ଇପସାର କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ

କଟକ ୦୯/୦୯ (ଓଡ଼ିଆ ପୁଅ) ରିଖ ଦିନ କଟକ ସିଡିଏ ସ୍ଥିତ ଇପସାର କଲେଜ ରେ ଏମ୍ ବି ଏ ବିଭାଗ ର ଦ୍ୱିତୀୟ ବର୍ଷ ର ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷ ର ନୂତନ ଭାବେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ସ୍ୱାଗତ ସମ୍ବର୍ଦ୍ଧନା ସଭା କୁ ମୁଖ୍ୟ ଅତିଥି କଲେଜ ର ଅଧ୍ୟକ୍ଷ ଡା. ଜେ.କେ ମିଶ୍ର ଉଦ୍ଘାଟନ କରି ଉଦବୋଧାନ କରିଥିଲେ ଯେ, ମ୍ୟାନେଜମେଣ୍ଟ ଶିକ୍ଷା କେବଳ ଶିକ୍ଷାନୁଷ୍ଠାନ ରେ ସୀମିତ ନହୋଇ ଏହାକୁ ଶିଳ୍ପାନୁଷ୍ଠାନ ସହ ସହଭାଗିତା କରାଗଲେ ଶିକ୍ଷା ର ଗୁଣାତ୍ମକ ବୃଦ୍ଧି ପାଇବା ସହ ପ୍ରଗତଶୀଳ ରାଷ୍ଟ୍ର ର ବିକାଶ ର ସହ ଭାଗିତା ହୋଇପାରିବ। ମୁଖ୍ୟ ବ୍ୟକ୍ତା ରୂପେ କଲେଜ ର ଡିନ୍ ଡା. ଏ.କେ ମିଶ୍ର କହିଥିଲେ ଯେ, ଆଗାମୀ ଦିନର ଉନ୍ନତି ମୁଳକ କାର୍ଯ୍ୟକ୍ରମ ରେ ମ୍ୟାନେଜମେଣ୍ଟ ଶିକ୍ଷା ର ବୃହତ ଭୂମିକା ରହିଅଛି। ଅନ୍ୟତମ ଅତିଥି ରୂପେ କଲେଜ ର ଅଧ୍ୟାପକ ରାଜ୍ କୁମାର ଦାଶ, ଇଜରହୁଲ ହସ୍ନନ୍, ଡା ଜି.ଜି ସୀତାରାମ ଏବଂ ଅଧ୍ୟାପିକା ସପ୍ନାକର୍ମାକର, କେ.କେ ଅଚାର୍ଯ୍ୟା, ଗୁଞ୍ଜନ ମହାନ୍ତି ଯୋଗଦାନ କରିଥିଲେ। ସ୍ୱାଗତ ଭାଷଣ ମହମ୍ମଦ ନୌସାଦ ଦେଇଥିବା ବେଳେ ଅବିନାଶ ଗୁରୁ ଧନ୍ୟବାଦ ଜ୍ଞାପନ କରିଥିଲେ କାର୍ଯ୍ୟକ୍ରମ କୁ ଦୀପକ କୁମାର, ଅବିନାଶ ପାଢୀ, ଜ୍ୟୋତି ରଞ୍ଜନ ସାହୁ, ମହମ୍ମଦ ସୋହେବ, କମଲଜିତ ସ୍ୱାଇଁ, ରଞ୍ଜନ କୁମାର ଦଳାଇ, ଅଭିଶେକ ନାୟକ ପରିଚାଳନା କରିଥିଲେ ଅନ୍ୟ ମାନଙ୍କ ମଧ୍ୟ ରେ କଲେଜ ର ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *