୀ ତାଜିକିସ୍ତାନର ନେତାଙ୍କୁ ଅବଗତ କରାଇଥିଲେ। ତାଜିକସ୍ତାନର ମୌଳିକ ଭିତିଭୂମିର ବିକାଶ ଦିଗରେ ଭାରତୀୟ ବିଶେଷଜ୍ଞମାନେ ଯୋଗଦାନ କରିବାକୁ ଆଗ୍ରହୀ ବୋଲି ସେ କହିଥିଲେ।

ଦୁଶାନବେରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ତାଜିକି ଓ ପ୍ରବାସୀ ଭାରତୀୟମାନଙ୍କୁ ହିନ୍ଦୀ, ସଂସ୍କୃତ, ଯୋଗ ସହ ସଙ୍ଗୀତ ଏବଂ ନୃତ୍ୟ ଶିକ୍ଷା ଦେବ। ତାଜିକ୍ ଲୋକଙ୍କ ମଧ୍ୟରେ ଏହା ଉତ୍ସାହ ଆଣିଦେଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top