ଓଡ଼ିଶା

ଇଟଂରେନେଟ ଯୁଗରେ ସମ୍ବାଦ ପତ୍ରର ମଧ୍ୟ ଗୁରୁତ୍ୱ ରହିଛି

ପୁରୀ, ୪/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : – ଓଡିଶାରୁ ପ୍ରକାଶ ପାଉଥିବା ଦୈନିକ ସମ୍ବାଦ ପତ୍ର ମନ୍ଥନର ନବମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଆଜି ମହାସମାରୋହରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସମାରୋହରେ ମନ୍ଥନର ସଂପାଦକ ତଥା ପୂର୍ବତନ ମନ୍ତ୍ରୀ ଶରତ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଉତ୍ସବକୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଯେ ଇଟଂରନେଟ ଯୁଗରେ ଲୋକମାନେ ୨ ସେକେଣ୍ଡ ମଧ୍ୟରେ ଦେଶ ବିଦେଶର ସମସ୍ତ ଖବର ଜାଣିପାରିୁଥିଲେ ମଧ୍ୟ ବିଶଦ ଖବର ଜାଣିବା ପାଇଁ ସମ୍ବାଦ ପତ୍ରର ଚାହିଦା ଉପରେ ପାଠକମାନେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଗଣ ମାଧ୍ୟମ ପ୍ରତିନିଧୀ ମାନେ ସମାଜର ସୁରକ୍ଷା ଗଣତନ୍ତ୍ରର ସୁରକ୍ଷା, ସାମ୍ବାଧାନିକ ଅଧିକାରର ସୁରକ୍ଷା ରକ୍ଷା କରିବା ଦିଗରେ ଗଣମାଧ୍ୟମ ପ୍ରତିନିଧୀଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମ୍ବାଦ ପତ୍ରର ପ୍ରତିନିଧୀ ମାନେ ତଥ୍ୟ ଭିତିକ। ସମ୍ବାଦ ପରିବେଷଣ କରିବା ଆବଶ୍ୟକ। ଗଣମାଧ୍ୟମର ପ୍ରତିନିଧୀମାନେ ଯେ କୈାଣସି ବ୍ୟକ୍ତିଙ୍କୁ ଯେପରି ପ୍ରତିଷ୍ଠିତ କରାଇପାରିବେ, ସେହିପରି ବ୍ୟକ୍ତିର ଚରିତ୍ରରେ କଳାଦାଗ ମଧ୍ୟ ଲଗାଇ ପାରିବେ। ତେଣୁ ସଚେତନ ହୋଇ ସମ୍ବାଦ ପରିବେଷଣ କରିବା ଆବଶ୍ୟକ। ପାଠକଙ୍କ ରୁଚିକୁ ଦୃଷ୍ଟିକୁ ନେଇ ଗଠନ ମୂଳକ ସମ୍ବାଦ ପ୍ରକାଶନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ପ୍ରାରମ୍ଭରେ ମନ୍ଥନର ବରିଷ୍ଠ ସାମ୍ବାଦିକ ଦୟାନିଧୀ ନାୟକ ଅତିଥୀ ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ନଗରପାଳ ଜୟନ୍ତ କୁମାର ଷଢଙ୍ଗୀ, ବରିଷ୍ଠ ପ୍ରଶାସକ ଦେବ ପ୍ରସାଦ ଦାସ, ଉତ୍ସବରେ ସମ୍ମାନୀତ ଅତିଥୀ ଭାବେ ଯୋଗଦେଇ କହିଲେ ଯେ ତତକାଳୀନ ସମୟରେ ଲୋକମାନଙ୍କ ନିକଟରେ ଖବର ପହଁଚିବା ଦିଗରେ ସମ୍ବାଦ ପତ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ। ଏହି ଅବସରରେ ସାମ୍ବାଦିକ ନାରାୟଣ ପ୍ରସାଦ ସିଂ, ସାହିତ୍ୟିକ କୈଳାସ ଚନ୍ଦ୍ର ରାୟ, ଚେସ ଖେଳାଳୀ ଅପରାଜିତା ଗୋଛିକାର, ସୋଲ ଶିଲ୍ପୀ ବୈଦନାଥ ଖୁଟିଂଆ, ଅନୀଲ ଗୋଛିକାର, ଚିତ୍ର ଶିଳ୍ପୀ ନାରାୟଣ ମହାପାତ୍ର, ସଂଙ୍ଗୀତ ନିର୍ଦ୍ଦେଶକ ଆଲୋକ ମହାପାତ୍ରଙ୍କୁ ଉପଢୈାକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ଥନର ପରିଚାଳନା ସଂପାଦକ ବିଭୂତି ଭୂଷଣ ପାତ୍ର, ପରିଚାଳକ ଅଶୋକ ପଟ୍ଟନାୟକ ଉତ୍ସବରେ ମଂଚାସୀନ ଥିବା ବେଳେ ପୁରୀ ଜିଲ୍ଲା ପ୍ରତିନିଧୀ ଜଗନ୍ନାଥ ଖୁଟିଂଆ ଧନ୍ୟବାଦ ଅର୍ପଣ କରିଥିଲେ। ସତ୍ୟବାଦୀ ନାୟକ, ସଚିଦାନନ୍ଦ ପଢିଆରୀ, ଅଜିତ ରଥ ପ୍ରମୁଖ ମଚ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top