ଓଡ଼ିଶା

ଇମ୍ଫା ତ୍ରିପାକ୍ଷିକ ଆଲୋଚନା ସଫଳ ଦୀର୍ଘ ୧୯ ଦିନ ପରେ କମ୍ପାନୀ ଫାଟକ ଖୋଲିଲା

ରାୟଗଡା ୧୧/୦୫ ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) – ଦୀର୍ଘ ୧୮ ଦିନ ପରେ ପୁଣି ଦ୍ୱିତୀୟ ଥର ପାଇଁ ଇମ୍ଫା ପ୍ରସଙ୍ଗରେ ତ୍ରିପା କ୍ଷିକ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟ କ୍ଷତାରେ ଦୀର୍ଘ ଦୁଇଘଂଟା ଧରି ଆଲୋଚନା ହୋଇଥିଲା। ଜିଲ୍ଲାପ୍ରଶାସନ, ଆନ୍ଦୋଳନକାରୀ ଏବଂ କଂପାନୀ କତୃପ କ୍ଷଙ୍କ ମଧ୍ୟରେ ହୋଇଥିବା ଆଲୋଚନାର ନିସ୍କର୍ଷ ବାହାରିଥିଲା। ଗତ ମାସ ୩୦ ତାରିଖ ଦିନ ହୋଇଥିବା ଆଲୋଚନାରେ ନିସ୍କର୍ଷ ନ ବାହାରିବା ଏବଂ ଏଥିପାଇଁ ଜିଲ୍ଲାପ୍ରଶାସନ ଇମ୍ପା କଂପାନୀର ବରିଷ୍ଟ ଅଧିକାରୀ ମାନେ ରହିଲେ ସମସ୍ୟାର ସମାଧାନ ହୋଇପାରିବ ବୋଲି ପ୍ରକାଶ କରିବା ପରେ ଗତକାଲି ଇମ୍ପା ଗୃପର ବରିଷ୍ଟ ଉପ-ସଭାପତି ଦୀପକ କୁମାର ମହାନ୍ତି ଯୋଗଦେଇ ଆନ୍ଦୋଳନକାରୀଙ୍କ ଦାବି ସଂପର୍କରେ ଆଲୋଚନା କରିଥିଲେ।

ଆନ୍ଦୋଳନକାରୀଙ୍କ ୧୦ ଦଫା ଦାବି ଉପରେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଆନ୍ଦୋଳନକାରୀ ଏବଂ ଇମ୍ପା କତୃ ପ କ୍ଷଙ୍କ ମଧ୍ୟରେ ହୋଇଥିଲା। ୧୦ ଦଫା ଦାବି ଗୁଡିକୁ ପର୍ଯ୍ୟାୟକ୍ରମେ ପୂରଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା। ଇମ୍ଫା କତୃପକ୍ଷ ମଧ୍ୟ ଦାବିଗୁଡିକ ପୂରଣ କରିବା ପାଇଁ ଏକ ପ୍ରକାର ରାଜି ହୋଇଥିବା ଜଣାପଡିଛି। ଫଳରେ ଆଜି ଆନ୍ଦୋଳନ ପ୍ରତ୍ୟାହାର ହେବା ସହ ଖୁବ୍ ଶୀଘ୍ର କଂପାନୀର ଉତ୍ପାଦନ ଆରମ୍ଭ ହେବ ବୋଲି ଜଣାପଡିଛି। ଗତକାଲି ହୋଇଥିବା ତ୍ରିପାକ୍ଷିକ ଆଲୋଚନାରେ ଜିଲ୍ଲାପ୍ରଶାସନ ତରଫରୁ ଏସ.ପି ରାହୁଲ ପି.ଆର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସୁକାନ୍ତ ତ୍ରିପାଠୀ, ଉପ-ଜିଲ୍ଲାପାଳ ପ୍ରବୀର କୁମାର ନାୟକ, ଜିଲ୍ଲା ଶ୍ରମ ଅଧିକାରୀ ପି.କେ.ଭୋଇ, ଏ.ଏସ.ପି ଜଗନ୍ନାଥ ରାଓ ପ୍ରମୁଖ ଉପସ୍ଥିତ ଥିବା ବେଳେ କଂପାନୀ ପ କ୍ଷରୁ ଇମ୍ପା ଗ୍ରଫୁର ଉପ-ସଭାପତି ଦୀପକ ମହାନ୍ତିଙ୍କ ସହ ମହାପ୍ରବନ୍ଧକ କେ.ଭି.ରାଓ, ଜିଡିଏମ ଅଜୟ କୁମାର ବେଉରିଆ, ଲୋକ ସଂପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ଥିଲେ। ଆନ୍ଦୋଳନକାରୀଙ୍କ ପ କ୍ଷରୁ ଜିଲ୍ଲା ଆଦିବାସୀ ବିକାଷ ମଂଚର ସଦ୍ୟସ ଜିତୁ ଜାକେସିକା, କୁର୍ଲି ସରପଂଚ ହରପ୍ରସାଦ ହେପ୍ରିକା, ଶ୍ରମିକ ନେତା ସୁନି ବିଡିକା ପ୍ରମୁଖ ଉପସ୍ଥିତ ଥିଲେ।

ଏଠାରେ ସୂଚନାଯୋଗ୍ୟ ଯେ ଗତ ୧୮ ଦିନ ଧରି ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କ ୧୦ ଦଫା ଦାବି ଗୁଡିକ ମଧ୍ୟରେ ଥିଲା ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା, ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା, ଶ୍ରମ ବିଭାଗ ନିୟମ ପ୍ରକାରେ ମଜୁରୀ ପ୍ରଦାନ, ମହିଳା ଶ୍ରମିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା, କାରଖାନା ଅଂଚଳର ଜମି ଗୁଡିକୁ ପୁନର୍ବାର ଚିହ୍ନଟ କରିବା ଉତ୍ୟାଦି ଥିଲା।

ଆଜି ସକାଳ ୧୦ ଟା ସମୟରେ ରାୟଗଡା ଏସ.ଡି.ପି.ଓ ରାଜକିଶୋର ଦାସଙ୍କ ଙ୍କ ଉପସ୍ଥିତିରେ ଇମ୍ଫା କଂପାନୀର ଫାଟକ ଖୋଲାଯାଇଥିଲା। କୌଣସି ଅପ୍ରିତକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ବାହିନୀ କଂପାନୀ ଗେଟ ଫାଟକ ନିକଟରେ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳାର ସହ କଂପାନୀ ଫାଟକ ଖୋଲାଯାଇଥିଲା। କଂପାନୀର ଉତ୍ପାଦନ ଆରମ୍ଭା ହେବାକୁ ପାଇଁ ପ୍ରାୟ ୧୫ ଦିନ ଲାଗିବ ବୋଲି ଜଣେ କଂପାନୀ ଅଧିକାରୀ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top