ଇନ୍ଟାକ ଭଦ୍ରକ ପକ୍ଷରୁ ଧାମରା ବନ୍ଦରର ଐତିହ୍ୟ ସର୍ବେଷଣ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ତଥା କନ୍ଭେନର ଦିଗମ୍ବର ମହାନ୍ତି ଓ ରାଷ୍ଟ୍ରପତି ପୁରସ୍କୃତ ଜିଲ୍ଲାସ୍କୁଲ ଭଦ୍ରକର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସହ କନ୍ଭେନର ପ୍ରଭାକର ମଲ୍ଲିକଙ୍କ ନେତୃତ୍ୱରେ ସଦସ୍ୟ ବିଜୟ କ ୁମାର ମହାନ୍ତି, ଡ଼ଃ କ୍ଷୀରୋଦ କୁମାର ସାମଲ, କମଳାକାନ୍ତ ସ୍ୱାଇଁ, ଡ଼ଃ ଗୋଲକ ବିହାରୀସାହୁ ଡ଼ାକ୍ତର ପ୍ରଭାସ କୁମାର ମହାନ୍ତି, ଅଜିତ୍ କୁମାର ଦାସ, ରଘୁନାଥ ମିଶ୍ର, ସନ୍ତୋଷ କୁମାର ମହାନ୍ତି, ଅଶୋକ କୁମାର ଦାସ, ହୃଷିକେଶ ମହାନ୍ତି, ଡ଼ଃ ବୀରେନ୍ଦ୍ର କୁମାର ଦାସ, ସଦସ୍ୟା ଶାନ୍ତିଲତା ନାଗ ଓ ସ୍ମିତା ମହାନ୍ତିଙ୍କ ସମେତ ପ୍ରମୁଖ ବହୁ ସଦସ୍ୟସଦସ୍ୟା ଧାମରା ବନ୍ଦରର ଭୌଗୋଳିକ ଅବସ୍ଥିତି, ଐତିହାସିକ ପୃଷ୍ଠଭୂମି, ବନ୍ଦରର ସ୍ୱାତନ୍ତ୍ର୍ୟତା,  ଐତିହ୍ୟ ଓ ବନ୍ଦର ଉପକଣ୍ଠ ଅଞ୍ଚଳର ଉନ୍ନତିକର କାର୍ଯ୍ୟ ସଂପର୍କୀୟ ତଥ୍ୟ ସଂଗ୍ରହ ଉପଲକ୍ଷେ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅନୁମୋଦନ ମାଧ୍ୟମରେ, ଜିଲ୍ଲା ଜମି ଅଧିକଗ୍ରହଣ ଅଧିକାରୀ ସୂର୍ଯ୍ୟକାନ୍ତ ପାଢୀଙ୍କ ସହଯୋଗରେ ବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମତି ପାଇ ଅନୁଧ୍ୟାନ ପାଇଁ ବନ୍ଦର ପରିସରକୁ ଯାଇଥିଲେ। ବନ୍ଦରର ବୈଷୟିକ ଜ୍ଞାନ ସଂପନ୍ନ ଇଂ ସିଦ୍ଧାର୍ଥ କୁମାର ଦ୍ୱିବେଦୀ ମୁଖ୍ୟ ଗାଇଡ଼୍ ଭାବରେ ସବିଶେଷ ବୁଝାଇଥିଲେ। ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀଙ୍କ କାର୍ଯ୍ୟାଳୟର ହେମନ୍ତ କୁମାର ପ୍ରଧାନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ। ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗ ଓ ଆତିଥ୍ୟ, ଭଦ୍ରକ ଜିଲ୍ଲାପାଳଙ୍କ ଅନୁମୋଦନ ଓ ଜିଲ୍ଲା ଜମିଅଧିଗ୍ରହଣ ଅଧିକାରୀଙ୍କ ସହଯୋଗ ଯୋଗୁ ଅନୁଧ୍ୟାନ କାର୍ଯ୍ୟ ସଫଳ ହୋଇଥିବାରୁ ଇନ୍ଟାକ୍ ପକ୍ଷରୁ ପ୍ରଭାକର ମଲ୍ଲିକ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *