ଓଡ଼ିଶା

ଇଣ୍ଡିଗୋ ଆଣୁଛି ୧୨୧୨ ଟଙ୍କାର ସସ୍ତା ଟିକେଟ, ବୁକିଂଗ କେବଳ ଏହି ୪ ଦିନରେ କରିପାରିବେ

ମୁମ୍ବାଇ ୧୦ ଜୁଲାଇ (ଓଡ଼ିଆ ପୁଅ) ବିମାନ ସେବା ଉପଲବ୍ଧ କରାଉଥିବା ଇଣ୍ଡିଗୋ ନିଜର ଗ୍ରାହକମାନଙ୍କ ପାଇଁ ଚାରି ଦିନର ବିଶେଷ ସେଲ ଆରମ୍ଭ କରିଛି। କମ୍ପାନୀ ଅନୁଯାୟୀ ୧୨ ଲକ୍ଷ ସିଟ୍ ପାଇଁ ଏହା ଆରମ୍ଭ କରାଯାଇଛି ଏବଂ ପ୍ରାରମ୍ଭିକ ବିମାନ ଭଡ଼ା ୧,୨୧୨ ଟଙ୍କା ରଖିଛି କମ୍ପାନୀ। ଇଣ୍ଡିଗୋ ତରଫରୁ କୁହାଯାଇଛିଯେ, ଟିକଟର ବୁକିଙ୍ଗ ଆଜିଠାରୁ ଆରମ୍ଭ ଏବଂ କମ୍ପାନୀ ଅନୁଯାୟୀ ୨୫ ଜୁଲାଇରୁ ଆସନ୍ତା ବର୍ଷ ୩୦ ମାର୍ଚ୍ଚ ମଧ୍ୟରେ ଯାତ୍ରା କରାଯାଇପାରିବେ। କମ୍ପାନୀ ନିଜର ୧୨ତମ ବର୍ଷ ପୂରାଣୀ ଅବସରରେ ଏହା କରିବାକୁ ଯାଉଛି।

କଂମ୍ପାନୀ ତରଫରୁ ଇଣ୍ଡିଗୋ ନିଜର ଗ୍ରାହକମାନଙ୍କ ପାଇଁ ଚାରି ଦିବସୀୟ ବିଶେଷ ବିକ୍ରୀର ପ୍ରାରମ୍ଭ କରିଛି। ଏହା ୧୦ ଜୁଲାଇରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଚାଲିବ ଏବଂ ଏହାର ପ୍ରାରମ୍ଭିକ ଭଡ଼ା ୧,୨୧୨ ଟଙ୍କା ରଖାଯାଇଛି। କମ୍ପାନୀ ଅନୁଯାୟୀ ୧୨ ଲକ୍ଷ ସିଟ୍ ପାଇଁ ଏହାର ଶୁଭାରମ୍ଭ କରାଯାଇଛି। ଏହି ସେଲ କମ୍ପାନୀର ୬ ଇ ନେଟୱାର୍କ ଉପରେ ଦିଆଯାଉଛି। ଯେଉଁଥିରେ ଅନ୍ତରାଷ୍ଟ୍ରୀୟ ରୁଟ ମଧ୍ୟ ସାମିଲ ଅଛି।

ଇଣ୍ଡିଗୋର ମୁଖ୍ୟ ରଣନୀତି ଅଧିକାରୀ ୱିଲିଯମ ବୋଲ୍ଟର କହିଛନ୍ତି ,” ଆମକୁ ଭାରତୀୟ ଏୟାରଲାଇନ୍ସ ସିଟ୍ ଗୁଡ଼ିକର ସବୁଠାରୁ ବଡ଼ ବିକ୍ରୀର ଘୋଷଣା କରି ଖୁସି ଅନୁଭବ ହେଉଛି। ଚାରି ଅଗଷ୍ଟରେ ଇଣ୍ଡିଗୋ ୧୨ ବର୍ଷ ପୂରଣ କରୁଛି ଏବଂ ଏହି ଅବସରକୁ ସ୍ମୃତିରେ ରଖିବା ପାଇଁ ଆମେ ସସ୍ତା ଦରରେ ୫୭ ଟି ସହରରେ ଥିବା ନେଟୱାର୍କ ରେ ୧୨ ଲକ୍ଷ ସିଟ୍ ରେ ଏହି ଟିକେଟ ସେଲ କରାଯିବ।”

ଏହା ବ୍ୟତୀତ , ଭାରତୀୟ ଷ୍ଟେଟ ବ୍ୟାଙ୍କର କ୍ରେଡିଟ କାର୍ଡରେ ଅତି କମ ୩୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଟିକଟ କିଣିବା ଉପରେ ୫ ପ୍ରତିଶତର କ୍ୟାସବ୍ୟାକ (ଅଧିକତମ ୫୦୦ ଟଙ୍କା)ର ମଧ୍ୟ ଲାଭ ମିଳିପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top