ଜିଲ୍ଲା ପରିକ୍ରମା

ଇନର ହୁଇଲ କ୍ଳବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଯାଜପୁର-୩୧/୭(ଓଡିଆ ପୁଅ/ଏ.ରାଉତ) ବ୍ୟାସନଗର ଇନର ହୁଇଲ କ୍ଲବ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କ୍ଲବ ସଭାପତି ଅସ୍ମିତା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏନସି ହାଇସ୍କୁଲ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବିଭିନ୍ନ ଜଙ୍ଗଲି ଜାତୀୟ ବୃକ୍ଷା ଯଥା ଶାଳ, ପିଆଶାଳ, ଲିମ୍ବ, ଫଳ ବୃକ୍ଷ ଲିଚୁ, ଆମ୍ବ ଓ ଔଷଧୀୟ, ପୁଷ୍ପ ବୃକ୍ଷ ରୋପଣ କରାଯାଇଛି। ବୃକ୍ଷରୋପଣ ସହିତ ପରିବେଶ ସନ୍ତୁଳନ ରକ୍ଷା ନିମନ୍ତେ ଆମେ କଣ କରିବା ଦରକାର ସେନେଇ କ୍ଲବ ପକ୍ଷରୁ ଆଲୋଚନା କରାଯାଇଥିଲା। ଏହାପରେ ବ୍ୟାସନଗର ସହରର ପ୍ରବେଶ ପଥ ଦଳାଠାରେ ସହରର ଆଗନ୍ତୁକମାନଙ୍କ ନିମନ୍ତେ ଏକ ସ୍ୱାଗତମ୍ ଫଳକ ଇନର ହୁଇଲ କ୍ଲବ୍ ତରଫରୁ ଲଗାଯାଇଥିଲା। ଭିଏଲସିସି ସରୋଜିନୀ ରାଜ, ଆଇଏସଓ ଦେବସ୍ମିତା ସାହୁ, କୋଷାଧ୍ୟକ୍ଷା ସୁଲତା ମିଶ୍ର, ଅମିୟବାଳା ତ୍ରିପାଠୀ, ସାଗରିକା ନାୟକ, ମୀନାକ୍ଷୀ ପତି, ସମିତା ଧର୍, ରେଖା ସ, କାଦମ୍ବିନୀ ଦ୍ୱିବେଦୀ, ସାଗରିକା ପାଢ଼ୀ, ଅନୁସୂୟା ନାୟକ, ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସୁମତି ସାହୁ, ଅଶ୍ୱିନୀ ଦାସ, ବିଜୟ କୁମାର ନାୟକ, କନକଲତା ସାହୁ, ମନ୍ମଥ ସାହୁ, ସଂଗିତା ପଣ୍ଡା, ତପସ୍ୱିନୀ ଦାଶ, ସୁକନ୍ୟା ମହାରଣା, ବିଭାସ ଚନ୍ଦ୍ର ସାହୁଙ୍କ ସମେତ ରୋଟାରାକ୍ଟ ବ୍ୟାସଭୂମି ସଭାପତି ଅଭିଳାଷ ବୋଇତାଇ, ସଂପାଦକ ବିଶ୍ୱମ୍ବର ପତି, ସତ୍ୟପ୍ରକାଶ ସାମଲ, ରଜତ ଭୂୟାଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top