ଓଡ଼ିଶା

ଇତିହାସ ରଚିଲେ ଭିସୁଟ ଛାତ୍ରଛାତ୍ରୀ : ୩.୬ କିଲୋମିଟର ଉତ୍କ୍ଷେପିତ ହେଲା ଭିଏସଏଲଭି

ବୁର୍ଲା, ୧୧/୯ (ଓଡ଼ିଆ ପୁଅ): ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିଏସଏସ୍ୟୁଟି) ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ଭିଏସ୍ଏଲଭିର ତୃତୀୟ ସଂସ୍କରଣ ୧୩ ହଜାର ଫୁଟ ଅର୍ଥାତ ୩.୯୬ କିଲୋମିଟର ପ୍ରକ୍ଷେପିତ ହେବାରେ ସଫଳ ହୋଇଛି। ଭିସୁଟ ଆଇଡ଼ିଆ ଇନୋଭେସନ ସେଲର ପ୍ରାୟ ୪୦ ଜଣ ସଦସ୍ୟ ସୋମବାର ଗୋଶାଳା ନିକଟ ମହାନଦୀ କୂଳରେ ସଫଳତାର ସହ ଏହାର ପ୍ରକ୍ଷେପଣ କରିଥିଲେ। ଏହି ରକେଟଟି ୬.୫ କିଲୋ ଏବଂ ୧.୮ ମିଟର ଉଚ୍ଚତା ବିଶିଷ୍ଟ ଅଟେ ବୋଲି କୁହାଯାଇଛି। ଦଳର କ୍ୟାପ୍ଟେନ ତଥା ସମ୍ପାଦକ କେମିକାଲ ଇଞ୍ଜିନିୟରିଂର ଶେଷବର୍ଷର ଛାତ୍ର ଜଶସ୍ୱୀ ଯଶୋବନ୍ତ ସାହୁଙ୍କ ନେତୃତ୍ୱରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ, ମେକାନିକାଲ ଇଞ୍ଜିନିୟରିଙ୍ଗ, ସିଭିଲ ଇଞ୍ଜିନିୟରିଙ୍ଗ, ପ୍ରଡକ୍ସନ ଇଞ୍ଜିନୟରିଂ ଆଦି ବିଭାଗର ଛାତ୍ରମାନଙ୍କ ଦ୍ୱାରା ନିର୍ମିତ ଭାରତର ପ୍ରଥମ ସ୍ୱଦେଶୀ ରକେଟ ଏହା ଲିମକା ବୁକରେ ମଧ୍ୟ ସ୍ଥାନ ପାଇସାରିଛି। ଆଇଡ଼ିଆଇ ଇନୋଭେସନ ସେଲର ସଦସ୍ୟ ତଥା ତୃତୀୟ ବର୍ଷର ବିଭୁଦତ୍ତ ପଣ୍ଡା, ଲକ୍ଷ ଅଗ୍ରୱାଲ, ମାର୍କଣ୍ଡେୟ ମହାପାତ୍ର, ସଞ୍ଜିବ ଦାଶ, ଅମର୍ତ୍ତ୍ୟ ମହାନ୍ତି, ଅଂଶୁମାନ ପଟ୍ଟନାୟକ, ରଶ୍ମୀରଞ୍ଜନ ପଟ୍ଟନାୟକ, ପ୍ରଶାନ୍ତ ସାହୁ, ସୌରଭ ସାହୁ, ରୋହିତ ଟେକ୍ରିୱାଲ, ସୌମ୍ୟଜିତ ମହାପାତ୍ର, ସନ୍ଦୀପ ସାମନ୍ତରାୟ ଏବଂ ଶ୍ରୀତମ ଜେନା, ଦ୍ୱିତୀୟ ବର୍ଷର ସତ୍ୟସୌରଭ ପଟେଲ, ଆୟୁଶ ଲନ୍ଦ୍ରି, ଆଶୁତୋଷ ଦାଶ, ଅନସ ଏହମଦ ଖାନ, ବିଜୟ ଭାଷ୍କର ହୋତା, ବିଶ୍ୱଜିତ ବେଉରିଆ, ଜ୍ଞାନ ସାହୁ, ସ୍ୱେତରଞ୍ଜନ ତ୍ରିପାଠୀ, ଜିଶନ ଖାନ, ଏସ ପ୍ରେମଚାନ୍ଦ, ସୌଭାଗ୍ୟ ବେହେରା, ଶୋଭିତ ଆଚାର୍ଯ୍ୟ, ଶୁଭ୍ରଜିତ ନାୟକ, ସ୍ୱାଗତ ଶୁଭଦର୍ଶନ, ସୁବ୍ରତ ସାମନ୍ତରାୟ, ପ୍ରତୀକ ପଙ୍କଜ ପଟ୍ଟନାୟକ, ତୁଷାରକାନ୍ତ ବେହେରା, ସ୍ନେହଲ ସୌରଭ ଏଥିରେ ସାମିଲ ଥିଲେ। ଏହି ସାଟେଲାଇଟ ଜରିଆରେ ହୀରାକୁଦ ନଦୀବନ୍ଧର ପଟୁମାଟି ଏବଂ ମହାନଦୀ ଅବବାହିକାରେ ଜମା ହେଉଥିବା ପଟୁର ମାତ୍ରା ନିରୀକ୍ଷଣ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଭିସୁଟର ଛାତ୍ରକଲ୍ୟାଣ ଡ଼ିନ ପ୍ରଫେସର ଦେବଦତ୍ତ ମିଶ୍ର, ଟେକନିକାଲ ସୋସାାଇଟିର ଉପସଭାପତି ଡ.ଜ୍ଞାନ ରଞ୍ଜନ ବିଶ୍ୱାଲ, ଉପଦେଷ୍ଟା ବନ୍ଦନ ଭୋଇ ଏବଂ ପୁରାତନ ଛାତ୍ରସଂଘର ମାର୍ଗଦର୍ଶନ ଯୋଗୁଁ ଏହା ସମ୍ଭବପର ହୋଇଥିବା ବ୍ୟକ୍ତ କରିଛନ୍ତି। ଏହାପୂର୍ବରୁ ଭିଏସଏଲଭି ୨.୦ ୫୨୦୦ଫୁଟକୁ ପ୍ରକ୍ଷେପିତ ହୋଇଥିଲା। ଏହି ଉଦ୍‌ଭାବନ ପାଇଁ ଟିମ୍‌ସଦସ୍ୟମାନେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଅନେକ ଥର ପୁରସ୍କୃତ ହୋଇଛନ୍ତି। ଏମସିଏଲ, ଇଣ୍ଡିଆନ୍ ମେଟାଲସ୍ ଏଣ୍ଡ ଫେରୋ ଏଲଏଜ ଲିମିଟେଡ଼, କେମ୍ପି ୱେଲଡ଼ିଂ କମ୍ପାନୀ ଏଥର ଏହି ସାଟେଲାଇଟ ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ଛାତ୍ରଛାତ୍ରୀମାନେ କୃତଜ୍ଞତା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top