ଆନ୍ତର୍ଜାତୀୟ

ଇଣ୍ଡୋନେସିଆର ଲୋମ୍ବୋକରେ ଭୂମିକମ୍ପ : ତୀବ୍ରତା ରିକ୍ଟର ସ୍କେଲରେ ୬.୩

ଜକାର୍ତା ୧୯-୮ (ଓଡ଼ିଆ ପୁଅ) ଇଣ୍ଡୋନେସିଆର ଲୋମ୍ବୋକ ଦ୍ଵୀପରେ ରବିବାରଦିନ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଏହା ପୂର୍ବରୁ ଆସିଥିବା ତିନୋଟି ଭୂମିକମ୍ପର ଝଟକାରେ ଏହି ସ୍ଥାନରେ ୪୬୭ ଲୋକଙ୍କର ମୃତ୍ୟୁ ହୋଇଥିଲା। ସମାଚାର ଏଜେନ୍ସୀ ରିପୋର୍ଟ ମୁତାବକ, ଆମେରୀକାର ଜିଓଲୋଜିକଲ ସର୍ଭେ (ୟୁଏସଜିଏସ) ଅନୁସାରେ, ଭୂମିକମ୍ପର କେନ୍ଦ୍ର ଦ୍ଵୀପର ରାଜଧାନୀ ମାତାରମରୁ ୫୮ କିମି ଉତ୍ତର ପୂର୍ବରେ ୧୦ କିମି ଗଭୀରରେ ସ୍ଥିତ।

ଅଧିକାରୀମାନେ କହିଛନ୍ତି କି ସେମାନେ ରବିବାରଦିନ ଆସିଥିବା ଭୂମିକମ୍ପ ପରେ ଅବସ୍ଥାର ଅନୁଧ୍ୟାନ କରୁଛନ୍ତି।

ଏଠାରେ ୫ ଅଗଷ୍ଟରେ ୬.୯ ତୀବ୍ରତାର ଭୂମିକମ୍ପ ଆସିଥିଲା ଏବଂ ତା’ର ପରେ ପ୍ରାୟତଃ ୫୦୦ରୁ ଅଧିକ ଭୂମିକମ୍ପ ପରେ ଝଟକା ଆସିଥିବା କଥା କୁହାଯାଉଛି। ଏଥିରେ ୯ ଅଗସ୍ତରେ ୫.୯ ତୀବ୍ରତାର ଏକ ଝଟକା ମଧ୍ୟ ସାମିଲ ଅଛି।

ନୂତନ ଆଧିକାରିକ ପରିସଂଖ୍ୟାନ ଅନୁସାରେ, ୪୧୭,୦୦୦ ରୁ ଅଧିକ ଲୋକମାନଙ୍କୁ ବିସ୍ଥାପିତ କରାଯାଇଛି, ୭୨,୦୦୦ ଘର, ୬୭୧ ସ୍କୁଲ, ୫୨ ହସ୍ପିଟାଲ ଏବଂ ୧୨୮ ଧର୍ମସ୍ଥଳ କ୍ଷତିଗ୍ରସ୍ତ ହୋଇଛି।

୨୯ ଜୁଲାଇରେ ଆସିଥିବା ଏକ ଅନ୍ୟ ୬.୪ ତୀବ୍ରତାର ଭୂମିକମ୍ପରେ ୧୬ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା, ୩୫୫ ଲୋକ ଆହତ ହୋଇଥିଲେ ଏବଂ ୧,୫୦୦ ବିଲ୍ଡିଂ କ୍ଷତିଗ୍ରସ୍ତ ପହଁଚିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top