ad
ଅପରାଧ

ଇନ୍ଦିରା ଆବାସ ଦୁର୍ନୀତିରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ହରିଚନ୍ଦନପୁର,ତା ୧୪ ଜାନୁଆରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକରେ ପୂର୍ବରୁ ହୋଇଥିବା ଇନ୍ଦିରା ଆବାସ ଯୋଜନାରେ ମହା ଦୁର୍ନୀତିକୁ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ନିଲମ୍ବନ କରାଯାଇଥିବାର ଜଣାପଡିଛି । ସୂଚନା ମୁତାବକ କେନ୍ଦୁଝର ଜିଲ୍ଲାପାଳ ଆଶିଷ୍ ଠାକରେ ୧୪ ତାରିଖ ସୋମବାର ଦିନ ସ୍ଥାନୀୟ ବ୍ଲକର ପୂର୍ବତନ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୈଲୋଚନ ସାହୁଙ୍କୁ ନିଲମ୍ବନ କରିଥିବାର ସୂଚନା ମିଳିଛି । ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ଅନୁଯାୟୀ ବୈଲୋଚନ ବର୍ତ୍ତମାନ ଘଟଗାଁ ବ୍ଲକର ଏକ ପଞ୍ଚାୟତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି । ବୈଲୋଚନଙ୍କୁ ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ଛାଡି ଜିଲ୍ଲା ବାହାରକୁ ଯାଇ ପାରିବେ ନାହିଁ ବୋଲି କଡା ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top