ଓଡ଼ିଶା

ଇମ୍ପା ଆନ୍ଦୋଳନ ତ୍ରିପାକ୍ଷିକ ଆଲୋଚନା ବିଫଳ – ନବମ ଦିନରେ ପହଂଚିଲା ଆନ୍ଦୋଳନ

ରାୟଗଡା ୦୧/୦୫ – ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ଥେରୁବାଲି ସ୍ଥିତ ଇମ୍ପା କାରଖାନାରେ ଚାଲିଥିବା ଆନ୍ଦୋଳନର କୌଣସି ସମସ୍ୟାର ସମାଧାନ ର ବାଟ ବର୍ତମାନ ସୁଦ୍ଧା ଫିଟି ନାହିଁ। ଗତକାଲି ଜିଲ୍ଲାପାଳ ଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନ, ଆନ୍ଦୋଳନକାରୀ ଏବଂ ଇମ୍ଫା କଂପାନୀର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଏହି ଆଲୋଚନା ପ୍ରାୟ ୪ ଘଂଟା ଧରି ଚାଲିଥିଲା। ଏହା ଏକ ସମ୍ବେଦନଶୀଳ ଆଲୋଚନା ହୋଇଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଆଲୋଚନା ସମୟରେ ଉପସ୍ଥିତ ରହିବାକୁ ବାରଣ କରାଯାଇଥିଲା। ଆଲୋଚନାରେ ଜିଲ୍ଲା ପ୍ରଶାସନର ତରଫରୁ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆର, ପିଡି, ଡିଆରଡିଏ ସୁକାନ୍ତ କୁମାର ତ୍ରିପାଠୀ, ଅତିରିକ୍ତ ଏସ.ପି ପତିତପାବନ ଚୌଧୁରୀ, ରାୟଗଡା ଉପ-ଜିଲ୍ଲାପାଳ ପ୍ରବୀଣ କୁମାର ନାୟକ, ରାୟଗଡା ବିଡିଓ ରାଜେନ୍ଦ୍ର ମାଝି, କୋଲନରା ବିଡିଓ ଶାନ୍ତିପ୍ରଭା ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଆୟୁକ୍ତ, କୋଲନରା ଏବିଡିଓ ପ୍ରମୁଖ ଉପସ୍ଥିତ ଥିଲେ। ଇମ୍ଫା କଂପାନୀ ତରଫରୁ ବରିଷ୍ଠ ମହାପ୍ରବନ୍ଧକ କେ.ଭି.ରାଓ, ପ୍ରବନ୍ଧକ ଅନାମ ସ୍ୱାଇଁ, ଲୋକସଂପର୍କ ଅଧିକାରୀ ଶକ୍ତିପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ଥିଲେ। ସେହିପରି ଆନ୍ଦୋଳନକାରୀଙ୍କ ତରଫରୁ ଜିତୁ ଜାକସିକା, କୁର୍ଲି ସରପଂଚ ହରପ୍ରସାଦ ହିତିରିକା, ସୁନା ବିଡିକା, ପୂର୍ଣ୍ଣ ଟାକ୍ରି ଓ ସୁଟୁ ନେତା ଏଜି ନାଇଡୁ ଆଲୋଚନାରେ ଯୋଗ ଦେଇଥିଲେ।

ବୈଠକରେ କୌଣସି ନିଷ୍କର୍ସ ନ ବାହାରିବାରୁ ଆନ୍ଦୋଳନକାରୀ ମାନେ ବୈଠକରୁ ଉଠି ବାହାରକୁ ଚାଲି ଆସିଥିଲେ। ଇମ୍ପା କଂପାନୀ ପ୍ରତିନିଧି ମାନେ ସମସ୍ୟାର ସମାଧାନ ପରିବର୍ତେ ସ୍ଥିତିକୁ ଆହୁରି ଜଟିଳ କରିଦେଉଥିବା ଆନ୍ଦୋଳନକାରୀ ମାନେ କହିଥିଲେ। ସେହିପରି ଇମ୍ପା କଂପାନୀର ପ୍ରତିନିଧି ମାନେ ଆଲୋଚନା ଫଳପ୍ରଦ ହୋଇଥିବା ପ୍ରକାଶ କରିଛନ୍ତି। ଆଲୋଚନାରେ ସେପରି କୌଣସି ଆଖିଦୃଶିଆ ସମାଧାନର ରାସ୍ତା ବାହାରି ନଥିବା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ପ୍ରକାଶ କରିଛନ୍ତି।

ଆଦିବାସୀ ମାନେ ରଖିଥିବା ୯ ଦଫା ଦାବି ସଂପର୍କରେ ଆଲୋଚନା କରି କଂପାନୀର ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଥିଲା। କିନ୍ତୁ ଆଲୋଚନା ମାଧ୍ୟମରେ କୌଣସି ଫଳପ୍ରଦ ନିଷ୍ପତି ହୋଇପାରିନଥିଲା। ଏପଟେ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ପ୍ରକାଶ କରିଛନ୍ତି ଯେ ଆଲୋଚନାରେ ଇମ୍ଫା କଂପାନୀର ଅଧିକାରୀ ମାନେ କୌଣସି ନିଷ୍ପତି ନେଇନପାରୁଥିବାରୁ ଓ ମୁଖ୍ୟ କାର୍ଯ୍ୟାଳୟ ସହ ପରାମର୍ଶ କରି କର୍ମଚାରୀ ସଂଘର ଦାବି ସଂପର୍କରେ ନିଷ୍ପତି ନେବେ ବୋଲି କହିବାରୁ ଆଲୋଚନା ବିଫଳ ହେଲା ବୋଲି ଜିଲ୍ଲାପାଳ କହିଛନ୍ତି। ଏପଟେ ଆନ୍ଦୋଳନ କୁ ଆହୁରି ଜୋରଜାର କରାଯିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି। ଆଜି ମେ ଡେ ଥିବାରୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top