ଇମ୍ଫା କାରଖାନ ଓ ଜିଲା ପ୍ରଶାସନ – ଆନ୍ଦୋଳନ ପ୍ରତ୍ୟାହୃତ ଆଦିବାସୀ ମହାସଙ୍ଘର ଭୟ ନୁହେଁ ତ?

ରାୟଗଡା, ୨।୬(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଇମ୍ଫା କାରଖନା ଏବଂ ରାୟଗଡା ଜିଲା ପ୍ରଶାସନକୁ ନେଇ ବର୍ତ୍ତମାନ ସାରା ରାଜ୍ୟ ଚହଲି ଯାଇଛି। ଗତ ୨ମାସ ଧରି ଜିଲାରେ ଥିବା ଇମ୍ଫା କାରଖାନା ଫାଟକ ଆଗରେ ଆନ୍ଦୋଳନ ଏବଂ ଏହି ଆନ୍ଦୋଳନ ପଛରେ ଜିଲା ପ୍ରଶାସନର ଭୂମିକାକୁ ନେଇ ଖୁବ ଆଲୋଚନା ଚାଲିଛି। ତ୍ରୀପାକ୍ଷିକ ଆଲେଚନାରେ ସର୍ବଦା ମଧ୍ୟସ୍ଥିର ଭୂମିକାରେ ଅଭିନୟ କରିଆସୁଥିବା ପ୍ରଶାସନିକ ଅଧିକାରୀଙ୍କ ଅସଲି ରୂପ କିପ୍ରକାର ତାହା ଜିଲାବାସୀ ଖୋଜିବୁଲୁଛନ୍ତି। ‘ସାପ ପଠାଇ ଦଂଶିବା ପରେ ଗୁଣିଆ ହୋଇ ଝାଡିବା’ ଏଭଳି ଚରିତ୍ରରେ ଯଦି ପ୍ରଶାସନ ଇମ୍ଫା କ୍ଷେତ୍ରରେ କାର୍ଯ୍ୟ କରୁଥାଏ ତେବେ ଜିଲାରେ ବିକାଶକୁ କେବଳ ଭଗବାନ ଭରଷା ବୋଲି ବୁଦ୍ଧିଜିବୀ, ଆଇନଜିବୀଙ୍କ ସହ ସାଧାରଣ ଲୋକେ ଆଶଙ୍କା ପ୍ରକଟ କରୁଛନ୍ତି। ଆଉ କହୁଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ମାତ୍ର ୩ଦିନରେ ପ୍ରତ୍ୟାହୃତ। ଏହା ଆଦିବାସୀ ମହାସଙ୍ଘର ଭୟ ନୁହେତ ବୋଲି ଜିଲାଠାରୁ ରାଜ୍ୟ ପର୍ଯ୍ୟନ୍ତ ଲୋକେ ଆଲେଚନା କରୁଛନ୍ତି।

 

