ଇଞ୍ଜିନିୟର୍ସ ସେବା ସଂଘର ନିର୍ବାଚନ

ଭଦ୍ରକ,୧୪ା୧୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ଭଦ୍ରକ ଶାଖା କମିଟିର ସାଧାରଣ ପରିଷଦ ବୈଠକ ଇଂ ଶ୍ରୀନୀବାସ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଓଡିଶା ଡିପ୍ଲୋମା ସେବା ସଂଘର ଉପଦେଷ୍ଟା ଇଂ ନରେନ୍ଦ୍ର କୁମାର ନାୟକ ଓ ଉତ୍ତରାଞ୍ଚଳ ମହାମଣ୍ଡଳର ସଂପାଦକ ଇଂ ହୃଶିକେଶ ସାହୁ ଯୋଗଦେଇଥିଲେ । ଇଂ ମଲ୍ଲିକଙ୍କ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇଂ ଶରତ ପୁହାଣ ସଂଘର ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିସହିତ କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ସମସ୍ୟା ସଂପର୍କରେ ମତ ରଖିଥିଲେ । ଅତିରିକ୍ତ ମହାମଣ୍ଡଳ ସଂପାଦକ ଇଂ ଜୟଦେବ ପାତ୍ର ପଞ୍ଚାୟତିରାଜ ବିଭାଗରେ ଇଞ୍ଜିନିୟରମାନେ କିପରି ମାନସିକ ନିର୍ଯାତନା ଭୋଗୁଛନ୍ତି ସେ ସଂପର୍କରେ ଉଲ୍ଲେଖ କରିଥିଲେ । ଇଂ ନରେନ୍ଦ୍ର ନାୟକ କେନ୍ଦ୍ରୀୟ ସଂଘ ଦ୍ୱାରା ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିବା ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ । ସରକାର ଦାବି ପୂରଣ ନ କଲେ ଅଗାମୀ ଦିନରେ ଡିସେମ୍ବର ୫ ଓ ୬ରେ ବିଧାନସଭା ସମ୍ମୁଖରେ ଗଣଧାରଣା ଦେବାକୁ ନିଷ୍ପତ୍ତି ହୋଇଥିବା ବୈଠକରେ ସୂଚାଇଥିଲେ । ଅନୁଷ୍ଠିତ ସଂଘ ନିର୍ବାଚନକୁ ଇଂ ହୃଶିକେଶ ସାହୁ ପରିଚାଳନା କରିଥିଲେ । ଇଂ. ଅମ୍ବିକାବଲ୍ଳଭ ସ୍ୱାଇଁ ଉପଦେଷ୍ଟା, ଇଂ ଶ୍ରୀନିବାସ ମଲ୍ଲିକ ସଭାପତି, ଇଂ ସୁଶାନ୍ତ କିଶୋର ସ୍ୱାଇଁ ଉପସଭାପତି, ଇଂ ଶରତ ପୁହାଣ ସଂପାଦକ, ଇଂ ଶଙ୍କର୍ଷଣ ମଣ୍ଡଳ ସହ ସଂପାଦକ(ଅର୍ଥ), ଇଂ ଅକ୍ଷୟ କୁମାର ଘଡେଇ ସଙ୍ଗଠନ ସହ ସଂପାଦକ, ଇଂ କିଶୋର କୁମାର ଦାସ ହିସାବ ରକ୍ଷକ, ଇଂ ଗ୍ୟାନେନ୍ଦ୍ର ଜେନା, ଉତ୍ତମ ନାୟକ, ପ୍ରିୟଙ୍କା ପ୍ରିୟଦର୍ଶନୀ ସେଠୀ, ତନୁଜା ମିଶ୍ର, ସୁବ୍ରତ କୁମାର ପାଢୀ, ଶିବ କୁମାର ବୁଦୁଲା ପ୍ରମୁଖ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଅମ୍ବିକା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *