ଜଣେ ବ୍ୟକ୍ତି ବଦଳରେ ୩୦୦ କୁମ୍ଭୀରଙ୍କୁ ମାରିଦେଲେ କ୍ରୋଧିତ ଲୋକେ

ସୋରୋଙ୍ଗ ୧୬-୭ (ଓଡ଼ିଆ ପୁଅ) ଇଣ୍ଡୋନେସିଆର ପାପୁଆ ପ୍ରାନ୍ତରେ କୁମ୍ଭୀର ଆକ୍ରମଣରେ ଏକ ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁରେ କ୍ରୋଧିତ ଲୋକମାନେ ୩୦୦ କୁମ୍ଭୀର ମାରିପକେଇଲେ। ଦେଶରେ କୁମ୍ଭୀରଙ୍କୁ ସଂରକ୍ଷିତ ପ୍ରଜାତିରେ ରଖାଯାଇଛି। ଘଟଣାର ଜାଞ୍ଚ କରୁଥିବା ପୁଲିସ କହିଛିଯେ, ଦୋଷୀମାନଙ୍କ ଉପରେ ଆପରାଧିକ ଆରୋପ ସ୍ଥିର କରାଯାଇ ଦଣ୍ଡିତ କରାଯିବ। ପୁଲିସ ଅନୁସାରେ, ୪୮ ବର୍ଷୀୟ ସୁଗିତୋ ଶନିବାରଦିନ ନିଜର ପଶୁମାନଙ୍କ ପାଇଁ ଘାସ ଆଣିବାକୁ ଯାଇ କୁମ୍ଭୀରମାନଙ୍କର ଏକ ଫାର୍ମରେ ପହଁଚିବା ପରେ କୁମ୍ଭୀରକୁ ପାଖରୁ ଦେଖିବା ପାଇଁ ସେ ଆଗକୁ ବଢ଼ିଥିଲେ, ତାଙ୍କର ପାଦ ଖସିବାରୁ ସେ କୁମ୍ଭୀର ଫାର୍ମରେ ପଡ଼ିଯାଇଥିଲେ। କୁମ୍ଭୀରମାନେ ତାଙ୍କର ଗୋଟିଏ ଗୋଡ଼କୁ ପୂରା ଖାଇଯିବାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସୁଗିତୋଙ୍କର ଅନ୍ତିମ ସଂସ୍କାର ପରେ ତା’ ସମ୍ପର୍କୀୟ ଏବଂ ସ୍ଥାନୀୟ ଲୋକମାନେ ଧାରୁଆ ଅସ୍ତ୍ର ନେଇ ଫାର୍ମ ଉପରେ ଆକ୍ରମଣ କରିଥିଲେ।

ସେମାନେ ଚାରି ଇଞ୍ଚରୁ ନେଇକରି ଦୁଇ ମିଟର ପର୍ଯ୍ୟନ୍ତ ପ୍ରାୟତଃ ତିନ ଶହ କୁମ୍ଭୀର ମାରି ପକେଇଲେ। କୁମ୍ଭୀର ଫାର୍ମର ମାଲିକ ବସର ମନୁଲଙ୍ଗ କହିଛନ୍ତି, “ଆମେ ସୁଗିତୋର ପରିବାରକୁ କ୍ଷତି ପୂରଣ ଦେବାକୁ ପ୍ରସ୍ତୁତ ଥିଲୁ। ଆମେ ତାଙ୍କର ପରିବାର ସହିତ ବୁଝାମଣା ମଧ୍ୟ କରି ନେଇଥିଲୁ। କିନ୍ତୁ ଅଚାନକ ଶହଶହ ସଂଖ୍ୟାରେ ଲୋକମାନେ ଫାର୍ମ ଉପରେ ଆକ୍ରମଣ କରିଦେଲେ ଏବଂ କୁମ୍ଭୀରମାନଙ୍କୁ ମାରିଦେଲେ।”

Leave a Reply

Your email address will not be published. Required fields are marked *