ଇମ୍ଫାରେ ଆନ୍ଦୋଳନକୁ ଅବଲୋକନ କଲେ ଜିଲା ପ୍ରଶାସନ ଲୁଛିଛି କିନ୍ତୁ ଗୋଡ ଦୁଇଟା ଜଳଜଳ ହୋଇ ଦିସୁଛି। ପ୍ରଥମ ପର୍ଯ୍ୟାୟ ପରେ କାରଖନା ଆଗରେ ଦ୍ୱିତୀୟଥର ଆନ୍ଦୋଳନ ତେଜିଥିଲା। କାରଖନାରେ ଶ୍ରମ ଦେଉଥିବା ଶ୍ରମିକଙ୍କ ତିଳେହେଲେ ଅଭିଯୋଗ ନାହିଁ। କିନ୍ତୁ ଶ୍ରମିକଙ୍କ ସ୍ୱାର୍ଥ ଓ ସେମାନଙ୍କ ନ୍ୟାର୍ଯ୍ୟ ଦାବୀର କଥାକହି ଦଳେ ଅଣ ଶ୍ରମିକଙ୍କ କାରଖାନା ମୁଖ୍ୟ ଫାଟକକୁ ଅବରୋଧ କରି କାରଖାନକୁ ୩ଦିନ ପାଇଁ ବନ୍ଦ କରିଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୮ଦିନ ଧରି ଶ୍ରମିକଙ୍କ ପେଟକୁ ଲାତ ବାଜିବାପରେ ଚଳିତ ଥର ଗୋଟିଏ ଦିନର ଆନ୍ଦୋଳନ ପରେ ଶ୍ରମିକ ମାନେ ତେଜିଲେ। ଅଣ ଶ୍ରମିକଙ୍କ ଆନ୍ଦୋଳନକୁ ତୀବ୍ର ବିରୋଧ କଲେ। ଜିଲା ଆଦିବାସୀ ମହାସଙ୍ଘକୁ ନେହୁରା ହୋଇ ସହଯୋଗ ମାଗିଲେ। ସଙ୍ଘର ସଭାପତି ଆପଲସ୍ୱାମୀ କାଡ୍ରାକା ଏବଂ ଉପସଭାପତି ବସନ୍ତ ଉଲା ଶ୍ରମିକଙ୍କ ହାତଧରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଡକୁ ବାଟ କଢ଼ାଇ ନେଇଗଲେ। ଲକ୍ଷଥିଲା ଜିଲା ମୁଖିଆଙ୍କୁ ନିଜ ପରିବାରର ପେଟ ଭୋକର କଥା ଜଣାଇବେ। ତେବେ ନୀରିହ ଶ୍ରମିକଙ୍କ ଉପରେ ନୀତି ନିୟମର କଥା ବର୍ଷା ହୋଇଯାଇଥିଲା। ପୁଲିସ ଠାରୁ ଆରମ୍ଭକରି ଉପଜିଲାପାଳ ଏପରିକି ଜିଲାପଳ ପର୍ଯ୍ୟନ୍ତ କେବଳ ଆଇନ କାନୁନର କଥା କହି ଭୟଭୀତ କରିବାକୁ ପଛାଇ ନଥିଲେ। ସବୁଠାରୁ ବିସ୍ମୟର କଥାଯେ, କେବେ ବି କଡା କଥା କହୁନଥିବା ଉପଜିଲାପଳ ମଧ୍ୟ ପେଟପାଇଁ ଆସିଥିବା ଶ୍ରମିକଙ୍କ ଆଗରେ ତୁହାକୁ ତୁହା ନିୟମ କାନୁନ କଥାକହି ଗର୍ଜି ଉଠିଥିଲେ। ଆଗରୁ ଏତେଜଣ ଏକାଠି ଆସିବାପାଇଁ ଅନୁମତି ନେଇଥିଲକି ବୋଲି ପୁଲିସ ଠାରୁ ଆରମ୍ଭକରି ଜିଲାପାଳ ପର୍ଯ୍ୟନ୍ତ ବାରମ୍ବାର ତାଗିଦ କରିବାସହ ଗିରଫଦାରୀର ଭୟ ଦେଖାଇଥିଲେ। ତେବେ ବିଡମ୍ବନାର କଥାଯେ, ପରିବାରର ପେଟ ଶୁଖିଯାଉଛି ବୋଲି କହିବାକୁ ଆସିଥିବା ଶ୍ରମିକଙ୍କ ଆଗରେ ଟାଣୁଆ ପଣ ଦେଖାଉଥିବା ପ୍ରଶାସନ ଆନ୍ଦୋଳନକାରୀଙ୍କ ଆଗରେ ନୀରବ କାହିଁକି ବୋଲି ଜିଲା ଠାରୁ ରାଜ୍ୟ ପର୍ଯ୍ୟନ୍ତ ଜଣେ ଆରକୁ ପ୍ରଶ୍ନ କରୁଛନ୍ତି। କୁହା ବୋଲା କି ଆଲୋଚନା କିଛି ନାହିଁ। ଆନ୍ଦୋଳନକାରୀ ମାନେ ହଠାତ ଜୁନ ୨୫ତାରିଖରେ ପ୍ରତିଶୃତି ପାଳନ ହେଲାନାହିଁ ଅଭିଯୋଗ ଆଣିଲେ। ଆଉ ୨୭ତାରିଖରୁ କାରଖାନା ଆଗରେ ଆନ୍ଦୋଳନ କରାଯିବ ବୋଲି ଦରଖାସ୍ତ ଖଣ୍ଡିଏ ଅତିରିକ୍ତ ଜିଲାପାଳଙ୍କ ନିକଟରେ ପକାଇ ଚାଲିଗଲେ। ୨ଦିନ ପରେ କାରଖାନାକୁ ଅବରୋଧ କରି ଉତ୍ପାଦନ ବନ୍ଦ କରିଦେଲେ। ତେବେ ଏହି କ୍ଷେତ୍ରରେ ପ୍ରଶାସନର କୃତ୍ୱ ଓ କର୍ତ୍ତବ୍ୟ କଣ ଥିଲା। ଶ୍ରମି ଆଇନ କଣ ରହିଛି ବୋଲି କେତେକ ଶ୍ରମ ବିଭାଗ ସହ ଜଡିତ ରାଜ୍ୟ ସ୍ତରୀୟ ଆଇନଜୀବୀ ମାନେ ପ୍ରଶ୍ନ କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ କାରଖାନା କର୍ତ୍ତୃପକ୍ଷ ଦେଇଥିବା ପ୍ରତଶୃତିକୁ ପୂରଣ କରିବାପାଇଁ ପର୍ଯ୍ୟାୟକ୍ରମେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜିଲାପ୍ରଶାସନକୁ ଜଣାଇଥିବା ଚିଠିପତ୍ର କହୁଛି। କିନ୍ତୁ ଆନ୍ଦୋନଳକାରୀ ଏବଂ କାରଖାନ କର୍ତ୍ତୃପକ୍ଷଙ୍କ ସହ କୌଣସି ଆଲେଚନା ନକରି କାରଖାନା ଆଗରେ ଧାରଣା ଦେବାକୁ କିପରି ଅନୁମତି ଦେଇଥିଲେ ବୋଲି ଉଚ୍ଚ ନ୍ୟାୟାଳୟର ଜଣେ ଆଇନଜୀବୀ କହିଛନ୍ତି। ପ୍ରଶାସନ ସବୁକିଛି ଆଇନ କାନୁନକୁ ଜଳାଞ୍ଜଳୀ ଦେଇ ଆନ୍ଦୋଳନକାରୀଙ୍କ ଆଗରେ ନିବରଦ୍ରଷ୍ଟା ସାଜିଥିବା ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ପ୍ରଶାସନ ନିଜ କର୍ତ୍ତବ୍ୟରୁ ଓହରି ଏଭଳି କାର୍ଯ୍ୟକୁ ସହମତି ଦେଇଥିବା ଗୋଟିଏ ଅଧିକାରୀଙ୍କ ବିକାଶ ନୁହେଁ ବିନାସର ଚରିତ୍ର ବଖାଣୁଛି ବୋଲି ଜଣେ ଆଇନଜୀବୀ ବର୍ଣ୍ଣାଳି ପ୍ରଭା ସାମନ୍ତରାୟ କହିଛନ୍ତି।

Leave a Reply

Your email address will not be published. Required fields are marked *