କଟକ

ଇପ୍ସାର ମହାବିଦ୍ୟାଳୟରେ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା ୨୩-୦୯ (ଓଡ଼ିଆ ପୁଅ) କଟକ ସିଡିଏ ସ୍ଥିତ ଇପ୍ସାର ମହାବିଦ୍ୟାଳୟରେ ମ୍ୟାନେଜମେଣ୍ଟ ଶିକ୍ଷା ବିଭାଗ ଦ୍ୱାରା ବ୍ରାଣ୍ଡ ବିଷୟବସ୍ତୁ ଆଧାରିତ ଏକ ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡା.ଜେ.କେ ମିଶ୍ର କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ରୂପେ ଅଲ ଇଣ୍ଡିଆ ରେଡିଓ ର (ପ୍ରଚାର ଓ ଟ୍ରେନିଂ ) ବିଭାଗର ପୂର୍ବତନ ଅଧ୍ୟକ୍ଷ ଡା. ଦୀପକ ସାମନ୍ତରାୟ ଯୋଗଦାନ କରି କହିଥିଲେ ଯେ, ଅଲ୍ ଇଣ୍ଡିଆ ରେ ୧୯୩୦ ମସିହା ରୁ ପ୍ରତିଷ୍ଠା ହୋଇଛି ଆଜି ବି ମଧ୍ୟ ଜନସାଧାରଣଙ୍କ ଲୋକପ୍ରିୟ ବ୍ରାଣ୍ଡ ହୋଇ ରହିପାରିଛି। ସେହିପରି ମୁଖ୍ୟବକ୍ତା ଭାବେ ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଏମରସନ୍ ଭାରତ ବ୍ୟବସାୟିକ ମୁଖ୍ୟ ସମ୍ବିତ ଶତପଥୀ ଯୋଗଦାନ କରି କହିଥିଲେ ଯେ, ଉତ୍ପାଦିତ ଦ୍ରବ୍ୟର ସଠିକ ବ୍ରାଣ୍ଡ କରାଯାଇ ପାରିଲେ ଏହା ବ୍ୟବସାୟିକ ସଫଳତା ହାସଲ କରାଯାଇବ। ଭାରତରେ ଦୃତ ଶିଳ୍ପାୟାନ ବୃଦ୍ଧି ହେବାରେ ଲାଗିଛି ନୂତନ ଭାବେ ଗଢି ଉଠିଥିବା ଶିଳ୍ପାନୁଷ୍ଠାନ ଗୁଡିକ ନିଜର ଉତ୍ପାଦିତ ଦ୍ରବ୍ୟ ର ସଠିକ ବ୍ରାଣ୍ଡ ଓ ମାର୍କେଟିଂ କରାଯାଇ ପାରିଲେ ଏହା ବିଶ୍ୱ ବଜାରରେ ଆଦୃତ ହେବା ସହ ଦେଶର ବିକାଶ ଓ ଅଭିବୃଦ୍ଧିରେ ସହାୟକ ହୋଇପାରିବ। ଅନ୍ୟତମ ଅତଥି ରୂପେ କଲେଜ ର ଡିନ୍ ଡା.ଅଶୋକ କୁମାର ମିଶ୍ର, ଅଧ୍ୟାପକ ରାଜ୍ କୁମାର ଦାଶ, ସୟଦ ଇଜାରହୁଲ ହସନନ୍, ସାମନ୍ତ ଗରୁଡ, ଦୀପକ ରଞ୍ଜନ ବିଶ୍ୱାଳ, ସତ୍ୟରଞ୍ଜନ ଦାସ, ସ୍ମୁତି ଶତପଥୀ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ରେ ଗୁଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଡା.କବିତା ଆଚାର୍ଯ୍ୟ। ଆଜିର କାର୍ଯ୍ୟକ୍ରମ ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ଅଭିଭାବକ, ଶିଳ୍ପାନୁଷ୍ଠାନ ସହ ଜଡିତ ବ୍ୟକ୍ତି ବିଶେଷ ପ୍ରମୁଖ ଯୋଗଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top