ଇନ୍ଦିରା ଆବାସ ଦୁର୍ନୀତି – ତଦନ୍ତ ଅଧିକାରୀଙ୍କୁ ଧମକ – ଅଧିକାରୀ ତଦନ୍ତ ନକରି ଫେରିଗଲେ

ପୋଲସରା ୦୯/୦୭ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଗଂଜାମ ଜିଲ୍ଲାରେ ରାଜ୍ୟର ୧୨୪ ନଂ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅଛି। ଏହି ନିର୍ବାଚନ ମଣ୍ଡଳୀର ବର୍ତ୍ତମାନ ଶାସକ ଦଳର ବିଧାୟକ ଭାବେ ଏହି ପୋଲସରା ବ୍ଲକର ହାତୀଓଟ ଗ୍ରାମର ଯୁବ ନେତା ଶ୍ରୀକାନ୍ତ ସାହୁ ଅଛନ୍ତି। ଯାହାଙ୍କ ଅମଳରେ ବିଶେଷ କରି ପୋଲସରା ବ୍ଲକରେ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା (ବା) ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ଅତି ଜରୁରୀ ଯୋଜନାଗୁଡିକର ଅଗ୍ରାଧିକାର ଭିତ୍ତିରେ ନିର୍ମାଣ ଚାଲିଛି। ଯାହାକି ଅତି ଖୁସିର କଥା। ମାତ୍ର ଏଇ ଖୁସିର କଥା ମଧ୍ୟରେ କିଛିଟା ଏଭଳି ଉନ୍ନୟନମୂଳକ ଯୋଜନାଗୁଡିକୁ କାର୍ଯ୍ୟକାରୀ କରାଯାଉଛି ସେଗୁଡିକ ମଧ୍ୟରେ ଇନ୍ଦିରା ଆବାସ ଭଳି କେନ୍ଦ୍ର ସରକାରଙ୍କ ଅତି ମହତ୍ୱାକାଂକ୍ଷୀ ଯୋଜନାରେ ଯେଉଁଭଳି ଭାବେ ଦୁର୍ନୀତି ଚାଲିଛି ସେଥିରେ ସଚେତନ ମହଲ ଘୋର୍ ଉଦ୍ ବେଗ ପ୍ରକାଶ କରିବା ସହିତ ଏହାର ମୁଳୋତ୍ପାଟନ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଆସୁଛନ୍ତି ଯାହାକି ଅତି ଦୁଃଖର କଥା ଅଟେ।

ଏହାର ଜ୍ୱଳନ୍ତ ପ୍ରମାଣ ଏହି ପୋଲସରା ବ୍ଲକରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ଦୁର୍ନୀତି ନିବାରଣ ବିଭାଗର ଅଧିକାରୀମାନେ ଗତ ୭ ତାରିଖ ଗୁରୁବାର ଦିନ ଏହି ବ୍ଲକକୁ ଆସି ସର୍ବପ୍ରଥମେ ବ୍ଲକ କାର୍ଯ୍ୟାଳୟକୁ ଯାଇ ଗୋଷ୍ଠି ଉନ୍ନୟନ ଅଧିକାରୀ ନଟବର ଗରଡାଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ ଅଧିକାରୀମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସାନ୍ତନୁ କୁମାର ଦାସ ଏବଂ ଇନ୍ସପେକ୍ଟର ରେଣୁବାଳା ତ୍ରିପାଠୀ ପ୍ରମୁଖ ଥିଲେ। ପୁର୍ବରୁ ଉକ୍ତ ବ୍ଲକର ଚିରିକିପଡାଶାସନ ପଞ୍ଚାୟତରେ ଗତ ୨୦୧୩-୧୪ ଓ ୨୦୧୪-୧୫ ଆର୍ଥôକ ବର୍ଷରେ ଇନ୍ଦିରା ଆବାସ ଯୋଜନାରେ ବିଶେଷ କରି ଗୋଟିଏ ପରିବାରକୁ ଏକାଧିକ ଇନ୍ଦିରା ଆବାସ ଦିଆଯାଇଥିବା ଏବଂ ଅଯୋଗ୍ୟ ହିତାଧିକାରୀମାନଙ୍କୁ ମଧ୍ୟ ଏହି ଆବାସ ଦିଆଯାଇଥିବାକୁ ନେଇ ତଥ୍ୟଭିତ୍ତିକ ଭିଯୋଗ ଉକ୍ତ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଉକ୍ତ ଗୁରୁତ୍ୱପୁର୍ଣ୍ଣ ଅଭିଯୋଗର ସତ୍ୟାସତ୍ୟ ଜାଣିବା ସକାଶେ ଉକ୍ତ ବିଭାଗର ଉପରୋକ୍ତ ଦୁଇ ଜଣ ଅଧିକାରୀ ଆସିଥିଲେ ତଦନ୍ତ କରିବାକୁ। ଏ ପରିପ୍ରେକ୍ଷୀରେ ଚିରିକିପଡାଶାସନକୁ ଗତ କାଲି ଅର୍ଥାତ୍ ୭ ତାରିଖ ଗୁରୁବାର ଦିନ ଉକ୍ତ ଦୁଇ ଜଣ ଅଧିକାରୀ ଯାଇଥିଲେ। ଏହି ଦୁଇ ଜଣ ଅଧିକାରୀ ତଦନ୍ତ କରିବାକୁ ଆସୁଛନ୍ତି ବୋଲି ପୂର୍ବ ସୂଚନା ପାଇ ବର୍ତ୍ତମାନ ଶାସକ ଦଳର ଦୁର୍ନୀତିଗ୍ରସ୍ତ କର୍ମୀମାନେ ପ୍ରସ୍ତୁତ ରହିଥିଲେ ବାଧା ସୃଷ୍ଟି କରିବା ପାଇଁ। ଫଳରେ ଅଧିକାରୀମାନେ ପହଞ୍ଚିବା କ୍ଷଣି ସେମାନଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲେ। ପରିଣାମ ଉକ୍ତ ଦୁଇ ଜଣ ଅଧିକାରୀ ନିର୍ଭୀକତା ସହିତ ନିରପେକ୍ଷ ଭାବେ ତଦନ୍ତ କରିବେ କଣ ଓଲଟା ଭୟରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ (ବା) ପ୍ରତିକ୍ରିୟା ବ୍ୟକ୍ତ ନକରି ଚୁପ୍ ଚାପ୍ ଯେଉଁ ଗାଡିରେ ଯାଇଥିଲେ ସେହି ଗାଡିରେ ପୋଲସରା ବ୍ଲକ କାର୍ଯ୍ୟାଳୟକୁ ଆସି ସେଠାରୁ ଜିଲ୍ଲା କାର୍ଯ୍ୟାଳୟକୁ ଫେରିଯାଇଥିଲେ। ପରେ ଏଭଳି ଅଭାବନୀୟ ଏବଂ ଅଶୋଭନୀୟ ବ୍ୟବହାରରେ ଅତିଷ୍ଠ ବା ଅପମାନିତ ହୋଇ ବିରୋଧ ସ୍ୱରୁପ ତଦନ୍ତ ନକରି ଉଚ୍ଚ ପଦାଧିକାରୀ ଫେରିଯିବାକୁ ନେଇ ସମଗ୍ର ପୋଲସରା ଅଞ୍ଚଳରେ ଯେତିକି ଚର୍ଚ୍ଚା ହେଉନାହିଁ ତା ଠାରୁ ଅଧିକ ଉକ୍ତ ଦୁର୍ନୀତି ନିବାରଣ ଦୁଇ ଜଣ ଅଧିକାରୀଙ୍କ ଦ୍ୱାରା ଥାନାରେ ତଦନ୍ତରେ ବାଧା ସୃଷ୍ଟି କରି ତଦନ୍ତକୁ ସମ୍ପୁର୍ଣ୍ଣ ରୂପେ ବନ୍ଦ କରିବାରେ ସଫଳ ହୋଇଥିବା ଶାସକ ଦଳର ସମର୍ଥକ କର୍ମୀମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର ଏତଲା ଦିଆନଯିବାକୁ ନେଇ ସମସ୍ତ ସଚେତନ ମହଲରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ଗଂଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଥି ପ୍ରତି ଦୃଷ୍ଟି ଦେଇ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *