ad
ଜିଲ୍ଲା ପରିକ୍ରମା

ଇଭିଏମ୍ ଭିଭିପାଟ୍ ବ୍ୟବହାର ସଚେତନତା ସଂମ୍ପର୍କରେ ବୈଠକ

ପୁରୀ, ୦୩/୦୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -୨୦୧୯ ସାଧାରଣ ନିର୍ବାଚନରେ ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ଏବଂ ସଚେତନତା ସଂମ୍ପର୍କରେ ବୈଠକ ଓ ସମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ଶ୍ରୀ ଜ୍ୟୋତିପ୍ରକାଶ ଦାବି ଅଧ୍ୟକ୍ଷତାରେ ପୁରୀ ସ୍ପେଶାଲ୍ ସର୍କିଟ୍ ହାଉସଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କହିଥିଲେ ନିର୍ବାଚନ କମିଶନଙ୍କ ଅଭିମୁଖ୍ୟ ହୋଇଛି ଲୋକମାନଙ୍କ ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ସଂମ୍ପର୍କରେ ସଚେତନ ହେବେ ଓ ମତଦାନ ପ୍ରକ୍ରିୟାରେ ଅଶଂଗ୍ରହଣ କରିବା। ପୁରୀ ଜିଲ୍ଲାରେ ଇଭିଏମ୍ ଓ ଭିଭିପାଟ୍ ବ୍ୟବହାର ସଂମ୍ପର୍କରେ ପ୍ରଥମ ପର୍ଯ୍ୟାୟରେ ସଚେତନ କାର୍ଯ୍ୟକ୍ରମ ଜାନୁଆରୀ ମାସରୁ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଇଭିଏମ୍ ଭିଭିପାଟ୍ ସଚେତନ ରଥ ଜିଲ୍ଲାର ୧୭୭୭ ଟି ଗ୍ରାମ ପରିକ୍ରମା କରି ଲୋକମାନଙ୍କୁ ସଚେତନ କରିଛି।୧ ଲକ୍ଷ ୮୪ ହଜାର ଲୋକ ମକପୋଲରେ ଅଶଂଗ୍ରହଣ କରିଛନ୍ତି। ଇଭିଏମ୍ ଓ ଭିଭିପାଟ୍ ଦ୍ୱିତୀୟ ପର୍ଯ୍ୟାୟ ଭିଭିପାଟ୍ ଦ୍ୱିତୀୟ ପର୍ଯ୍ୟାୟ ସଚେତନ ଅଭିଯାନ ଓ କାର୍ଯ୍ୟକ୍ରମ ମାର୍ଚ୍ଚ ୬ ତାରିଖରେ ଆରମ୍ଭ ହେବ। ଦ୍ୱିତୀୟପର୍ଯ୍ୟାୟ ସଚେତନ କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଲୋକମାନେ ମକ୍ପୋଲରେ ଭାଗନେବେ। ଭୋଟରମାନେ ସଚେତନ ହେଲେ ମତଦାନ ପ୍ରକ୍ରିୟାରେ ଅଧିକ ଭୋଟର ଅଶଂଗ୍ରହଣ କରିବେ। ତା ୧୦.୦୩, ୧୯ ରିଖ (ମାଚ୍ଚ୧୦ ତାରିଖ ) ରେ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିବସ ହେବ। ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ୧୮ ବର୍ଷ ରୁ ୧୯ ବର୍ଷ ପର୍ଯ୍ୟନ୍ତ ଯୁବ ଭୋଟର ମାନଙ୍କୁ ଭୋଟର ତାଲିକାରେ ସାମିଲ୍ କରିବା ବିଷୟରେ କହିଥିଲେ। ପୁରୀ ଜିଲ୍ଲାରେ ୧୩ ଲକ୍ଷ ୫୪ ହଜାର ଭୋଟର ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୯୬% (ଶତକଡା ଛୟାନବେ) ଭାଗ ଭୋଟରଙ୍କୁ ଭୋଟର ପରିଚୟ ପତ ଦିଆଯାଉଛି।ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଉମାଶଙ୍କର ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନୃସିଂହ ଚରଣ ସ୍ୱାଇଁ, ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ ସୁମନ୍ତ କର, ବିଭିନ୍ନ ଅଧିକାରୀ ଓ ଗଣମାଧ୍ୟମ ର ପ୍ରତିନିଧିମାନେ ଯୋଗ ଦେଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top