ଇତିହାସ ବିଭାଗର ସ୍ୱାଗତ ଉସôବ

ଯାଜପୁର-୧୩/୯(ଓଡିଆ ପୁଅ/ଏରାଉତ) ଯାଜପୁର ଜିଲା ଧର୍ମଶାଳା ମହାବିଦ୍ୟାଳୟ ଇତିହାସ ବିଭାଗର ସ୍ୱାଗତ ଉସôବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ରାଧାଶ୍ୟାମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବକୁ କଲେଜର ଅଧ୍ୟକ୍ଷ ଡ. ଯୋଗେନ୍ଦ୍ରନାଥ ପ୍ରଧାନ ଉଦ୍ଘାଟନ କରିଥିଲେ । ଇଂରାଜୀ ବିଭଗେର ମୁଖ୍ୟ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ରାମାୟଣ ,ମହାଭାରତ,ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ସ୍ୱାଧୀନତା ଆନେ୍ଦାଳନକୁ ଇତିହାସ ବୋଲି ବର୍ଣ୍ଣନା କରିଥିଲେ । ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଶୁଭ୍ରାଂଶୁ ପଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିର ମହାନ ପରମ୍ପରା ଓ ବରପୁତ୍ରମାନଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗୀୟ ଅଧ୍ୟାପକ ଡ. ବ୍ରଜବଂଧୁ ଭଟ୍ଟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିଶ୍ୱଜିତ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଛାତ୍ର ପ୍ରତାପ ବେହେରା ଦୀପ୍ତି ରଂଜନ ଦାସ,ମନୋରଂଜନ ବେହେରା,ରାଜେଶ ଦାଶ, ବିଶ୍ୱଜିତ ମଲିକ,ସଂଜୟ ବେହେରା,ଛାତ୍ରୀ ମାନସୀ ମଲିକ,ଦିବ୍ୟା ଦାସ,ସୁଚିତ୍ରା ବାରିକ,ମଧୁସ୍ମିତା ସେଠୀ,ସୁନିତା ବେହେରା,ବବିସ୍ମିତା ସ୍ୱାଇଁ,ପ୍ରମୁଖ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ସଂପର୍କରେ ବକ୍ତବ୍ୟ ରଖିଥିଲେ । ଛାତ୍ରୀ ମାନସୀ ମଲିକ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *