ଓଡ଼ିଶା

ଇତିହାସ ସୃଷ୍ଟିକଲେ ବଣ୍ଡା ଯୁବକ: ଇଂଲଣ୍ଡରେ ଆନ୍ତର୍ଜାତୀୟ ଖୋଖୋ ପ୍ରତିଯୋଗୀତାରେ ଚାମ୍ପିଆନ୍ ହୋଇ ସ୍ୱର୍ଣ୍ଣ ପଦକ ହାସଲ କଲେ

ମାଲକାନଗିରି, ୯ା୯(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଦୁର୍ଗମ ଅପହଁଚ ଇଲାକା ବଣ୍ଡାଘାଟିର ଆଦିମ ବଣ୍ଡାଯୁବକ ଲଂଣ୍ଡନ ଠାରେ ଆନ୍ତର୍ଜାତୀୟ ଖୋ ଖୋ କ୍ରୀଡ଼ା ପ୍ରତିଯୋଗିତାରେ ଚାମ୍ପିଅନ୍ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରି ସମଗ୍ର ଭାରତ ବର୍ଷରେ ଇତିହାସ ସୃଷ୍ଟିକରିଛନ୍ତି। ଗତ ୧ ତାରିଖରୁ ୪ତାରିଖ ପର୍ଯ୍ୟନ୍ତ ଦରିଆପାରି ସୁଦୂର ଇଂଲଣ୍ଡ ସହରରେ ପ୍ରଥମ ଥର କରି ଆନ୍ତର୍ଜାତୀୟ ଖୋ ଖୋ ପ୍ରତିଯୋଗୀତାର ଆୟୋଜନ ହୋଇଥିଲା। ଏହି ପ୍ରତିଯୋଗୀତାରେ ଭାରତୀୟ ଖୋ ଖୋ ଟିମରେ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଗ୍ରାମର ବଣ୍ଡା ଯୁବକ ଅଜୟ କୁମାର ମାନ୍ଦ୍ରା ଭାଗ ନେଇଥିଲେ। ସେ ଭୁବନେଶ୍ୱର କିସ ସଂସ୍ଥାରେ ଯୁକ୍ତ ଦୁଇରେ ଅଧ୍ୟୟନ କରୁଛନ୍ତି, ସେ ଜଣେ ଉତ୍ତମ ଖୋଖୋ ଖେଳାଳୀ ରାଜ୍ୟ ଜାତୀୟ ସ୍ତରର କ୍ରୀଡାରେ ଭାଗନେଇ ଅନେକ ଥର ପୁରସ୍କୃତ ହୋଇଥିବାରୁ ଚଳିତ ବର୍ଷ ତାଙ୍କୁ ଭାରତୀୟ ଟିମରେ ଖେଳିବାର ସୁଯୋଗ ମିଳିଥିଲା। ଦୁର୍ଗମ ଅପହଁଚ ଇଲାକା ବଣ୍ଡାଘାଟିରୁ ଦରିଆପାରି ସୁଦୂର ଇଂଲଣ୍ଡ ସହରକୁ ସେ ଖୋ ଖୋ ଖେଳିବାକୁ ଯାଇ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି। ଇଂଲଣ୍ଡ ଠାରେ ଅନୁଷ୍ଟିତ ଆନ୍ତର୍ଜାତୀୟ କ୍ରୀଡାରେ ଅନେକ ଦେଶକୁ ସାମନା କରି ଭାରତୀୟ ଦଳକୁ ଚାମ୍ପିଆନ୍ କରି ଅଜୟ କୁମାର ମାନ୍ଦ୍ରା ସ୍ୱର୍ଣ୍ଣ ପଦକ ହାସଲ କରି ଆଉ ଏକ ଇତିହାସ ସୃଷ୍ଟି କରିଛନ୍ତି। ବଣ୍ଡା ଯୁବକ ଅଜୟଙ୍କ ପାଇଁ ଭାରତୀୟ ଦଳ ଚାମ୍ପିଆନ ହୋଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ତାଙ୍କ ସଫଳତା ପାଇଁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଏସପି ଜଗମୋହନ ମୀନା, ପିଡି ଡିଆରଡିଏ ଲିଙ୍ଗରାଜ ପଣ୍ଡା, ଜିଲ୍ଲା କ୍ରୀଡା ଅଧିକାରୀ ଜ୍ଞାନେନ୍ଦ୍ର ବଢେଇ, ଅଲ୍ ଓଡିଶା ମାର୍ଶଲ ଆର୍ଟ ଏକାଡେମୀ ସଭାପତି ସାମ୍ବାଦିକ ରତ୍ନାକର ଦାଶ, ଜୁଡୋ ଆସୋସିଏସନ ଓ ମାର୍ଶଲ ଆର୍ଟ ଏକାଡେମୀ ପ୍ରତିଷ୍ଟାତା ମୁଖ୍ୟ ବିନାଶ କୁମାର ମିଶ୍ର, କିସ ସଂସ୍ଥାର ରୌମ୍ୟ ରଜଂନପରିଡାଙ୍କ ସହିତ କ୍ରୀଡାବିତ ଓ ଜିଲ୍ଲା ବାସୀ ବଣ୍ଡା ଯୁବକ ଅଜୟ ମାନ୍ଦ୍ରାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ଭବିଷ୍ୟତରେ ଅଜୟ ଦେଶ ଓ ଜାତି ପାଇଁ ଆହୁରି ସୁନାମ ଆଣନ୍ତୁ ବୋଲି ଜିଲ୍ଲାବାସୀ ମଙ୍ଗଳ କାମନା କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top