ଇମ୍ଫା ଅଚଳାବସ୍ତାକୁ ଆଦିବାସୀ ମହାସଙ୍ଘର ବିରୋଧ ବିବାଦୀୟ ହେଉଛି ସ୍ଥିତି ଶ୍ରମିକଙ୍କ ଶୋଭାଯାତ୍ର ଜିଲାପାଳ କାର୍ଯ୍ୟାଳୟ ଘେରାଉ

ରାୟଗଡା, ୨୮।୬(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)- ଇମ୍ଫା କାରଖାନା ଆଗରେ ଆନ୍ଦୋଳନକୁ ଆଦିବାସୀ ମହାସଙ୍ଘ ବିରୋଧ କରିଛି। ୧୮ଦିନ ଆନ୍ଦୋଳନ କରି କାରଖାନାକୁ ବନ୍ଦ କରିବାପରେ ପୁଣିଥରେ ଅଚଳାବସ୍ତା ଲୋକଙ୍କ ପେଟପାଟଣା ଉପରେ ପ୍ରଭାବ ପକାଇବ ବୋଲି ଇମ୍ଫା ଶମିକ ସଙ୍ଘ ଦାବୀକରି ଜିଲାପାଳଙ୍କ କାର୍ଯ୍ୟାୟଳକୁ ଘେରାଉ କରିଛନ୍ତି। ଜିଲାପାଳଙ୍କ ସହ ଆଲୋଚନା କରି ତୁରନ୍ତ ଏହାର ସମାଧାନର ବାଟ ବାହାର କରିବାକୁ ଶ୍ରମିକମାନେ ଗୁହାରି କରିଛନ୍ତି।

ପୁଣିଥରେ କାରଖାନା ଅଗରେ ତମ୍ବୁ ପକାଇ ମୁଖ୍ୟଫାଟକକୁ ଅବରୋଧ କରି ରଖିବା ଘଟଣାକୁ କାରଖାନରେ କାର୍ଯ୍ୟରତ ଶ୍ରମିକମାନେ ବିରୋଧ କରିଛନ୍ତି। ଇମ୍ଫା କାରଖାନା ଆଗରେ ଶ୍ରମିକଙ୍କ ନ୍ୟାର୍ଯ୍ୟଦାବିପାଇଁ ଆନ୍ଦୋଳନକାରୀ ମାନେ ବସିରହିଥିବାବେଳେ କାରଖାନରେ କାମ କରୁଥିବା ଶ୍ରମିକ ମାନେ ଫାଟକ ଖୋଲି କାରଖାନକୁ ଚାଲୁ କରିବାକୁ ଦାବି ରଖି ରାୟଗଡା ବ୍ଳକ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ। ଆଦିବାସୀ ମହାସଙ୍ଘର ସଭାପତି ଆପଲସ୍ୱାମୀ କାଡ୍ରାକା, ଉପସଭାପତି ବସନ୍ତ ଉଲାକାଙ୍କ ସହ ଶ୍ରମିକଙ୍କ ମାନେ ପ୍ରଶାସନର ଦୋମୁହା ନୀତିକୁ ବିରୋଧ କରି ନାରାବାଜି କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କାର୍ଯ୍ୟାଳୟ ଦ୍ୱାରକୁ ଅବରୋଧ କରିବାହସ ଇମ୍ଫା ଆନ୍ଦୋଳନକୁ ନେଇ ଜିଲାପାଳଙ୍କ ନୀରବତାକୁ ନିନ୍ଦାକରି ନାରାବାଜି ଶ୍ଲୋଗାନ ମାନ ଦେଇଥିବା ଶୁଣିବାକୁ ମିଳିଥିଲା। ତ୍ରୀପାକ୍ଷିକ ଆଲେଚନା ପରେ ତାହା ପୂରଣ ହୋଇଛିକି ନାହିଁ ତାହା ନଜାଣି ନଶୁଣି ପୁଣି ଆନ୍ଦୋଳନ ଏହା କି ପ୍ରକାର ଶ୍ରମିକଙ୍କ ବିକାଶ ପାଇଁ ଲଢ଼େଇ ବୋଲି କହିଚାଲିଥିଲେ। ପ୍ରଶାସନକୁ ଲିଖିତରୂପେ ଦେଇ ତାର ଗୋଟିଏ ଦିନ ପରେ ଫାଟକ ଅବରୋଧ ଏହା କେଉଁ ପ୍ରକାର ଶାସନ ବୋଲି ଜଣଜଣ କରି କହିଚାଲିଥିଲେ। ଗତ ୧୮ଦିନର ଲୁହ ଶୁଖିନି। ପୁଣି ଆନ୍ଦୋଳନ କରି ଶ୍ରମିକଙ୍କ ପେଟକୁ ବାରମ୍ବାର ଲାତ ମରାଯାଉଥିବା କିଭଳି ଶାସନକୁ ଦର୍ଶାଉଛି ବୋଲି ନାରାବାଜି ଶୁଣିବାକୁ ମିଳିଥିଲା। ପରେ ଉପଜିଲାପାଳ ଆସି ଶ୍ରମିକ ଓ ମହାସଙ୍ଘର ସଭାପତିଙ୍କ ସହ ଆଲୋଚନା କରିବାରେ ସେମାନେ ନିଜ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରିବାକୁ ଚାହିଁଛନ୍ତି ବୋଲି କହିଥିଲେ। ପରେ ଶ୍ରମିକମାନଙ୍କ ପ୍ରତିନିଧି ରୂପେ ୫ରୁ ୬ଜଣ ଜିଲାପାଳଙ୍କ ସହ ସାକ୍ଷାତକରି କାରଖାନାର ଅଚଳାବସ୍ତା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଇବକୁ ଅନୁମତି ମିଳିବାପରେ ଇମ୍ଫା ଏମ୍ପଲଏରସ ଆସୋସିଏସନର ସଭାପତି ପ୍ରଦୀପ କୁମର ମିଶ୍ର, ସାଧାରଣ ସମ୍ପାଦକ ନିଳାମ୍ବର କଣ୍ଠ ପ୍ରମୁଖ ଜିଲାପାଳଙ୍କ ସହ ସାକ୍ଷାତକରି ଆଲୋଚନା କରିଥିଲେ। ସମସ୍ୟା ଉପରେ ଆଲୋଚନା କରି ତୁରନ୍ତ ଫାଟକ ଖୋଲିବାପାଇଁ ନିବେଦନ କରିଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *