ଇଦ୍-ଉଲ୍-ଜୁହା ପାଳିତ: ମସ୍ଜିଦରେ ସାମୁହିକ ନମାଜ ପାଠ

ପୁରୀ:୨୨/୮(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ସହରରେ ବସବାସ କରୁଥିବା ମୁସଲମାନ ଭାଇ ଭଉଣୀମାନେ ତ୍ୟାଗ ଓ ବଳିଦାନର ପର୍ବ ଇଦ୍-ଉଲ୍-ଜୁହା। ଆନନ୍ଦ ଉଲ୍ଲାସର ସହ ବୁଧବାର ପାଳନ କରିଛନ୍ତି। ଏଥିପାଇଁ ସହରର ଦୁଇଟି ପ୍ରମୁଖ ମସ୍ଜିଦ୍ରେ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ଦିନ ମସଜିଦ୍ରେ ୫ଥର ନମାଜ ପାଠ କରାଯାଇଥିବା ବେଳେ ଇଦ୍ ଅବସରରେ ସ୍ୱତନ୍ତ୍ର ଭାବେ ମୁସଲମାନ ଭାଇମାନେ ନମାଜ ପାଠ କରି ଆଲ୍ଲାଙ୍କ ନିକଟରେ ସଂସାରର ମଙ୍ଗଳ କାମନା କରିଥିଲେ। ଇଦ୍-ଉଲ୍-ଜୁହାର ଐତିହାସିକ ପୃଷ୍ଠଭୂମି ଅନୁଯାୟୀ ମହାପୁରୁଷ ଇବ୍ରାହିମଙ୍କୁ ପରୀକ୍ଷା କକରିବା ପାଇଁ ନିଜର ପ୍ରିୟ ଜିନିଷକୁ ତାଙ୍କୁ ସମର୍ପଣ କରିବା ପାଇଁ କହିଥିଲେ। ଇବ୍ରାହିମ୍ ଦୁଇ ଦୁଇ ଥର ଓଟ ବଳି ଦେଇଥିଲେ ହେଁ ଆଲ୍ଲା ଏଥିରେ ସନ୍ତୁଷ୍ଟ ହୋଇନଥିେଲେ। ଶେଷରେ ନିଜର ପୁତ୍ର ଇସ୍ମାଇଲକୁ ବଳି ଦେବା ପାଇଁ ଆଲ୍ଲା ଇବ୍ରାହିମଙ୍କୁ କହିଥିଲେ। ତେଣୁ ନିଜର ପୁତ୍ରଙ୍କ ସମ୍ମତି କ୍ରମେ ସେ ତାଙ୍କ ମୁଣ୍ଡ କାଟିବାକୁ ଯାଇଥିବା ବେଳେ ଆଲ୍ଲା ସମ୍ମୁଖରେ ପ୍ରକଟ ହୋଇ ଇସ୍ମାଇଲକୁ ରକ୍ଷା କରିବା ସହ ଛାଗଟିଏ ମାରିବାକୁ କହିଥିଲେ। ଏହି ତ୍ୟାଗ ଓ ବଳିଦାନ ପର୍ବକୁ ମୁସଲମାନମାନେ ଇଦ୍-ଇଜ୍-ଜୁହା ବା ବକ୍ରିଟ ଭାବେ ପାଳନ କରିଥାନ୍ତି। ଇଦ୍ ଅବସରରେ ମସଜିଦ୍ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ନମାଜ ପାଠ ପରେ ପ୍ରତ୍ୟେକ ପ୍ରତ୍ୟେକଙ୍କ କାନ୍ଧରେ କାନ୍ଧ ମିଳାଇ ଇଦ୍ର ମୁବାରକ୍ ବା ଶୁଭେଚ୍ଛା ଜ୍ଞାପନ କରିଥିଲେ। ପ୍ରତ୍ୟେକ ନୂତନ ବସ୍ତ୍ର ଓ ଟୋପି ପରିଧାନ ପୂର୍ବକ ମସ୍ଜିଦ୍ରେ ନମାଜ ପାଠ କରିଥିବା ବେଳେ ଘରମାନଙ୍କର ସୁସ୍ୱାଦ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ବିରିଆନୀ, ପଲାଉ, ଲଚ୍ଛା, ସିରଖୁରମା ଆଦି ଘରେ ଘରେ ପ୍ରସ୍ତୁତ କରାଯାଇ ଭୋଜନ କରାଯିବା ସହ ବନ୍ଧୁବାନ୍ଧବମାନଙ୍କୁ ଆପ୍ୟାୟିତ କରାଯାଇଥିଲା। ଅତ୍ୟନ୍ତ ଆନନ୍ଦ ଉଳ୍ଲାସର ସହ ସହରରେ ପାଳିତ ହୋଇଥିଲା ଇଦ୍-ଇଜ୍- ଜୁହା ପର୍ବ।

Leave a Reply

Your email address will not be published. Required fields are marked *