ଆନ୍ତର୍ଜାତୀୟ

୨୨ ବର୍ଷ ପୂର୍ବେ କ୍ରିକେଟରୁ ରାଜନୀତିକୁ ଆସିଥିବା ଇମରାନ ଖାନ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ

ଇସ୍ଲାମାବାଦ ୧୮-୮ (ଓଡ଼ିଆ ପୁଅ): ୨୨ ବର୍ଷ ପୂର୍ବରୁ କ୍ରିକେଟରେ ରାଜନୀତି ରେ ଆସିଥିବା ଇମରାନ ଖାନଙ୍କର ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ପାକିସ୍ତାନ ସଂସଦର ନ୍ୟାସନାଲ ଆସେମ୍ବଲୀରେ ହୋଇଥିବା ଏକତରଫା ନିର୍ବାଚନରେ ଆଜି ପାକିସ୍ତାନ ତହରୀକ-ଏ-ଇଂସାଫ (ପିଟିଆଇ) ର ପ୍ରମୁଖ ଇମରାନ ଖାନ ଦେଶର ନୂଆ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି। ତାଙ୍କର ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭାରତର ନବଜୋତ ସିଂହ ସିଦ୍ଧୁ ସାମିଲ ହୋଇଥିଲେ। ତାଙ୍କ ବ୍ୟତୀତ ପାକିସ୍ତାନର ଅନେକ ବଡ଼ ନେତା ଏବଂ ଇମରାନ ଖାନଙ୍କର ତୃତୀୟ ପତ୍ନୀ ବୁଶରା ମେନକା ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଇମରାନ ଏହି ନିର୍ବାଚନରେ ପାକିସ୍ତାନ ମୁସ୍ଲିମ ଲିଗ-ନବାଜ (ପିଏମଏଲ-ଏନ) ର ପ୍ରମୁଖ ଶାହବାଜ ଶରୀଫଙ୍କୁ ହରାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top